Odisha news

ଆଜି ହେଉଛି ପବିତ୍ର ବିଜୟାଦଶମୀ : ୧୫ ବର୍ଷ ପରେ ଘଟୁଛି ଶୁଭ ସଂଯୋଗ , ଜୀବନ ରେ ପ୍ରତ୍ୟେକ କ୍ଷେତ୍ର ରେ ବିଜୟ ଲାଭ ପାଇଁ କରନ୍ତୁ ଏହିସବୁ ଉପାୟ

0

ବିଜୟାଦଶମୀ ବା ଦଶହରା ପର୍ବ ହିନ୍ଦୁ ସଂସ୍କୃତିର ଗୋଟିଏ ବଡ଼ ପର୍ବ , ଦଶହରା ପର୍ବ ପାପ ଉପରେ ପୁଣ୍ୟ ର ଜୟ ବୋଲି କୁହାଯାଇ ଥାଏ l ଏହିଦିନ ମା ଦୁର୍ଗତିନାଶିନୀ ଙ୍କୁ ବିଧିବଦ୍ଧ ଭାବରେ ପୂଜା କରାଯାଇଥାଏ l ଏହିଦିନ ଟି ର ସମସ୍ତ ମୁହୂର୍ତ୍ତ ଶୁଭ ଅଟେ l ଏହିଦିନ ଜୀବନ ର ସୁଖ ସମୃଦ୍ଧି ପାଇଁ କରାଯାଇଥିବା ଉପାୟ , ଜୀବନ ସାରା ସୁଖ ଶାନ୍ତି ଦେଇଥାଏ l

୧) ଚାକିରୀ ଓ ବ୍ୟବସାୟ ପାଇଁ -: ଯଦି ଚାକିରୀ ଓ ବ୍ୟବସାୟ ରେ ଅସୁବିଧା ରହୁଛି ତେବେ ବିଜୟାଦଶମୀ ଦିନ ମା ଦୁର୍ଗା ଙ୍କୁ ୧୦ ପ୍ରକାର ଫଳ ଅର୍ପଣ କରନ୍ତୁ ଓ ଏହାକୁ ଗରିବ ମାନଙ୍କୁ ବାଣ୍ଟି ଦିଅନ୍ତୁ l ମା ଙ୍କ ନିକଟ ରେ ଫଳ ଅର୍ପଣ କରିବା ସମୟ ରେ ” ଓଂ ବିଜୟାୟୋ ନମଃ ” ମନ୍ତ୍ର ଜପ କରନ୍ତୁ l ଏହି ଉପାୟ କରିବା ଦ୍ୱାରା ଚାକିରୀ ଓ ବ୍ୟବସାୟ କ୍ଷେତ୍ର ରେ ସଫଳତା ପ୍ରାପ୍ତି ହୋଇଥାଏ l

୨) ଧନ ସମୃଦ୍ଧି ପାଇଁ -: ଦଶହରା ଦିନ ସନ୍ଧ୍ୟା ସମୟରେ ମା ଲକ୍ଷ୍ମୀ ଙ୍କୁ ଧ୍ୟାନ କରି ମନ୍ଦିର ରେ ଝାଡୁ ଦାନ କରିବା ଦ୍ୱାରା ଧନ ପ୍ରାପ୍ତି ହୋଇଥାଏ l

୩) ଆର୍ଥିକ ଉନ୍ନତି ପାଇଁ :- ଦଶହରା ଦିନ ଠାରୁ ୪୩ ଦିନ ପର୍ଯ୍ୟନ୍ତ କୁକୁର କୁ ଗୁଡ଼ ଓ ରୁଟି ଖାଇବାକୁ ଦେବା ଦ୍ୱାରା ଅର୍ଥିକ କ୍ଷେତ୍ରରେ ସଫଳତା ଲାଭ ହୋଇଥାଏ l

୪) ଶୌଭାଗ୍ୟ ପ୍ରାପ୍ତି ପାଇଁ : – ମାନ୍ୟତା ଅନୁସାରେ ଦଶହରା ଦିନ ରାବଣ ଦହନ ପରେ ଗୁପ୍ତ ଦାନ କରିବା ଖୁବ ଶୁଭ ଅଟେ l

୫) ସଙ୍କଟ ରୁ ମୁକ୍ତି ପାଇଁ :-
ଦଶହରା ମଙ୍ଗଳବାର ପଡୁ ଥିବା କାରଣ ରୁ ଏହିଦିନ ସୁନ୍ଦରାକାଣ୍ଡ ହନୁମାନଙ୍କ ନିକଟରେ ପାଠ କରନ୍ତୁ l ଏହାଦ୍ୱାରା ଜୀବନ ର ସମସ୍ତ ବାଧା ବିଘ୍ନ ଦୂର କରିବା ସହ ସମସ୍ତ ସଙ୍କଟ ରୁ ମୁକ୍ତି ମିଳିଥାଏ l

୬) ସ୍ୱାସ୍ଥ୍ୟ ପାଇଁ :-
ଦଶହରା ଦିନ ଗୋଟିଏ ପଇଡ଼ କୁ ନେଇ ୨୧ ଥର ଅସୁସ୍ଥ ବ୍ୟକ୍ତିଙ୍କ ମୁଣ୍ଡ ଉପରେ ବୁଲାଇ ରାବଣ ଦହନ ହେଉଥିବା ନିଆଁ ରେ ପକାଇ ଦେବା ଦ୍ୱାରା ସମସ୍ତ ରୋଗ ଦୂର ହୋଇ ଯାଇଥାଏ l

୭) ସକାରାତ୍ମକ ଶକ୍ତି ପାଇଁ :-
ଦଶହରା ଦିନ ଖଣ୍ଡିଏ ଫିଟିକିରୀ କୁ ଘରେ ମାଙ୍କ ନିକଟ ରେ ଅର୍ପଣ କରି କୌଣସି ନିର୍ଜନ ସ୍ଥାନ ରେ ଫିଙ୍ଗି ଦିଅନ୍ତୁ l ଏହାଦ୍ୱାରା ଘରର ସମସ୍ତ ନକାରାତ୍ମକ ଶକ୍ତି ର ବିନାଶ ହୋଇଥାଏ l

 

Nalco

Leave A Reply