Odisha news

୩୦ ବର୍ଷପରେ ଶାରଦୀୟ ନବରାତ୍ରି ରେ ଘଟୁଛି ବିଶେଷ ସଂଯୋଗ , ସାଧକ ମାନଙ୍କର ସିଦ୍ଧ ହେବ ସାଧନା ଓ ଭକ୍ତମାନଙ୍କର ପ୍ରାପ୍ତି ହେବ ଧନ 

0
ପିତୃପକ୍ଷ ସମାପ୍ତ ହେବା ପରେ ଶାରଦୀୟ ନବରାତ୍ରି ଆରମ୍ଭ ହୋଇଯିବ l ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଚଳିତ ବର୍ଷ ଶାରଦୀୟ ନବରାତ୍ରି ୧୫ ଅକ୍ଟୋବର ରବିବାର ଦିନଠାରୁ ଆରମ୍ଭ ହେବ l ଅନ୍ୟ ପକ୍ଷରେ ଚଳିତଥର ଘଟୁଛି ଅଦ୍ଭୁତ ସଂଯୋଗ l ଏହି ଅଦ୍ଭୁତ ସଂଯୋଗ ରେ ମାଙ୍କ ଆଗମନ ହେବ l ଜ୍ୟୋତିଷଶାସ୍ତ୍ର ଗଣନା ଅନୁସାରେ ୩୦ ବର୍ଷପରେ ଶାରଦୀୟ ନବରାତ୍ରି ରେ ଘଟୁଛି ଅଦ୍ଭୁତ ସଂଯୋଗ l ଚଳିତଥର ନବରାତ୍ରି ରେ ବୁଦ୍ଧାଦିତ୍ୟ ଯୋଗ ଘଟୁଛି l ଧାର୍ମିକ ମାନ୍ୟତା ଅନୁସାରେ ନବରାତ୍ରି ର ନଅଦିନ ପର୍ଯ୍ୟନ୍ତ ଜଗତଜନନ୍ନୀ ମା ଜଗଦମ୍ବା ଙ୍କର ୯ ସ୍ୱରୂପ କୁ ପୂଜା କରାଯିବ l ଜ୍ୟୋତିଷଶାସ୍ତ୍ର ଅନୁସାରେ ଶାରଦୀୟ ନବରାତ୍ରି ରେ ସୂର୍ଯ୍ୟ ବୁଧ ଙ୍କର କନ୍ୟା ରାଶିରେ ଗୋଚର କରିବେ l ଯେଉଁଥିରେ ବୁଧଦିତ୍ୟ ଯୋଗର ନିର୍ମାଣ ହେବ l ଏହିଦିନ ମଧ୍ୟ ରବିବାର ଅଟେ l ଏହି ଯୋଗ ପରାକ୍ରମ, ପ୍ରତିଷ୍ଠା ଓ ଧନ ଲାଭ କରାଇବ l
* ଜ୍ୟୋତିଷଶାସ୍ତ୍ର ଅନୁସାରେ ବୁଦ୍ଧାଦିତ୍ୟ ଯୋଗରେ ଯଦି ନବରାତ୍ରି ପଡିଥାଏ ତେବେ ଶତ୍ରୁ ମାନଙ୍କ ଉପରେ ବିଜୟ ଲାଭ କରାଯାଏ l ବୁଦ୍ଧାଦିତ୍ୟ ଯୋଗରେ ମା ଜଗତଜନନୀ ଙ୍କ କୃପାରୁ ଶତ୍ରୁ ମାନଙ୍କର ବିନାଶ ହୋଇଥାଏ l
* ମା ଦୁର୍ଗତିନାଶିନୀ ଙ୍କ କରୁଣାରୁ ଚଳିତଥର ନବରାତ୍ରି ରେ ଯେଉଁମାନେ ସାଧକ ସେମାନଙ୍କ ପାଇଁ ଖୁବ ଶୁଭସମୟ ରହିବ l ସେମାନେ ନିଜ ସାଧନାରେ ସଫଳତା ଲାଭ କରିବେ l
* ଶିକ୍ଷାର୍ଥୀ ମାନଙ୍କ ପାଇଁ ମଧ୍ୟ ଏହି ସମୟ ଖୁବ ଶୁଭ ଅଟେ , ଶିକ୍ଷାର୍ଥୀମାନେ ଶିକ୍ଷା କ୍ଷେତ୍ରରେ ସଫଳତା ଲାଭ କରିବେ l ଶିକ୍ଷା ଗ୍ରହଣ ପ୍ରତିମଧ୍ୟ ଉତ୍କଣ୍ଠା ବୃଦ୍ଧି ହେବ l
* ବୁଦ୍ଧାଦିତ୍ୟ ଯୋଗ ଘଟୁଥିଲେ ବ୍ୟବସାୟ, କୃଷି କ୍ଷେତ୍ର ଓ ଚାକିରିକ୍ଷେତ୍ରରେ ଉନ୍ନତି ହୋଇଥାଏ l ବ୍ୟବସାୟୀ ମାନେ ମାଙ୍କ କୃପାରୁ ବ୍ୟବସାୟ ରେ ସଫଳତା ଲାଭ କରିବେ l ଚଳିତଥର ନବରାତ୍ରି ଖୁସିର ସମ୍ଭାର ନେଇ ଆସୁଛି l ତେଣୁ କୃଷକ ମାନେ କୃଷି କ୍ଷେତ୍ରରେ ସଫଳତା ଲାଭ କରିବେ l
* ନବରାତ୍ରି ରେ ବୁଦ୍ଧାଦିତ୍ୟ ଯୋଗ ଘଟୁ ଥିବାରୁ ଅଟକି ରହିଥିବା କାର୍ଯ୍ୟ ସୁରୁଖୁରୁରେ ହେବ ଏବଂ ବାକିଆ ପଡି ରହିଥିବା ଧନ ମଧ୍ୟ ଲାଭ ହେବ l ଏହାଛଡା ନୂତନ ଧନ୍ଦା କରିବାକୁ ଚାହୁଁଥିଲେ ସେଥିରେ ମଧ୍ୟ ସଫଳତା ଲାଭ କରିବେ l
Nalco

Leave A Reply