Odisha news

କଳିଙ୍ଗ ନଗର ଅଞ୍ଚଳରେ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ !

0
ଡ଼ୁବୁରୀ : ଥାନାଅଧିକାରୀ କଳିଙ୍ଗନଗର ରଞ୍ଜନ ପ୍ରଧାନଙ୍କ ନେତୃତ୍ବରେ ଡୁବୁରୀ ଛକ,କପିଳେଶ୍ୱର ଉଚ୍ଚବିଦ୍ୟାଳୟ,କପିଳେଶ୍ୱର ମହାବିଦ୍ୟାଳୟ ପରିସରରେ ସାଇବର ସୁରକ୍ଷା ଅଭିଯାନ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କଳିଙ୍ଗନଗର ଥାନା ପୁଲିସ ସଚେତନତା ଗାଡ଼ି  ବିଭିନ୍ନ ସ୍ଥାନ ଭ୍ରମଣ କରି ପ୍ରୋଜେକଟର ଓ ନାଟକ ମାଧ୍ୟମରେ ଜନସାଧାରଣଙ୍କୁ ସାଇବର ସୁରକ୍ଷା ସମ୍ପର୍କରେ ସଚେତନତା ବାର୍ତ୍ତା ଦେଇଛି। କଳିଙ୍ଗନଗର ଥାନାଅଞ୍ଚଳରେ ଅନେକ ଲୋକ ସାଇବର ଠକେଇର ଶିକାର ହେଉଥିବା ବେଳେ ସେମାନେ କିପରି ମୋବାଇଲ ଫୋନ ବ୍ୟାଙ୍କ ଓ ଏଟିଏମ୍ କାଉଣ୍ଟର୍‌ରେ ଏହି ଠକେଇରୁ ରକ୍ଷା ପାଇପାରିବେ, ସେ ସମ୍ପର୍କରେ ପୁଲିସ୍ ପକ୍ଷରୁ ସଚେତନ କରାଯାଇଥିଲା । ବିଶେଷକରି ବୟସ୍କ ବ୍ୟକ୍ତିମାନେ ଏଟିଏମ୍ କାଉଣ୍ଟର୍‌ରୁ ଟଙ୍କା ଉଠାଣ ବେଳେ ସତର୍କତା ଅବଲମ୍ବନ କରିବା ଉପରେ ଗୁରୁତ୍ଵ ଦିଆଯାଇଥିଲା। ସାଇବର ଠକେଇରୁ ବଞ୍ଚିବା ପାଇଁ ସୁରକ୍ଷା ବିଷୟରେ ବାର୍ତ୍ତା ଦିଆଯାଇଥିଲା | ଉକ୍ତ ଅବସରରେ କଳାକାରମାନେ ଅଭିନୟ ମାଧ୍ୟମରେ ଲୋକମାନଙ୍କୁ ସାଇବର ସୁରକ୍ଷା ସମ୍ପର୍କରେ ଅବଗତ କରାଯାଇଥିଲେ ଯାଜପୁର ସାଇବର ସେଲର ପ୍ରିୟବ୍ରତ ସେଠୀ, କଳିଙ୍ଗନଗର ଥାନା ଏସ୍‌ଆଇ ରାଜେଶ କୁମାର ସେଠୀ, ବଣିକ ସଙ୍ଘର ସଭାପତି ସୁଧାଂଶୁ ଶେଖର ରାଉତ, ସୁକୁମାର ଜେନା, ଶ୍ରୀବଚ୍ଚ ସ୍ବାଇଁ, ସାମ୍ବାଦିକ ମଧ୍ୟରୁ କପିଳେନ୍ଦ୍ର ମହାନ୍ତ,ଅବିନାଶ ମିଶ୍ର,ବିଜୟ ରଶ୍ମି ତ୍ରିପାଠୀ ,ମୃତୁଞ୍ଜୟ ଦେଓ ଓ ସ୍ଥାନୀୟ ଅଞ୍ଚଳର ବହୁ ଭଦ୍ର ବ୍ୟକ୍ତି ଗଣ ଉପସ୍ଥିତ ଥିଲେ !
Har Ghar Tiranga

Leave A Reply