ଡୁବୁରି : ସୁକିନ୍ଦା ତହସିଲ ଅନ୍ତର୍ଗତ ଡୁବୁରି ରାଜସ୍ବ ଅଧିକାରୀଙ୍କ ଅଧିନରେ ଥିବା ବେଲହାରି ଗ୍ରାମର ସ୍କୁଲସାହିର ୬ଟି ଘର ଭାଙ୍ଗି ପଡ଼ିବା ସହିତ ଅନେକ ଘର ଭାଙ୍ଗିଯାଇଥିବା ଜଣାପଡିଛି । ସୁଚନା ମୁତାବକ ବୁଧବାର ସନ୍ଧ୍ୟାରେ ଅଚାନକ ଘୁର୍ଣ୍ଣି ଝଡ଼ ହୋଇଥିଲା । ଯାହାଫଳରେ ସମିର ବାନରା, ଭୀମ ହନହାଗା, ବାଗୁନ ହନହାଗା , ସିଦ୍ଧେଶ୍ଵର ହନହାଗା, ଅଭିନାଶ ବାନରା ଓ ଜାମାଦାର ହେମ୍ବ୍ରମ ଘର ସଂପୂର୍ଣ୍ଣ ଭାଙ୍ଗି ଭୂଇଁରେ ମିଶିଯାଇଛି । ଏହା ବ୍ୟତିତ ଲିଟା ଜାରିକା,ବିଜୟ ଜାରିକା ପ୍ରମୁଖଙ୍କ ସମେତ ଅନେକଙ୍କ ଘର ସାମାନ୍ୟ ଭାଙ୍ଗି ଥିବାର ଜଣାପଡ଼ିଛି । ଖବର ପାଇଁ ଜିଲା ପରିଷଦ ସଭ୍ୟ ସାଧୁ ଚରଣ ତିୟୁ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଥିବା ଦେଖିବାକୁ ମିଳିଥିଲା ! କ୍ଷତିଗ୍ରସ୍ଥ ପରିବାରକୁ ତୁରନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ସହଯୋଗ କରିବାକୁ ସାଧାରଣ ରେ ଦାବି ହେଉଛି !