Odisha news

ଏହି ୫ ପ୍ରକାର ରୋଗରେ ପୀଡିତ ବ୍ୟକ୍ତି କଦାପି ଏହି ଡ୍ରାଏ ଫ୍ରୁଟସ ସେବନ କରିବା ଉଚିତ ନୁହେଁ

0

ଶୀତଋତୁ ଆସିବା ମାତ୍ରକେ ଘରେ ଘରେ ଡ୍ରାଏ ଫ୍ରୁଟସ ସେବନ କରାଯାଇ ଥାଏ l ଡ୍ରାଏ ଫ୍ରୁଟସ ଶରୀରକୁ ଭିତରୁ ଷ୍ଟ୍ରଙ୍ଗ କରିଥାଏ l କିନ୍ତୁ ଏଭଳି ଗୋଟିଏ ଡ୍ରାଏ ଫ୍ରୁଟସ ରହିଛି ଯାହାକୁ ବିଶେଷ ଭାବରେ ସମସ୍ତେ ସେବନ କରିବା ଉଚିତ ନୁହେଁ l ସେହି ଡ୍ରାଏ ଫ୍ରୁଟସ ହେଉଛି ପ୍ରୋଟିନ ରେ ଭରପୁର ପାଇନ ନଟଶ୍ , ଏଥିରେ ପ୍ରୋଟିନ, ଫାଇବର, ଫାଓଲେଟ, ଭିଟାମିନ ଏ, ଭିଟାମିନ କେ, ଆଇରନ , ଜିଙ୍କ, କ୍ୟାଲସିୟମ , ମନୋ ଆନସାଚୁରେଟେଡ଼ ଫ୍ୟାଟ ଭରପୁର ମାତ୍ରାରେ ରହିଥାଏ , ଏହି ଡ୍ରାଏ ଫ୍ରୁଟସ ଦୁର୍ବଳତାରୁ ଶରୀରକୁ ରକ୍ଷା କରିଥାଏ l

କିନ୍ତୁ କିଛି ବିଶେଷ ଲୋକଙ୍କ ପାଇଁ ଏହି ଡ୍ରାଏ ଫ୍ରୁଟସ ଖୁବ କ୍ଷତିକାରକ –
– ଆମେରିକା କଲେଜ ଅଫ ଏଲର୍ଜୀ ମତ ଅନୁସାରେ ପାଇନ ନଟ୍ସ କଦାପି ଏଲର୍ଜୀ ରେ ପୀଡିତ ବ୍ୟକ୍ତି ଖାଇବା ଉଚିତ ନୁହେଁ l ଏହାକୁ ସେବନ କରିବା ଦ୍ୱାରା ଏଲର୍ଜୀ ରୋଗୀ ମାନଙ୍କର ହାର୍ଟ ଉପରେ ମଧ୍ୟ ପ୍ରେସର ପଡିପାରେ l

– ଯଦି ଆପଣ ହାଇ କୋଲେଷ୍ଟ୍ରଲ ରେ ପୀଡିତ ଅଛନ୍ତି ତେବେ ପାଇନ ନଟ୍ସ ଅଧିକ ସେବନ କରିବା ଉଚିତ ନୁହେଁ l କାହିଁକି ଏହା ଶରୀରରେ କୋଲେଷ୍ଟ୍ରଲ ସ୍ତରକୁ ବୃଦ୍ଧି କରିଥାଏ l ହାର୍ଟ ରୋଗୀ ମାନେ ଏହାକୁ ସେବନ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ କରନ୍ତୁ l

– ପାଇନ ନଟ୍ସ ହଜମ ହେବାକୁ ଅଧିକ ସମୟ ଲାଗିଥାଏ l ଏହାଦ୍ୱାରା କିଛି ଲୋକ ଗ୍ୟାସ, ବ୍ଳଟିଙ୍ଗ ଓ ପେଟ ଯନ୍ତ୍ରଣାର ସମସ୍ୟାର ସମୁଖୀନ ହୋଇ ଥାଆନ୍ତି ସେମାନେ କଦାପି ପାଇନ ନଟ୍ସ ଖାଇବା ଉଚିତ ନୁହେଁ l ସେମାନେ ଏହି ଡ୍ରାଏ ଫ୍ରୁଟସ ସେବନ କରିବା ଦ୍ୱାରା ହଜମ ଶକ୍ତି ବାଧା ପ୍ରାପ୍ତ ହୋଇଥାଏ l

– ପାଇନ ନଟ୍ସ ହେଲଦି ହେବା ସହିତ ହାଇ କ୍ୟାଲୋରୀ ଯୁକ୍ତ ହୋଇଥାଏ l ଯାହାକୁ ସେବନ କରିବା ଦ୍ୱାରା ଆପଣଙ୍କ ଓଜନ ଦ୍ରୁତ ଗତିରେ ବୃଦ୍ଧି ହୋଇଥାଏ l ତେଣୁ ଯେଉଁମାନେ ଓଜନ ହ୍ରାସ କରୁଛନ୍ତି ପାଇନ ନଟ୍ସ ସେବନ କରିବା ଉଚିତ ନୁହେଁ l

– ମସ୍ତିଷ୍କ ଓ ହାର୍ଟ କୁ ସୁସ୍ଥ ରଖିବା ପାଇଁ ଓମେଗା ସପ୍ଲିମେଣ୍ଟ ସେବନ କରାଯାଇ thael କିନ୍ତୁ ଆପଣ ଆବଶ୍ୟକତା ଠାରୁ ପାଇନ ନଟ୍ସ ଖାଇବା ଉଚିତ ନୁହେଁ l ଏହାଦ୍ୱାରା ଶରୀରରେ ଓ଼ମେଗା 3 ଫ୍ୟାଟି ଏସିଡ ସ୍ତର ଭୟଙ୍କର ହୋଇଥାଏ l

Leave A Reply