Odisha news

ମନକୁ ଖୁସି ଓ ରୋଗକୁ ବୃଦ୍ଧି କରେ ଏହି ୫ଟି ଡ୍ରିଂକ୍ସ , ଗରମ  ଦିନରେ ପିଇବା ପୂର୍ବରୁ ଥରେ ଚିନ୍ତା କରନ୍ତୁ

0

* ସୋଢା ବା କୋଲଡ଼  ଡ୍ରିଂକ୍ସ –
ଗରମ ଦିନେ ଅଧିକ ଗରମ ରୁ ରକ୍ଷା ପାଇବା ପାଇଁ କାର୍ବୋନେଟଡ଼ ସୋଢା ଓ କୋଳଡ଼ ଡ୍ରିଂକ୍ସ ଅଧିକ ସେବନ କରିବାକୁ ଇଚ୍ଛା ହୋଇଥାଏ , କିନ୍ତୁ ଏହି ପାନୀୟ ରେ ଚିନି ର କ୍ଵଣ୍ଟିଟି ଅଧିକ ରହିଥାଏ, ଏହି ଦୁଇଟି ଡ୍ରିଂକ୍ସ ତୁରନ୍ତ ଆତ୍ମସନ୍ତୋଷ ତ ଦେଇଥାଏ କିନ୍ତୁ ହାଇଡ୍ରେଟ କରିନଥାଏ, ଏଥିରେ ଥିବା କାଫିନ ଓ ଆର୍ଟିଫିସିଆଲ ସୁଗନ୍ଧ ଡାଇଜେସନ କୁ କ୍ଷତି କରିଥାଏ, ଏବଂ ଓଜନ ବୃଦ୍ଧିର କାରଣ ହୋଇଥାଏ l

* ଏନର୍ଜି ଡ୍ରିଂକ୍ସ –
ଗରମ ଦିନରେ ଝାଳ ବାହାରିବା ଦ୍ୱାରା ଅଧିକ ଥକା ଲାଗିଥାଏ, ଏହି ସମୟ ରେ କିଛିନା କିଛି ଏନର୍ଜି ଡ୍ରିଂକ୍ସ ପିଇବାକୁ ଇଛା ହୋଇଥାଏ, କିନ୍ତୁ ଏଥିରେ ଅଧିକ ମାତ୍ରାରେ କାଫିନ ଓ ସୁଗାର ରହିଥାଏ, ଯାହା ହାର୍ଟ ରେଟ କୁ ବଢ଼ାଇ ଦେଇଥାଏ, ଏବଂ ରକ୍ତଚାପ ଉପରେ ପ୍ରଭାବ ପକାଇଥାଏ l  ତେଣୁ ଗର୍ମ ଦିନରେ ଘରେ ପ୍ରସ୍ତୁତ ଫଳରସ ସେବନ କରିବା ଆବଶ୍ୟକ l

* ଅଧିକ ଫ୍ରିଜ ପାଣି ଓ ଆଇସ -ଟି ସେବନ –
ଥଣ୍ଡା ପାଣି ପିଇବା ଆରାମ ଦେଇଥାଏ, କିନ୍ତୁ ଆବଶ୍ୟକତା ଠାରୁ ଅଧିକ ଥଣ୍ଡା ପାଣି କିମ୍ବା ଆଇସ -ଟି ସେବନ ଶରୀର ପକ୍ଷରେ କ୍ଷତିକାରକ ଅଟେ, ଏହା ସର୍ଦି କାଶ ର କାରଣ ହୋଇଥାଏ ଏବଂ ଚେଷ୍ଟ ମଧ୍ୟ ଇନଫେକ୍ସନ କରାଏ l

* ମଦ୍ୟପାନ –
ସାଧାରଣ ଭାବରେ ଆମେ ଗର୍ମ ଦିନରେ ଦେଖିଚୁ ଯେ ଲୋକେ ଥଣ୍ଡା ବିଅର ଏବଂ ମଦ୍ୟପାନ କରନ୍ତି, କିନ୍ତୁ ଏହା ଶରୀର ପାଇଁ କ୍ଷତିକାରକ ଅଟେ l କିନ୍ତୁ ଏହା ଶରୀରର ଗରମ କୁ କଣ୍ଟ୍ରୋଲ କରିବାର କ୍ଷମତା କୁ ହ୍ରାସ କରିଥାଏ, ଏବଂ ଡି -ହାଇଡ୍ରେସନ ସମସ୍ୟା ବୃଦ୍ଧି କରିଥାଏ l ତେଣୁ ଗରମ  ଦିନରେ ମଦ୍ୟପାନ ଠାରୁ ଦୁରେଇ ରହିବା ଜରୁରୀ l

* ମିଲକ ସେକ –
କ୍ରିମ ଯୁକ୍ତ କଫ , ଏବଂ ବିଭିନ୍ନ ପ୍ରକାରର ମିଲ୍କ ସେକ ରେ ସୁଗାର ର ମାତ୍ରା ଅଧିକ ରହିଥାଏ, ଏବଂ ଗରମ ଦିନରେ ଏହାକୁ ସେବନ କରିବା ଦ୍ୱରା ଶରୀର ଭାରି ଲାଗିବା ସହିତ ଅଳସୁଆ ଲାଗିଥାଏ l ଏହାକୁ ସେବନ କରିବା ଦ୍ୱାରା ମଧ୍ୟ ବ୍ଲଡ଼ ସୁଗାର ସ୍ତର ହ୍ରାସ ହୋଇଥାଏ l

Leave A Reply