Odisha news

ଆଜି ହେଉଛି ପବିତ୍ର ଦୋଳ ପୂର୍ଣିମା : ଦାମ୍ପତ୍ୟ ଜୀବନର ସୁଖସମୃଦ୍ଧି ଓ ଧନ ବୃଦ୍ଧି ପାଇଁ କରନ୍ତୁ ଏହିସବୁ ଉପାୟ

0

ହିନ୍ଦୁ ଧର୍ମରେ ୧୨ ମାସର ୧୨ଟି ପୂର୍ଣିମା ର ଅନେକ ମହତ୍ୱ ରହିଥାଏ l ପ୍ରତ୍ୟେକ ମାସର ପୂର୍ଣିମା ଦିନଟି ମାତା ଲକ୍ଷ୍ମୀଙ୍କୁ ସମର୍ପିତ ଅଟେ ବୋଲି ମାନ୍ୟତା ରହିଛି l ମାନ୍ୟତା ଅନୁସାରେ ଫାଲଗୁନ ମାସର ପୂର୍ଣିମା କୁ ଦୋଳ ପୂର୍ଣିମା ବୋଲି କୁହାଯାଇଥାଏ l ଏହି ପର୍ବଟିକୁ ହିନ୍ଦୁ ଧର୍ମରେ ବିଶେଷ ଗୁରୁତ୍ୱ ଦିଆଯାଇ ଥାଏ l କାହିଁକି ନା ଏହି ଉତ୍ସବ ରେ ବିଶେଷ ଭାବରେ ରାଧାକୃଷ୍ଣ ଙ୍କ ରଙ୍ଗ ଉତ୍ସବ ପାଇଁ ଗୁରୁତ୍ୱ ଦିଆଯାଏ l ଏବଂ ଏହି ବିଶେଷ ଦିନରେ ହୋଲିକା ଦହନ ର ମଧ୍ୟ ମାନ୍ୟତା ରହିଛି l

* ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଚଳିତ ଥର ୨୪ ମାର୍ଚ୍ଚ ରେ ଦୋଳ ପୂର୍ଣିମା ର କିଛି ସମୟ ରହୁଥିଲେ ମଧ୍ୟ ଏହାକୁ ସୋମବାର ୨୫ ତାରିଖ ଦିନ ପାଳନ କରାଯିବ l କାହିଁକି ୨୫ ତାରିଖ ଦିନ ଉଦୟ ତିଥି ଅନୁସାରେ ହୋଲିକା ଦହନ ଏବଂ ଦୋଳ ପୂର୍ଣିମା ପାଳିତ ହେବ l

* ଶାସ୍ତ୍ର ଅନୁସାରେ ଆଜିର ଦିନରେ ଘରର ଓ ଜୀବନ ର ନକାରାତ୍ମକ ଉର୍ଜା କୁ ଦୂର କରିବା ପାଇଁ ମା ଲକ୍ଷ୍ମୀଙ୍କ ନିକଟରେ ଆଜିର ଦିନରେ ୧୧ ଟି କଉଡ଼ି ଅର୍ପଣ କରନ୍ତୁ l ଏହାପରେ ସେହି କଉଡ଼ି ଗୁଡିକୁ ଘରର ମୁଖ୍ୟ ଦ୍ୱାରରେ ଲଗାଇଦେବେ , ଏପରି କରିବା ଦ୍ୱାରା ସମସ୍ତ ନକାରାତ୍ମକ ଉର୍ଜା ଦୁରେଇ ଯାଇଥାଏ l

* ଦାମ୍ପତ୍ୟ ଜୀବନରେ ସୁଖସମୃଦ୍ଧି ପାଇଁ ଆଜିର ଦିନରେ ଗୋଟିଏ ପାତ୍ରରେ ରାଧାକୃଷ୍ଣ ଙ୍କ ନିକଟରେ କୌଣସି ମିଠା ଜିନିଷ ଅର୍ପଣ କରି ତାହାକୁ ସ୍ୱାମୀ ସ୍ତ୍ରୀ ମିଳିତ ଭାବରେ ଖାଆନ୍ତୁ ଏହାଦ୍ୱାରା ଜୀବନରେ ସୁଖ ଶାନ୍ତି ଆସିବ ଏବଂ ଦାମ୍ପତ୍ୟ କଳହ ଦୂର ହେବ l

* ଯଦି ଆପଣଙ୍କ ବିବାହ କାର୍ଯ୍ୟରେ ବିଳମ୍ବ ହେଉଛି ତେବେ ଫାଲଗୁନ ପୂର୍ଣିମା ଦିନ ମାତା ଲକ୍ଷ୍ମୀଙ୍କ ୭ଟି ଗୋଲାପ ଫୁଲ ଅର୍ପଣ କରନ୍ତୁ l ଏବଂ ଲକ୍ଷ୍ମୀ ମନ୍ତ୍ର ଜପ କରନ୍ତୁ l ଏପରି କରିବା ଦ୍ୱାରା ବିଳମ୍ବ ହେଉଥିବା ବିବାହ କାର୍ଯ୍ୟ ଶୀଘ୍ର ହୋଇଯିବ l

* ଆଜିର ଦିନରେ ଯେଉଁ ବ୍ୟକ୍ତି ଦୀର୍ଘ ଦିନରୁ ରୋଗ ରେ ଶଯ୍ୟାଶାୟୀ ଅଟନ୍ତି ତାଙ୍କ ମୁଣ୍ଡ ଉପରେ ୭ଟି କର୍ପୁର କୁ ୭ଥର ବୁଲାଇ ନିଆଁ ରେ ପୋଡି ଦେବା ଦ୍ୱାରା ସମସ୍ତ ରୋଗ ଦୂର ହୋଇଥାଏ l

* ଯଦି ବ୍ୟବସାୟ ଓ ଚାକିରୀରେ ସଫଳତା ପ୍ରାପ୍ତି କରିବାକୁ ଚାହୁଁଛନ୍ତି ଓସ୍ତ ବୃକ୍ଷରେ କିଛିଟା ଜଳ ଅର୍ପଣ କରିବା ସହିତ କିଛି ମିଠା ଜିନିଷ ମଧ୍ୟ ଅର୍ପଣ କରନ୍ତୁ l ଏପରି କରିବା ଦ୍ୱାରା ବ୍ୟବସାୟ ରେ ଲାଭ ହେବା ସହିତ ଚାକିରୀ କ୍ଷେତ୍ରରେ ମଧ୍ୟ ସଫଳତା ମିଳିବ l

Har Ghar Tiranga

Leave A Reply