ଦୋଳ ପୂର୍ଣିମା ଦିନ ମାତା ଲକ୍ଷ୍ମୀ ଙ୍କ ନିକଟରେ କରନ୍ତୁ ଏହିସବୁ ଉପାୟ, ଦୂର ହେବ ଜୀବନର ସମସ୍ତ ବାଧାବିଘ୍ନ ଏବଂ ସୁଖମୟ ହେବ ଦାମ୍ପତ୍ୟ ଜୀବନ
ରଙ୍ଗର ପର୍ବ ହୋଲି ମାର୍ଚ୍ଚ ମାସର ୨୬ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି, ଏହା ହିନ୍ଦୁ ଧର୍ମରେ ଗୋଟିଏ ପ୍ରସିଦ୍ଧ ପର୍ବ ଅଟେ l ହୋଲି ଆର୍ଥିକ ସମୃଦ୍ଧିର ପ୍ରତୀକ ଅଟେ l ମାନ୍ୟତା ରହିଛି ଯେ ଯଦି ଆପଣ ଏହିଦିନ ମାତା ଲକ୍ଷ୍ମୀଙ୍କୁ ବିଧିବଧ ଭାବରେ ପୂଜାର୍ଚନା କରିବେ ତେବେ ଆପଣଙ୍କର ଜୀବନ ର ସମସ୍ତ ଦୁଃଖ ଦୁର୍ଦଶା ଦୂର ହୋଇଥାଏ ଓ ମାତା ଲକ୍ଷ୍ମୀ କୃପା ମଧ୍ୟ ପ୍ରାପ୍ତ ହୋଇଥାଏ l
ଆସନ୍ତୁ ଜାଣିବା ହୋଲି ରେ ମାତା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବାର ଉପାୟ -:
* ଦୋଳ ପୁର୍ଣିମା ଦିନ ମାତା ଲକ୍ଷ୍ମୀଙ୍କ ନିକଟରେ ନାଲି ବସ୍ତ୍ର ଓ ନାଲି ଅଭିର ଏବଂ ନାଲି ସଂଖା ଅର୍ପଣ କରନ୍ତୁ l ଏହାଦ୍ୱାରା ମାତା ଲକ୍ଷ୍ମୀ ଙ୍କ ନିକଟରେ ମୁରୁଜ ପକାଇ କଳସ ଗୋଟିଏ ସ୍ଥାପନା କରନ୍ତୁ l ଏପରି କରି ଦୀପ ଟିଏ ଅର୍ପଣ କରିବା ଦ୍ୱାରା ପରିବାର ରେ ସୁଖ ସମୃଦ୍ଧି ର ଆଗମନ ହୋଇଥାଏ l
* ଦୋଳ ପୂର୍ଣିମା ଦିନ ହୋଲିକା ଦହନ ସରିବା ପରେ ମାତା ଲକ୍ଷ୍ମୀଙ୍କ ନିକଟରେ କ୍ଷୀରି ପ୍ରସ୍ତୁତ କରି ପ୍ରସାଦ ଭାବରେ ଅର୍ପଣ କରନ୍ତୁ l ଏବଂ ମା ଲକ୍ଷ୍ମୀ ଙ୍କୁ ଗୋଟିଏ ତମ୍ବା ପଇସା ଅର୍ପଣ କରନ୍ତୁ l ଏହାଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କ ଜୀବନ ର ସମସ୍ତ କଷ୍ଟ ଦୂର କରିବେ l
* ଦୋଳ ପୂର୍ଣ୍ଣିମାଦିନ ସନ୍ଧ୍ୟା ସମୟ ରେ ମାତା ଲକ୍ଷ୍ମୀଙ୍କ ନିକଟରେ ” ଓଂ ଶ୍ରୀଙ୍ଗ କ୍ଳିଙ୍ଗ ମହାଲକ୍ଷ୍ମୀ ମହାଲକ୍ଷ୍ମୀ ଏହ୍ୱାହୀ ସର୍ବ ସୌଭାଗ୍ୟଙ୍ଗ ଦେହୀ ମେ ସ୍ୱାହା ” ଏହି ମନ୍ତ୍ରଟି କୁ ଜପ ୧୦୮ ଥର କରନ୍ତୁ l ଏବଂ ଏହି ସମୟରେ ହାତରେ ଗୋଟିଏ ରୂପା ମୁଦ୍ରା ରଖନ୍ତୁ l ଜପ କରିବା ପରେ ଉକ୍ତ ମୁଦ୍ରା କୁ ନିଜ ର ପଇସା ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ l ଏପରି କରିବା ଦ୍ୱାରା ସୌଭାଗ୍ୟ ପ୍ରାପ୍ତି ହୋଇଥାଏ l
* ଦୋଳ ପୂର୍ଣିମା ଦିନ ହୋଲିକା ଦହନ ପରେ ମାତା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବାର ସବୁଠୁ ଭଲ ଉପାୟ ଅଟେ l ଏହିଦିନ ଲକ୍ଷ୍ମୀଙ୍କ ନିକଟରେ କନକ ଧାରା ସ୍ତୋତ୍ର ପାଠ କରନ୍ତୁ l ଏହାଦ୍ୱାରା ଆର୍ଥିକ ସ୍ଥିତି ରେ ବୃଦ୍ଧି ହେବ l
* ଯଦି ବୈବାହିକ ଜୀବନ ରେ ଅଶାନ୍ତି ଓ ଅସୁବିଧା ଦେଖା ଦେଉଛି ତେବେ ସ୍ୱାମୀ ସ୍ତ୍ରୀ ଦୋଳ ପୂର୍ଣିମା ଦିନ ଲକ୍ଷ୍ମୀ ନାରାୟଣାୟଃ ନମଃ ମନ୍ତ୍ର ପାଠ କରନ୍ତୁ l ଏହାଦ୍ୱାରା ଆପଣଙ୍କ ଜୀବନ ରେ ଚାଲିଥିବା ଅସୁବିଧା ଦୂର ହେବ l