ଆଲୋକର ପର୍ବ ଦୀପାବଳୀ ନିକଟ ହୋଇ ଆସିଲାଣି, ଦୀପାବଳୀ ପୂର୍ବରୁ ପ୍ରତ୍ୟେକ ବର୍ଷ ଧନତେରସ ପର୍ବ ପାଳନ କରାଯାଇ ଥାଏ l ଧନତେରସ ରେ ନୂଆ ବସ୍ତୁ କିଛିଟା କିଣି ଆମେ ଘରକୁ ଆଣିଥାଉ l ଯାହାକି ଆମକୁ ଜୀବନରେ ସଫଳତା ଦେଇଥାଏ ଏବଂ ଘରକୁ ସକାରାତ୍ମକ ଭାବନା ମଧ୍ୟ ଦେଇଥାଏ l କିନ୍ତୁ ଏଭଳି କିଛି ବସ୍ତୁ ରହିଛି ଯାହାକି ଘରକୁ ଆଣିବା ଉଚିତ ନୁହେଁ l ଆସନ୍ତୁ ଜାଣିବା ସେଗୁଡିକ କଣ –
– ଧନତେରସ ରେ କଦାପି ଲୁହl ଜିନିଷ ଘରକୁ କିଣି ଆଣିବା ଉଚିତ ନୁହେଁ l ଲୁହା ଜିନିଷ କିଣି ଆଣିବା ଦ୍ୱାରା ରାହୁଙ୍କ ପ୍ରଭାବ ପରିବାର ଉପରେ ରହିଥାଏ l ଏବଂ ପରିବାର ସଦସ୍ୟଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥାଏ l
– ଧନତେରସ ରେ କଦାପି ପ୍ଲାଷ୍ଟିକ ଜିନିଷ କିଣି ଘରକୁ ଆଣିବା ଉଚିତ ନୁହେ, ପ୍ଲାଷ୍ଟିକ ବସ୍ତୁ ଘରକୁ ଧନତେରସ ରେ କିଣି ଆଣିବା ଦ୍ୱାରା ଦରିଦ୍ରତା ଦେଖା ଦେଇଥାଏ l ଏବଂ ଜୀବନରେ ବିଭିନ୍ନ ଅସୁବିଧା ମଧ୍ୟ ଆସିଥାଏ l
– ଧନତେରାସ ରେ କଳାରଙ୍ଗ ର ବସ୍ତୁ ଘରକୁ ଆଣନ୍ତୁ ନାହିଁ , କଳାରଙ୍ଗ ପ୍ରତି ଶନିଦେବ ଆକର୍ଷିତ ହୋଇ ଥାଆନ୍ତି l ଏବଂ ଜୀବନ ଉପରେ ମଧ୍ୟ ଶନିଙ୍କ ପ୍ରଭାବ ରହିଥାଏ l ଏହାଦ୍ୱାରା ଜୀବନରେ ନକାରାତ୍ମକ ଶକ୍ତିର ପ୍ରଭାବ ଦେଖା ଦେଇଥାଏ l
– ବିଶେଷ ଭାବରେ ଧନତେରାସ ରେ ଆମେ ଚାରି ଚକିଆ ବା ୨ ଚକିଆ ଯାନ କିଣିଥାଉ , କିଛି ଲୋକ ନୂଆ କିଣିଥିବା ବେଳେ ଆଉକିଛି ଲୋକ ସେକେଣ୍ଡ ହ୍ୟାଣ୍ଡ ଗାଡି କିଣି ଥାଆନ୍ତି l ନୂଆ କିଣିବା ଶୁଭ ହୋଇଥାଏ, କିନ୍ତୁ ଅନ୍ୟର ବ୍ୟବହୃତ ଗାଡି କଦାପି କିଣିବା ଦୀପାବଳୀ ରେ ଉଚିତ ନୁହେଁ l ଅନ୍ୟର ବ୍ୟବହୃତ ବସ୍ତୁ ଧନତେରସ ରେ କିଣିବା ଦ୍ୱାରା ଗୃହ କ୍ଳେଶ ବୃଦ୍ଧି ହୋଇଥାଏ l
– ଧନତେରସ ରେ କାଚ ବସ୍ତୁ କିଣି ଘରକୁ ଆଣନ୍ତୁ ନାହିଁ, ବାସ୍ତୁ ଶାସ୍ତ୍ର ଅନୁସାରେ ଧନତେରସ ରେ କାଚ ଜିନିଷ କିଣି ଘରକୁ ଆଣିବା ଦ୍ୱାରା ସମ୍ପର୍କ ରେ ଫାଟ ଆସିଥାଏ ଏବଂ କଳହ ଦେଖା ଦେଇଥାଏ l