ଆଲୋକର ପର୍ବ ଦୀପାବଳୀ ର ପ୍ରସ୍ତୁତି ପ୍ରାୟ ସମସ୍ତ ପରିବାର ରେ ହୋଇସାରିଛି l ଏହିଦିନ ରାତିରେ ବିଶେଷ ଭାବରେ ମାତା ଲକ୍ଷ୍ମୀଙ୍କୁ ବିଧିବଦ୍ଧ ଭାବରେ ପୂଜାର୍ଚନା କରାଯାଇ ଥାଏ l ଦୀପାବଳୀ ଦିନ ରାତିରେ ମାଲକ୍ଷ୍ମୀ ସନ୍ତୁଷ୍ଟ ହେବା ଦ୍ୱାରା ଜୀବନ ର ସମସ୍ତ ବିଘ୍ନ ଦୂର ହୋଇଥାଏ l
ଦୀପାବଳୀ ଦିନ ରାତିରେ କରନ୍ତୁ ଏହି ଉପାୟ –
– ଦୀପାବଳୀ ଦିନ ରାତିରେ ୫ଟି ଗୋଟାଗୁଆ, ୫ ଖଣ୍ଡ ହଳଦୀ, ୫ଟି କଉଡ଼ି , ୫ଟି ଗୋମତୀ ଚକ୍ର କୁ ନେଇ ଗୋଟିଏ ନାଲି କପଡ଼ାରେ ବାନ୍ଧି ଲକ୍ଷ୍ମୀ ପୂଜନ ସ୍ଥାନରେ ରଖି ଦିଅନ୍ତୁ l ପରଦିନ ସକାଳୁ ଏହାକୁ ନିଜ ଆଲମାରୀ ରେ ରଖି ଦିଅନ୍ତୁ l ମାନ୍ୟତା ଅନୁସାରେ ଏହାଦ୍ୱାରା ଧନ ସମସ୍ୟା ଦୂର ହୋଇଥାଏ l
– ଦୀପାବଳୀ ଦିନ ନୂଆ ଦୀପ ରେ ନୂଆ ଘିଅ ଦେଇ ଜଳାଇବା ଜରୁରୀ l ଏହିଦିନ ଘରର ଉତର ଦିଗରେ ଲକ୍ଷ୍ମୀଙ୍କ ନିକଟରେ ଏହି ଦୀପ କୁ ଜଳାଇବା ଜରୁରୀ l ଏହାଦ୍ୱାରା ଲକ୍ଷ୍ମୀ ଙ୍କ ଆଗମନ ହୋଇଥାଏ l
– ଦୀପାବଳୀ ଦିନ ଗୋଟିଏ କଂସା କିମ୍ବା ତମ୍ବା କଳସ ରେ ଜଳ ଭରି ରଖନ୍ତୁ, ଏହା ଉପରେ ଖଣ୍ଡିଏ ଆମ୍ବ ଡାଳ ରଖି ଗୋଟିଏ ନଡ଼ିଆ ରଖି ନିଅନ୍ତୁ l ଏହାପରେ କଳସ ଉପରେ ସିନ୍ଦୁର ରେ ସ୍ୱସ୍ତିକ ଚିହ୍ନ କରି ନିଅନ୍ତୁ l ତା ଉପରେ ଖଣ୍ଡିଏ ନାଲି କପଡା ରଖି ଦିଅନ୍ତୁ ଓ ଗୋଟିଏ ନାଲି କପଡା ଘୋଡାଇ ଦିଅନ୍ତୁ l ଏହାଦ୍ୱାରା ଘରର ନକାରାତ୍ମକ ଶକ୍ତି ଦୂର ହୋଇଥାଏ l
– ଦୀପାବଳୀ ଦିନ ଗୋଟିଏ ୯ ମୁଖି ମାତା ଲକ୍ଷ୍ମୀଙ୍କ ନିକଟରେ ଅର୍ପଣ କରନ୍ତୁ l ଏହାଦ୍ୱାରା ଧନ ଲାଭ ହୋଇଥାଏ ଏବଂ ଆର୍ଥିକ ସ୍ଥିତି ରେ ସୁଧାର ହୋଇଥାଏ l ଏବଂ ଦୀପାବଳୀ ଦିନ ଯଦି ଠାକୁରଙ୍କ ନିକଟରେ ଅଖଣ୍ଡ ଦୀପ ଟିଏ ଜଳାଇବେ ସମସ୍ତ ବିଘ୍ନ ଦୂର ହୋଇଥାଏ l