Odisha news

ଭଗବାନ ଗଣେଶ କିପରି ହେଲେ ମାତା ଲକ୍ଷ୍ମୀଙ୍କ ଦତ୍ତକ ପୁତ୍ର ଏବଂ କାହିଁକି ଦୀପାବଳୀରେ ଏକତ୍ରିତ କରାଯାଇ ଥାଏ ଦୁହିଁକି ପୂଜା

0

ଆଲୋକର ପର୍ବ ଦୀପାବଳୀ ୫ଟି ପର୍ବର ମିଳନ ଅଟେ, ଯାହାର ଆରମ୍ଭ ଧନତେରସ ଠାରୁ ଆରମ୍ଭ ହୋଇଥାଏ l ଧନତେରସ ଦିନ ମଧ୍ୟ ଲକ୍ଷ୍ମୀ ପୂଜନ କରାଯାଇ ଥାଏ l ଧନତେରସ ସହିତ ନରକ ଚତୁର୍ଦଶୀ, ଲକ୍ଷ୍ମୀ ପୂଜନ, ଗୋବର୍ଧନ ପୂଜା ଓ ଭାଇ ଜିଉଁତିଆ ଭଳି ପର୍ବ ପାଳନ ହୋଇଥାଏ l ଦୀପାବଳୀ କାର୍ତିକ ଅମାବାସ୍ୟା ଦିନ ପାଳନ ହୋଇଥାଏ l ଚଳିତ ବର୍ଷ ଦୀପାବଳୀ ୩୧ ଅକ୍ଟୋବର ରେ ପାଳନ କରାଯିବ l

ଦୀପାବଳୀ ଦିନ ଘର, ଅଫିସ, କାରଖାନା ରେ ଲୋକେ ସନ୍ଧ୍ୟା ସମୟ ରେ ଲକ୍ଷ୍ମୀ ପୂଜନ କରି ଥାଆନ୍ତି l ଅନ୍ୟଦିନ ଯେଉଁଠି ବିଷ୍ଣୁଙ୍କ ସହିତ ଲକ୍ଷ୍ମୀ ଙ୍କୁ ପୂଜନ କରାଯାଇ ଥାଏ ଦୀପାବଳୀ ରେ ଲକ୍ଷ୍ମୀଙ୍କ ସହିତ ଶ୍ରୀଗଣେଶ ଙ୍କୁ ପୂଜା କରାଯାଏ l କିନ୍ତୁ ଏହା ପଛରେ କଣ କାରଣ ରହିଛି ଆସନ୍ତୁ ଜାଣିବା l

ଭଗବାନ ବିଷ୍ଣୁ ଭଙ୍ଗ କଲେ ମାତା ଲକ୍ଷ୍ମୀଙ୍କ ଅହଂକାର –
ପୌରାଣିକ କଥା ଅନୁସାରେ ଥରେ ବୈକୁଣ୍ଠ ରେ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ ଚର୍ଚା ହେଉଥିଲା , ସେତେବେଳେ ମା ଲକ୍ଷ୍ମୀ  କହିଥିଲେ ମୁଁ ଧନଧାନ୍ୟ, ଐଶ୍ୱର୍ଯ୍ୟ, ସୌଭାଗ୍ୟ, ସମୃଦ୍ଧି ପ୍ରଦାନ କରିଥାଏ l ମୋ କୃପାରୁ ଭକ୍ତର ସମସ୍ତ ମନସ୍କାମନା ପୁର୍ଣ ହୋଇଥାଏ , ତେଣୁ ମୋ ପୂଜା ସର୍ବ ଶ୍ରେଷ୍ଠ ଅଟେ l

ଦେବୀ ଲକ୍ଷ୍ମୀଙ୍କ କଥାରେ ମହତ୍ୱ ଥିଲା, ଯାହାକୁ ଭଗବାନ ବିଷ୍ଣୁ ଜାଣି ପାରିଲେ ଓ ତାକୁ ଭଙ୍ଗ କରିବାର ନିଷ୍ପତି ନେଲେ l ସେତେବେଳେ ଭଗବାନ ବିଷ୍ଣୁ କହିଲେ ହେ ଦେବୀ ତୁମେ ସର୍ବ ଶ୍ରେଷ୍ଠ କିନ୍ତୁ ତୁମ ନିକଟରେ ସମ୍ପୂର୍ଣ ନାରୀତ୍ୱ ନାହିଁ l କାହିଁକିନା ଯେତେବଳ ପର୍ଯ୍ୟ କୌଣସି ନାରୀ କୁ ମାତୃତ୍ଵ ସୁଖ ମିଳି ନଥାଏ ସେତେବେଳେ ପର୍ଯ୍ୟନ୍ତ ତାର ନାରୀତ୍ୱ ଅଧୁରା ରହିଥାଏ l

ଭଗବାନ ଗଣେଶ କେମିତି ହେଲେ ମା ଲକ୍ଷ୍ମୀଙ୍କ ଦତ୍ତକ ପୁତ୍ର –
ଭଗବାନ ବିଷ୍ଣୁଙ୍କ ନିକଟରୁ ଏଭଳି କଥା ଶୁଣି ମାଲକ୍ଷ୍ମୀ ଦୁଖୀ ହୋଇଗଲେ ଓ ମା ପାର୍ବତୀ ଙ୍କୁ ସମସ୍ତ କଥା କହିଲେ , ଏବଂ ମାତା ପାର୍ବତୀ ଗଣେଶ ଙ୍କୁ ଦତ୍ତକ ପୁତ୍ର ଭାବରେ ଲକ୍ଷ୍ମୀଙ୍କୁ ଅର୍ପଣ କରିଦେଲେ l ଯେଉଁ କାରଣରୁ ମାଲକ୍ଷ୍ମୀ ଅତ୍ୟନ୍ତ ଖୁସି ହୋଇଗଲେ l ଏହାପରେ ମାଲକ୍ଷ୍ମୀ କହିଥିଲେ ଯଦି କୌଣସି ସାଧକ ଧନ, ଦୌଲତ, ସିଦ୍ଧି ଐଶ୍ୱର୍ଯ୍ୟ ର ପ୍ରାପ୍ତି ସେତେବେଳେ କରିବ ଯେତେବେଳେ ଲକ୍ଷ୍ମୀ ଗଣେଶଙ୍କୁ ଏକ ସାଙ୍ଗରେ ଉପାସନା କରାଯିବ l ଏହାପରେ ପ୍ରତ୍ୟେକ ଦୀପାବଳୀ ରେ ଲକ୍ଷ୍ମୀ-ଗଣେଶ ଙ୍କୁ ଏକ ସାଙ୍ଗରେ ପୂଜା ପ୍ରତ୍ୟେକ ଦୀପାବଳୀ ରେ କରାଯାଇ ଥାଏ l

Leave A Reply