ଆଜିର ଦୁନିଆରେ ଶରୀର ପାଇଁ ସବୁଠୁ ବଡ଼ ବିପଦ ସୃଷ୍ଟି କରୁଛି ଏୟାର ପଲ୍ୟୁସନ , ଯାହାକି ଶ୍ୱାସନଳୀ ରେ ବିଭିନ୍ନ ସମସ୍ୟାର କାରଣ ହେବା ସହିତ ଜୀବନ ପ୍ରତି ବିପଦ ମଧ୍ୟ ଆଣିଦେଇ ଥାଏ l ଏହା ବିଶେଷ ଭାବରେ ଛାତି, ଗଳା ଓ ପ୍ରଶ୍ୱାସ ନଳୀ କୁ ପ୍ରଭାବିତ କରିଥାଏ l
ପ୍ରଦୂଷଣ କାରଣରୁ ସର୍ଦି, କାଶ ଓ ପ୍ରଶ୍ୱାସ ନଳୀ ରେ ବିଭିନ୍ନ ସମସ୍ୟା ହୋଇଥାଏ l ଯଦି ଆପଣ ଏହିଭଳି ସମସ୍ୟାର ସମୁଖୀନ ହେଉଛନ୍ତି ଯଥା ଶୀଘ୍ର ଡାକ୍ତରଙ୍କୁ ପରାମର୍ଶ କରନ୍ତୁ l ନଚେତ ଏହା ଆପଣଙ୍କୁ ଆସ୍ଥମା ରୋଗରେ ପୀଡିତ କରିପାରେ l
ଆପଣାନ୍ତୁ ଏହି ଉପାୟ –
– ଯଦି ଆପଣ ବାୟୂପ୍ରଦୂଷଣ କାରଣରୁ ସର୍ଦି କାସରେ ପୀଡିତ ହେଉଛନ୍ତି ତେବେ ଦିନକୁ ୩ରୁ ଚାରି ଥର ଉଷୁମ ପାଣିରେ ଲୁଣ ପକାଇ ଗର୍ଗଲ କରନ୍ତୁ l ଏହାଦ୍ୱାରା କାଶ ରୁ ଆରାମ ତ ମିଳିଥାଏ ଏବଂ ଛାତିରେ ଜମି ଥିବା କଫ ମଧ୍ୟ ତରଳି ବାହାରି ଯାଇଥାଏ l
– ସର୍ଦି କାଶରୁ ଆରାମ ପାଇବା ସହିତ ପଲ୍ୟୁସନ ରୁ ନିଜ ଗଳା କୁ ସୁରକ୍ଷିତ ରଖିବା ପାଇଁ ନିୟମିତ ଭାବରେ ଉଷୁମ ଦୁଗ୍ଧ ରେ ସାମାନ୍ୟ ହଳଦୀ ଗୁଣ୍ଡ ମିଶାଇ ସେବନ କରନ୍ତୁ l ଏହାଦ୍ୱାରା ଗଳା ଓ ଛାତିକୁ ଆରାମ ମିଳିବ l
– ଆୟୁର୍ବେଦ ଅନୁସାରେ ଗୋଲ ମରିଚ ଓ ମହୁ ଆପଣଙ୍କ ଗଳା ଓ ଫୁସଫୁସ କୁ ସଂକ୍ରମଣ ରୁ ସୁରକ୍ଷା ଦେଇଥାଏ l ତେଣୁ ନିୟମିତ ଭାବରେ ମହୁ ରେ ଗୋଲ ମରିଚ କିଛି ମାତ୍ରାରେ ଗୁଣ୍ଡ କରି ମିଶାଇ ସେବନ କରନ୍ତୁ l ଏହା ଆପଣଙ୍କୁ ବିଭିନ୍ନ ପ୍ରକାର ସଂକ୍ରମଣ ରୁ ରକ୍ଷା କରିଥାଏ l
– ଏୟାର ପଲ୍ୟୁସନ ରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ନିୟମିତ ଭାବରେ ଗରମ ପାଣିରେ ଶ୍ରୀ କର୍ପୁର ପକାଇ ଆଘ୍ରାଣ କରନ୍ତୁ l ଏହା ଛାତି ଓ ଗଳା କୁ ସୁରକ୍ଷିତ ରଖିଥାଏ l