Odisha news

ଦୀପାବଳୀରେ ସନ୍ଧ୍ୟା ସମୟ ରେ ମାତା ଲକ୍ଷ୍ମୀଙ୍କୁ ଏହି କିଛିଟା ବସ୍ତୁ ଅର୍ପଣ କରନ୍ତୁ ଏବଂ ଐଶ୍ୱର୍ଯ୍ୟ ଲାଭ କରନ୍ତୁ

0

ଦୀପାବଳୀ ଆଲୋକ ଓ ଖୁସିର ପ୍ରଂ ଅଟେ, ଯାହାକୁ ଆମେ କାର୍ତିକ ଅମାବାସ୍ୟା ଦିନ ପାଳନ କରାଯାଇଥାଏ l ଏହି ଦିନ ଘର, ଅଫିସ ଓ କଳକାରଖାନା ରେ ଲକ୍ଷ୍ମୀ ଗଣେଶଙ୍କୁ ପୂଜା କରାଯାଇ ଥାଏ l ବିଧି-ବିଧାନ ଭାବରେ ଲକ୍ଷ୍ମୀ ଗଣେଶ ଙ୍କୁ ସ୍ଥାପନା କରାଯାଇ ପୂଜାର୍ଚନା କରାଯାଏ l ଚଳିତ ବର୍ଷ ଆଲୋକର ପର୍ବ ଦୀପାବଳୀ ଅକ୍ଟୋବର ୩୧ ତାରିଖ ରେ ପାଳିତ ହେବ l ବିଶେଷ ଭାବରେ ତିଥି ଏବଂ ନକ୍ଷତ୍ର କୁ ଅନେକ ସମୟ ରେ ଭୁଲ ଧାରଣା ଲୋକଙ୍କ ମନରେ ଉପୁଜିଥାଏ l

ଶାସ୍ତ୍ର ଅନୁସାରେ ଚଳିତଥର ଦୀପାବଳୀ ରେ ଲକ୍ଷ୍ମୀ ପୂଜନ ଅମାବାସ୍ୟା ଦିନ ଓ ପ୍ରଦୋଷ କାଳରେ କରିବା ଆବଶ୍ୟକ l ଆପଣ ନିଷିଦ୍ଧକାଳ ସମୟ ରେ ମଧ୍ୟ ପୂଜା କରିପାରିବେ l ଲକ୍ଷ୍ମୀ ପୂଜନ ପାଇଁ ୩୧ ତାରିଖରେ ସମସ୍ତ ସମୟ ଉପଯୁକ୍ତ ଅଟେ l ଅନ୍ୟ ଦିନରେ ଆମେ ଲକ୍ଷ୍ମୀ ପୂଜନ ସକାଳ ସମୟ ରେ କରିଥିବା ବେଳେ ଦୀପାବଳୀ ରେ ସନ୍ଧ୍ୟା ଅର୍ଥାତ ପ୍ରଦୋଷ କାଳରେ ହୋଇଥାଏ l

ଶୁଭ ସମୟ –
ଦୀପାବଳୀ ରେ ଲକ୍ଷ୍ମୀ ପୂଜନ ପାଇଁ ଅକ୍ଟୋବର ୩୧ ତାରିଖ ସନ୍ଧ୍ୟା ୬ଟା ୨୭ ମିନିଟ ରୁ ରାତି ୮ଟା ୩୨ ମିନିଟ ଶୁଭ ସମୟ ରହିବ l ଏହି ସମୟ ମଧ୍ୟରେ ଆପଣ ଲକ୍ଷ୍ମୀଙ୍କ ନିକଟରେ କଳସ ସ୍ଥାପନା କରି ପୂଜାର୍ଚନା କରିପାରିବେ l

ଲକ୍ଷ୍ମୀଙ୍କ କୃପା – ଦୀପାବଳୀ ରେ ଶୁଭ ମୁହୁର୍ତରେ ମାତା ଲକ୍ଷ୍ମୀଙ୍କୁ ପୂଜନ କରିବା ସମୟ ରେ ଲକ୍ଷ୍ମୀଙ୍କ ନିକଟରେ କିଛିଟା ବସ୍ତୁ ନିହାତି ରଖିବା ଜରୁରୀ –
– ଲକ୍ଷ୍ମୀଙ୍କ ନିକଟରେ ଶଙ୍ଖ ଦୀପାବଳୀ ପୂଜାରେ ନିହାତି ରଖନ୍ତୁ l
– କଉଡ଼ି ମାତା ଲକ୍ଷ୍ମୀଙ୍କର ଖୁବ ପ୍ରିୟ ଅଟେ, ତେଣୁ ଦୀପାବଳୀ ରେ କଉଡ଼ି ରେ ହଳଦୀ ଲଗାଇ ଲକ୍ଷ୍ମୀଙ୍କ ନିକଟରେ ରଖନ୍ତୁ l
– ପଦ୍ମ ଫୁଲ ଲକ୍ଷ୍ମୀ ଙ୍କର ଖୁବ ପ୍ରିୟ ଅଟେ, ଦୀପାବଳୀ ଦିନ ଲକ୍ଷ୍ମୀଙ୍କ ନିକଟରେ ପଦ୍ମ ଫୁଲ ଟିଏ ଅର୍ପଣ କରନ୍ତୁ l ଯଦି ଏହା ଶ୍ୱେତ ପଦ୍ମ ହୋଇଥିବ ତେବେ ଖୁବ ଭଲ l
– ମାତା ଲକ୍ଷ୍ମୀଙ୍କୁ ଦୀପାବଳୀ ଦିନ ୭ କେରା ଦୁବ ଘାସ ଅର୍ପଣ କରନ୍ତୁ , ଯାହାକି ଆପଣଙ୍କ ର ସମସ୍ତ ବିଘ୍ନ ଦୂର କରିବ l
– ଗୋଟିଏ ପାତ୍ରରେ କିଛି ଅରୁଆ ଚାଉଳ ସହିତ ଧଳା ଫୁଲ ରଖି ମାତା ଲକ୍ଷ୍ମୀ ଙ୍କୁ ଅର୍ପଣ କରିବା ଦ୍ୱାରା ଐଶ୍ୱର୍ଯ୍ୟ ବୃଦ୍ଧି ହୋଇଥାଏ l

Nalco

Leave A Reply