Odisha news

ଦିପାବଳୀ ପୂର୍ବରୁ କାହିଁକି ଧନତେରାସ ରେ ମାତା ଲକ୍ଷ୍ମୀଙ୍କୁ ପୂଜା କରାଯାଇ ଥାଏ , କଣ ରହିଛି ଏହାର ମାନ୍ୟତା 

0
ହିନ୍ଦୁ ଧର୍ମ ରେ ଦୀପାବଳି କୁ ଖୁବ ମହତ୍ୱ ଦିଆଯାଇ ଥାଏ , ଚଳିତ ବର୍ଷ ଦୀପାବଳି ମହୋତ୍ସବ ଅକ୍ଟୋବର ୩୧ ତାରିଖ ରେ ଅନୁଷ୍ଠିତ ହେବ , ଏବଂ ଏହାର ପୂର୍ବ ଦିନ ଧନ ତେରାସ ବା ନରକ ଚତୁର୍ଦଶୀ ପାଳିତ ହୋଇଥାଏ l ତେଣୁ ହିନ୍ଦୁ ମାନ୍ୟତା ଅନୁସାେର ଧନ ତେରାସ ଦିନ ମାତା ଲକ୍ଷ୍ମୀ ଓ ଗଣେଶ ଙ୍କୁ ବିଧି ବଧ ଭାବରେ ପୂଜା କରାଯାଇ ଥାଏ . କିନ୍ତୁ ଏହା ପଛରେ କଣ ରହିଛି କାରଣ ଆସନ୍ତୁ ଜାଣିବା l
ଏକଦା ଭଗବାନ ବିଷ୍ଣୁ ପୃଥିବୀ ପୃଷ୍ଠକୁ ଯାତ୍ରା କରିବାକୁ ଆସିଥିଲେ l ଏହି ସମୟରେ ମାତା ଲକ୍ଷ୍ମୀ ମଧ୍ୟ ତାଙ୍କ ସହିତ ଯିବା ପାଇଁ କହିଥିଲେ l ଏହାପରେ ଭଗବାନ ବିଷ୍ଣୁ ଗୋଟିଏ ସର୍ତ୍ତ ରଖିଥିଲେ ଯିବାପାଇଁ ସହମତି ଦେଇଥିଲେ l ସର୍ତଟି ଥିଲା ଏହିଭଳି ‘ ବିଷ୍ଣୁ କହିଥିଲେ ଯେ ଯଦି ତମେ ମୋ ସହିତ ଯିବ ତେବେ ସେଠାରେ ସାଂସାରିକ ମୋହ ମାୟାରେ ପଡିବ ନାହିଁ, ଏବଂ ଦକ୍ଷିଣ ଦିଗକୁ ଦେଖିବ ନାହିଁ l ‘ ସେହି ସମୟରେ ଦେବୀ ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କର ଏହି କଥାଟିକୁ ମାନି ଥିଲେ l
କିନ୍ତୁ ପୃଥିବୀ ପୃଷ୍ଠରେ ଯାତ୍ରା ସମୟରେ ଦେବୀ ଲକ୍ଷ୍ମୀ ନିଜର ଚଞ୍ଚଳ ସ୍ଵଭାଵ କାରଣରୁ ଦକ୍ଷିଣ ଦିଗକୁ ଦେଖିବା ଇଛା କୁ ରୋକୀ ପାରିଲେ ନାହିଁ ଓ ନିଜର ପ୍ରତିଜ୍ଞା ଭାଙ୍ଗି ଦେଇଥିଲେ l ଏହାପରେ ଦକ୍ଷିଣ ଦିଗକୁ ଯିବାକୁ ଲାଗିଲେ l ଏହି ସମୟରେ ପୃଥିବୀ ପୃଷ୍ଠାରେ ହଳଦିଆ ସୋରିଷ ଫୁଲ ଓ ଆଖୁ ଚାଷ ହୋଇଥିଲା ଯାହାର ସୌନ୍ଦର୍ଯ୍ୟ କୁ ଦେଖି ମା ଲକ୍ଷ୍ମୀ ମନ୍ତ୍ରମୁଗ୍ଧ ହୋଇ ଯାଇଥିଲେ l ଏହାପରେ ମା ଲକ୍ଷ୍ମୀ ସାଂସାରିକ ମୋହ ରେ ପଡି ନିଜକୁ ସୋରିଷ ଫୁଲରେ ସଜାଇବାକୁ ଲାଗିଥିଲେ l ଏହାପରେ ଆଖୁର ମଧୁର ସୁଗନ୍ଧ କୁ ଆଘ୍ରାଣ କରି ନିଜକୁ ଅଟକାଇ ପାରିଲେ ନାହିଁ l ଏବଂ ଆଖୁ ରସ ସେବନ କରିଥିଲେ l  ଏହାକୁ ଦେଖି ଭଗବାନ ବିଷ୍ଣୁ କ୍ରୋଧିତ ହୋଇ ଯାଇଥିଲେ ଓ ମା ଲକ୍ଷ୍ମୀଙ୍କୁ ଅଭିଶାପ ସ୍ୱରୂପ ସେହି ଗରିବ ଚାଷୀର କ୍ଷେତରେ ତପସ୍ୟା ଭାବରେ ଆସନ୍ତା ୧୨ ବର୍ଷ ପର୍ଯ୍ୟନ୍ତ ସେବା କରିବାକୁ  କହିଥିଲେ l
ମାଲକ୍ଷ୍ମୀ ଙ୍କ ଆଗମନ ରେ ଗରିବ ଚାଷୀ ଟି ରାତାରାତି ଧନଵାନ ହୋଇଗଲା l ଧୀରେ ଧୀରେ ୧୨ ବର୍ଷ ବିତିଗଲା ଓ ମା ଲକ୍ଷ୍ମୀଙ୍କ ର ବୈକୁଣ୍ଠ ପୁରୀ କୁ ଫେରିବାର ସମୟ ଆସିଗଲା l ଯେତେବେଳେ ଭଗବାନ ବିଷ୍ଣୁ ମା ଲକ୍ଷ୍ମୀ ଙ୍କୁ ଫେରାଇ ନେବା ପାଇଁ ସାଧାରଣ ମଣିଷ ଭାବରେ ପୃଥିଵିଲୋକ କୁ ଆସିଲେ ସେତେବେଳେ ଚାଷୀ ମା ଲକ୍ଷ୍ମୀଙ୍କୁ ସେବାରୁ ମୁକ୍ତ କରିବାକୁ ମନା କରିଦେଲା l ଯେତେବେଳେ ଭଗବାନ ବିଷ୍ଣୁ ଙ୍କ ପ୍ରୟାସ ମଧ୍ୟ ବ୍ୟର୍ଥ ହୋଇଗଲା ସେତେବେଳେ ମା ଲକ୍ଷ୍ମୀ ଚାଷୀ କୁ ନିଜର ଅସଲି ରୂପ ଦେଖାଇଲେ ଏବଂ କହିଲେ ଯେ ସେ ବର୍ତମାନ ପୃଥିବୀ ପୃଷ୍ଠରେ ରହିପାରିବେ ନାହିଁ l ଏହାପରେ ମା ଲକ୍ଷ୍ମୀ କୃଷକ କୁ ପ୍ରତିଜ୍ଞା କରିଥିଲେ ପ୍ରତ୍ୟେକ ବର୍ଷ କାର୍ତିକମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି ରାତିରେ ପୃଥିବୀ ପୃଷ୍ଠକୁ ଆସିବେ l
କିମ୍ବଦନ୍ତୀ ଅନୁସାରେ କୃଷକ ପ୍ରତ୍ୟେକ ବର୍ଷ ଦୀପାବଳି କୃଷ୍ଣପକ୍ଷ ତ୍ରୟୋଦଶୀ ଦିନ ମା ଲକ୍ଷ୍ମୀଙ୍କ ସ୍ୱାଗତ ପାଇଁ ସୋରିଷ ଫୁଲ ଓ ଆଖୁ  କୁ ରଖି ମାଙ୍କ ଆସିବା ବାଟକୁ ଅପେକ୍ଷା କରିଥାଏ l  ମାନ୍ୟତା ଅନୁସାରେ ସେହିଦିନ ଠାରୁ ମାଲକ୍ଷ୍ମୀ ଙ୍କ ଆଗମନ ରେ ଧନତେରସ ଦିନ ପୂଜାର୍ଚନା କରାଯାଇ ଥାଏ l
Nalco

Leave A Reply