Odisha news

ଦୀପାବଳୀ ଦିନ ତେଲରେ ସ୍ନାନ କରିବା ଦ୍ୱାରା ମିଳିଥାଏ ଚମତ୍କାର ଲାଭ , ଇମ୍ୟୁନିଟି ବୁଷ୍ଟ ହେବା ସହ ଆଣ୍ଠୁଗଣ୍ଠି ଯନ୍ତ୍ରଣା ରୁ ମିଳିଥାଏ ଆରାମ

0

ଦୀପାବଳୀ ହେଉଛି ଆଲୋକର ପର୍ବ l ଏହି ସମୟରେ ଦେଶର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ପାଳନ କରାଯାଇ ଥାଏ l ପ୍ରତ୍ୟେକ ରାଜ୍ୟ ରେ ଦୀପାବଳୀ କୁ ବିଭିନ୍ନ ରୀତିରେ ପାଳନ କରାଯାଇ ଥାଏ l ସେହିଭଳି ଦକ୍ଷିଣ ଭାରତରେ ଦୀପାବଳୀ କୁ ଅଲଗା ଭାବେ ପାଳନ କରାଯାଇ ଥାଏ l କେରଳ ଓ ତାମିଲନାଡୁ ର ବିଭିନ୍ନ ସ୍ଥାନର ଲୋକେ ଦୀପାବଳୀ ଦିନ ତେଲ ରେ ଗାଧୋଇ ଥାଆନ୍ତି l ଏହା ଗୋଟିଏ ପରମ୍ପରା ହୋଇପାରେ କିନ୍ତୁ ଏହାର ସ୍ୱାସ୍ଥ୍ୟଗତ ଲାଭ ଅନେକ ରହିଛି l

* ଦୀପାବଳୀ ରେ ତେଲ ରେ ଗାଧୋଇବାର ଲାଭ –
* ଯେତେବେଳେ ଏହି ପରମ୍ପରା ଆରମ୍ଭ ହୋଇଥିଲା ସେତେବେଳେ ଥଣ୍ଡାରୁ ମୁକ୍ତି ପାଇବା ପାଇଁ କରାଯାଇ ଥିଲା l ତେଲ ରେ ଗାଧୋଇବା ଦ୍ୱାରା ଇମ୍ୟୁନିଟି ବୁଷ୍ଟ ହୋଇଥାଏ ଓ ଶରୀର ଗରମ ରହିଥାଏ l ଥଣ୍ଡା ଦିନେ ଗାଧୋଇବା ଦ୍ୱାରା ସଂକ୍ରମଣ ରୁ ଆରାମ ମିଳିଥାଏ l

* ତେଲ ରେ ଗାଧୋଇବା ଦ୍ୱାରା ହାଡ଼ ମଜବୁତ ରହିଥାଏ l ଆଣ୍ଟି ଇମ୍ଫଲମେଟରୀ ଗୁଣ ଯୋଗୁଁ ଗଣ୍ଠି ଜନିତ ସମସ୍ୟାରୁ ଆରାମ ମିଳିଥାଏ l ତେଲରେ ଗାଧୋଇବା ଦ୍ୱାରା ଅଷ୍ଟ୍ରିଓପରୋଶିଶ ଓ ରିୟୁମାଟିଯିମ ଭଳି ସମସ୍ୟା ଦୂର ହୋଇଥାଏ l

* ରାଶି ତେଲ ରେ ଅନେକ ପ୍ରକାରର ଭିଟାମିନ ଓ ଆଣ୍ଟି ଅକ୍ସିଡାଣ୍ଟ ରହିଥାଏ l ଯାହାକି ସ୍ୱାସ୍ଥ୍ୟ କୁ ଅନେକ ପ୍ରକାରର ଲାଭ ଦେଇଥାଏ l ତ୍ୱଚା ଜନିତ ବିଭିନ୍ନ ସଂକ୍ରମଣ ରୁ ରକ୍ଷା କରିଥାଏ ରାଶି ତେଲ l ତେଣୁ ପରମ୍ପରା କୁ ନେଇ ଏହି ପ୍ରଥା ଟି ବିଭିନ୍ନ ରୋଗ ନିକଟରୁ ଆମକୁ ଦୂରେଇ ରଖିଥାଏ l

Nalco

Leave A Reply