Odisha news

ଧନତେରସ ନିହାତି କିଣନ୍ତୁ ଏହି ଜିନିଷ, ବର୍ଷ ସାରା ମିଳିବ ମାଲକ୍ଷ୍ମୀ ଙ୍କ କୃପା

0

ଧନତେରସ ବା ଧନତ୍ରୟୋଦଶୀ ଦୀପାବଳୀ ପୂର୍ବରୁ ପାଳନ କରାଯାଇଥାଏ l ଚଳିତ ବର୍ଷ ନଭେମ୍ବର ୧୦ ତାରିଖ ଦିନ ଧନତେରସ ପାଳନ କରାଯିବ l ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଏହିଦିନ କାର୍ତିକ ମାସ ଶୁକ୍ଲପକ୍ଷ ତ୍ରୟୋଦଶୀ ତିଥି l ଏହିଦିନ କିଣାକିଣି କରିବା ଖୁବ ଶୁଭ ହୋଇଥାଏ l ଧନତେରସ ଦିନ ଲୋକେ ନିଜ ସମର୍ଥ ଅନୁସାରେ ଘର, ବାହାନ, ଆଭୂଷଣ, ବାସନ କିମ୍ୱା ବିଜୁଳୀ ଉପକରଣ ଇତ୍ୟାଦି କିଣାକିଣି କରି ଥାଆନ୍ତି l ଧନତେରସ ଦିନ କିଣାକିଣି କରିବାକୁ ନେଇ ଏଭଳି ମତ ରହିଛି ଏହିଦିନ ଯେଉଁ ଜିନିଷ କିଣା ଯାଇଥାଏ ତାର ଗୁଣ ବୃଦ୍ଧି ହୋଇଥାଏ l

– ହିନ୍ଦୁ ଶାସ୍ତ୍ର ଅନୁସାରେ ଏହିଦିନ ଜିନିଷ କିଣାକିଣି କରିବା ଖୁବ ଶୁଭ ହୋଇଥାଏ l କିନ୍ତୁ ଏହିଦିନ ବିଶେଷ ଭାବରେ ଶୁଭ ଜିନିଷ କିଣିବା ଉଚିତ l
– ଏହିଦିନ ବିଶେଷ ଭାବରେ ଲୁହା ର ବସ୍ତୁ , ପ୍ଲାଷ୍ଟିକ ଜିନିଷ , କାଚ ଜିନିଷ କଦାପି କିଣିବା ଉଚିତ ନୁହେଁ l
– କିନ୍ତୁ ଶାସ୍ତ୍ର ଅନୁସାରେ କିଛିଟା ଜିନିଷ ଧନତେରସ ରେ କିଣିବା ନିହାତି ଜରୁରୀ, ଯେପରିକି

* ଧନିଆ – ଧନତେରସ ଦିନ ଧନିଆ କିଣିବାର ଧାର୍ମିକ ମହତ୍ୱ ରହିଛି l ଏହିଦିନ ଗୋଟା ଧନିଆ କିଣିବା ଦ୍ୱାରା ଘର ଉପରେ ମଲକ୍ଷ୍ମୀ ଙ୍କ କୃପା ରହିଥାଏ l ଧନତେରସ ରେ ଧନିଆ କିଣିବା ପରେ ଏହାକୁ ଦୀପାବଳୀ ରେ ମl ଲକ୍ଷ୍ମୀ ଙ୍କ ନିକଟରେ ପୂଜା କରିବେ l

* ଝାଡୁ – ଧନତେରସ ରେ ଆପଣ ଯେଉଁ ଜିନିଷ କିଣନ୍ତୁ କି ନାହିଁ, ଘରକୁ ଗୋଟିଏ ଝାଡୁ ନିହାତି ଆଣିବେ l କାହିଁକି ନା ଏହିଦିନ ମାଲକ୍ଷ୍ମୀ ଙ୍କ କୃପା ପଟାପଟି ହୋଇଥାଏ l ଏବଂ ବର୍ଷ ସାରା ଘରକୁ ଲକ୍ଷ୍ମୀ ଙ୍କ କୃପା ରୁ ଧନ ର ଅସୁବିଧା ହୋଇ ନଥାଏ l ଏହି ଝାଡୁ ପ୍ଲାଷ୍ଟିକ ର ହୋଇ ନଥିବା ଜରୁରୀ l ଝାଡୁ କିଣିବା ପରେ ଏଥିରେ ଗୋଟିଏ ଧଳା ରଙ୍ଗର ସୁତା ବାନ୍ଧିଦେବା ଜରୁରୀ l

* ଧାତୁ – ହିନ୍ଦୁ ଧର୍ମରେ ସୁନା, ପିତଳ, ଚାନ୍ଦି ଭଳି ଅନେକ ଧାତୁ ଶୁଭ ବୋଲି କୁହାଯାଇଥାଏ l ତେଣୁ ଯଦି ସୁନା ଚାନ୍ଦି ସମ୍ଭବ ନୁହେଁ ଏହିଦିନ ପିତଳ ଧାତୁର କୌଣସି ଜିନିଷ ମାଲଷ୍ମୀଙ୍କ ଉଦେଶ୍ୟରେ ନିହାତି କିଣନ୍ତୁ l କାହିଁକି ଏହା ଜୀବନ ରେ ସୁଖଶାନ୍ତି ର ଆଗମନ ଆଣିଥାଏ l

Nalco

Leave A Reply