Odisha news

ଧନତେରସ ରେ କାହିଁକି ଯମରାଜା ଙ୍କୁ ଦୀପଦାନ କରାଯାଇ ଥାଏ ? କଣ ରହିଛି ଏହା ପଛର ପୌରାଣିକ କାରଣ

0

ହିନ୍ଦୁ ଧର୍ମରେ ଧନତେରସ ପର୍ବକୁ ଖୁବ ଧୁମଧାମରେ ପାଳନ କରାଯାଇ ଥାଏ l ଏହିଦିନ ମାନ୍ୟତା ଅନୁସାରେ ଯମରାଜ ଙ୍କ ନାମରେ ଦୀପଟିଏ ଅର୍ପଣ କରାଯାଇ ଥାଏ l କିନ୍ତୁ କାହିଁକି ଧନତେରସ ରେ ଯମରାଜ ଙ୍କ ନାମରେ ଦୀପ ଅର୍ପଣ କରାଯାଇ ? କଁ ରହିଛି ଏହା ପଛର ପୌରାଣିକ କାରଣ ?

ଏକଦା ଯମରାଜ ନିଜ ଦୂତ ମାନଙ୍କୁ ପ୍ରଶ୍ନ କରିଥିଲେ କଁ ତମ ମାନଙ୍କୁ ଅନ୍ୟର ପ୍ରାଣ ନେବା ସମୟରେ ଦୟା ଆସିନଥାଏ ? ଏହାର ଉତ୍ତର ରେ ଯମଦୂତ ଜବାବ ଦେଇଥିଲେ ଯେ ଏକଦା ସେମାନଙ୍କୁ କୌଣସି ବ୍ୟକ୍ତିର ପ୍ରାଣ ନେବା ସମୟରେ ଭୟ ଆସି ଯାଇଥିଲା l” ସେ ଥିଲେ ହଂସ ନାମକ ଜଣେ ରାଜା l ଯିଏକି ଶିକାର କରିବା ପାଇଁ ଅନ୍ୟ ରାଜ୍ୟ କୁ ଯାଇଥିଲେ l ଏହି ରାଜ୍ୟର ରାଜା ତାଙ୍କର ଖୁବ ଆଦର ସତ୍କାର କରିଥିଲେ l ସେହିଦିନ ରାଜାଙ୍କ ପତ୍ନୀ ଗୋଟିଏ ପୁତ୍ର ଜନ୍ମ ଡ଼େଇଁହିଁଲେ l ରାଣୀଙ୍କୁ ସେହି ସମୟରେ ଜ୍ୟୋତିଷ କହିଥିଲେ ଯେ ଏହି ବାଳକ ର ବିବାହ ର ୪ଦିନ ପରେ ତାର ମୃତ୍ୟୁ ହୋଇଯିବ l ଏହାକୁ ଶୁଣିବା ପରେ ରାଜା ଓ ରାଣୀ ଚିନ୍ତାରେ ପଡିଗଲେ , ଏବଂ ସ୍ଥିର କଲେ ଯେ ବାଳକ ଟି ବ୍ରହ୍ମଚାରୀ ଜୀବନ ଅତିବାହିତ କରିବ l ଏହାପରେ ବାଳକ ଟିକୁ ନେଇ ଗୋଟିଏ ଗୁମ୍ଫା ମଧ୍ୟରେ ଛାଡ଼ିଦେଇ ଆସିଲେ ଏବଂ ସୈନ୍ୟ ମାନଙ୍କୁ ତା ଉପରେ ନଜର ରଖିବାକୁ କହି ଆସିଲେ l କିଛିଦିନ ଯିବା ପରେ ବାଳକଟି ବଡ଼ ହୋଇ ଯୁବକ ଅବସ୍ଥାରେ ଉପନୀତ ହେଲା ଏବଂ ଗୋଟିଏ ଯୁବତୀ ବାଳକ ସହିତ ଗନ୍ଧର୍ବ ରୀତିରେ ବିବାହ କଲା l ବିବାହ ର ୪ଦିନ ପରେ ବାଳକର ମୃତ୍ୟୁ ହୋଇଗଲା l ଏହାପରେ ଯୁବତୀ ଜଣଙ୍କ ଅତି ଦୁଃଖ ରେ ବିଳାପ କରିବାକୁ ଲାଗିଥିଲା l ”

ଏହାପରେ ଯମଦୂତ କହିଥିଲେ ଯେ ଏହା ଦେଖି ଆମ ହୃଦୟ କାନ୍ଦି ଉଠିଥିଲା l ଏହାକୁ ଶୁଣି ଯମରାଜ କହିଥିଲେ ଯେ ଧନତେରସ ଦିନ ବିଧି ପୂର୍ବକ ପୂଜା କରିବା ପରେ ଦୀପ ଦାନ କରିବା ଦ୍ୱାରା ଅକାଳ ମୃତ୍ୟୁ ରୁ ମୁକ୍ତି ମିଳିଥାଏ l ତେଣୁ ଏହି କାରଣରୁ ଧନତେରସ ବା ନରକ ଚତୁର୍ଦଶୀ ରେ ଯମଙ୍କ ନାମରେ ଗୋଟିଏ ଦୀପ ଦାନ କରାଯାଇ ଥାଏ ଓ ଏହାକୁ ଘରର ମୁଖ୍ୟ ଦ୍ୱାରରେ ରଖା ଯାଇଥାଏ l କୁହାଯାଏ ଯେ ଏହି ଦୀପ ଅକାଳ ମୃତ୍ୟୁରୁ ରକ୍ଷା କରିଥାଏ l

Har Ghar Tiranga

Leave A Reply