ଭାରତୀୟ ରୋଷେଇ ଘରର ଗୋଟିଏ ଅତି ପ୍ରିୟ ମସଲା ଅଟେ ଧନିଆ, ଯାହାର ବ୍ୟବହାର ପ୍ରାୟ ସମସ୍ତ ତରକାରୀ ରେ କରାଯାଇ ଥାଏ l ଏହାଦ୍ୱାରା କେବଳ ତାରକାରୀର ସ୍ୱାଦ ବଢି ନଥାଏ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ ଉପକାରୀ ଅଟେ l
– ଧନିଆ ମଞ୍ଜି ପୋଟାସିୟମ , କ୍ୟାଲସିୟମ, ଭିଟାମିନ କେ ଭଳି ପୋଷାକ ତତ୍ତ୍ୱରେ ଭରପୁର ଅଟେ l ଯାହାକି ଅନେକ ରୋଗରୁ ଦୁରେଇ ରଖିଥାଏ l
– ଧନିଆ ରେ ଟେରାପିନୀନ , କ୍ୱେରିଷ୍ଟିନ ଓ ଟୋକଫେରାଲ ଭଳି ଆଣ୍ଟି ଆକ୍ସିଡ଼େଣ୍ଟ ଭରପୁର ମାତ୍ରାରେ ରହିଥାଏ, ଯାହାକି ଇମ୍ୟୁନ ସିଷ୍ଟମ କୁ ମଜବୁତ କରିଥାଏ l
– ଧନିଆ ମଞ୍ଜି ର ପାଣି ପିଇବା ଦ୍ୱାରା ବ୍ଲଡ଼ ସୁଗାର କଣ୍ଟ୍ରୋଲ ହୋଇଥାଏ, ଏହା ମଧୁମେହ ରୋଗୀଙ୍କ ପାଇଁ ଖୁବ ହିତକର l
– ଧନିଆ ପାଣି କିଡ୍ନୀ କୁ ଡିଟକ୍ସିଫାଇ କରିଥାଏ, ଯାହାକି ସ୍ୱାସ୍ଥ୍ୟ ପାଇଁ ଖୁବ ହିତକର l
– ଧଣିଆରେ ଥିବା ଭିଟାମିନ ଏ , ଭିଟାମିନ ସି, ଭିଟାମିନ ଇ ଓ କେରୋଟିନଏଦ ମିଳିଥାଏ ଯାହାକି ଆକ୍ଷି ପାଇଁ ଖୁବ ହିତକର l
– ଧଣିଆରେ କ୍ୟାଲସିୟମ, ଫସଫରସ ଓ ମଗ୍ନେଶୀୟମ ଭଳି ପୋଷାକ ଥିବା କାରଣରୁ ଏହାର ପାଣି ସେବନ କଲେ ହାଡ଼ ମଜବୁତ ହୋଇଥାଏ l
– ଧନିଆ ଆଣ୍ଟିଅକ୍ସିଡେଣ୍ଟ ରେ ଭରପୁର ହୋଇଥାଏ, ଯାହାକି ହାର୍ଟ ପାଇଁ ଖୁବ ହିତକର l