Odisha news

ନିଜ ମଧ୍ୟର ଏହି ୧୦ଟି ସଂକେତ ଆପଣଙ୍କୁ ଟାଣି ନେଇପାରେ ମାନସିକ ରୋଗ ଆଡକୁ, ହୋଇ ଯାଆନ୍ତୁ ସତର୍କ

0

ଆମେ ସମସ୍ତେ ପ୍ରାୟ କିଛିନା କିଛି ଚିନ୍ତା ଓ ମାନସିକ ଚାପରେ ପ୍ରଭାବିତ ହୋଇଥାଉ l କିନ୍ତୁ ଅନେକ ସମୟରେ ଏହାକୁ ଅଣଦେଖା କରିଦେଇ ଥାଉ l ଏବଂ ଏହାକୁ ଆମେ ଶାରୀରିକ ଥକାପଣ ବୋଲି ଭାବି ନେଇଥାଉ l ଅନେକ ସମୟରେ କିଛିଟା ଶାରୀରିକ ସଂକେତ ମଧ୍ୟ ହୋଇଥାଏ ମାନସିକ ଚାପର କାରଣ ଯାହାକୁ ନିହାତି ଜାଣି ରଖିବା ଜରୁରୀ l

– ଯଦି ଜଣେ ବ୍ୟକ୍ତି ଲଗାତାର ଥକାପଣ ର ଶିକାର ହେଉଛି ତେବେ ଏହା କୁ ଅଣଦେଖା କରନ୍ତୁ ନାହିଁ l ଏହା ମାନସିକ ଚାପର ଗୋଟିଏ ବଡ଼ ସଂକେତ ଅଟେ l

– ଯେତେବେଳେ ମଣିଷ ମାନସିକ ଚାପରେ ପ୍ରଭାବିତ ହୋଇଥାଏ ସେତେବେଳେ ଏକାଗ୍ରତା ବାରମ୍ବାର ଭଙ୍ଗ ହୋଇଥାଏ ଏବଂ ଅନେକ କଥା ଆମେ ଭୁଲି ଯାଇଥାଉ l

– ମାନସିକ ଚାପ ବ୍ୟକ୍ତିକୁ ନକାରାତ୍ମକ ଭାବନା ଆଡକୁ ଟାଣି ନେଇଥାଏ, ଯାହାକି ବ୍ୟକ୍ତି ର ବିନାଶର କାରଣ ହୋଇଥାଏ l

– ଯେଉଁ କାମକୁ ନେଇ ଖୁସି ରହିଥାଉ ସେହିସବୁ କଥାକୁ ନେଇ ଧୀରେ ଧୀରେ ଦୁଖୀ ହେବାକୁ ଲାଗୁ ଏହା ମାନସିକ ଚାପର କାରଣ ଅଟେ l

– ଖୁବ ଛୋଟ ଛୋଟ କଥାରେ ଆମକୁ ଚିଡି ଲାଗିଥାଏ, ଏବଂ କାହା ସହିତ କଥା ହେବାକୁ ମଧ୍ୟ ଇଚ୍ଛା ହୋଇ ନଥାଏ l

– ମାନସିକ ଚାପ ବୃଦ୍ଧି ପାଇଲେ ନିଦ୍ରା ହୀନତା ର ସମସ୍ୟା ହୋଇଥାଏ, ଯାହାକୁ ଆମେ ଅଣଦେଖା କରିଥାଉ l

– ମାନସିକ ଚାପ ମାନସିକ ଥକାପଣ ସହିତ ଶାରୀରିକ ସଂକେତ ମଧ୍ୟ ଦେଖା ଯାଇଥାଏ l

– ମଣିଷ ନିଜକୁ ନେଇ ଅସନ୍ତୁଷ୍ଟ ଯଦି ରହୁଛି ତେବେ ଏହା ମାନସିକ ଚାପର କାରଣ ଅଟେ l

– ମଣିଷ ଯେତେବେଳେ ଅନ୍ୟ ସହିତ କଥାହେବା ଓ ମିଶିବାକୁ ଇଛା କରିନଥାଏ ସେତେବେଳେ ତାହା ମାନସିକ ଚାପର ଲକ୍ଷଣ l

– ନିଜ ମଧ୍ୟରେ ନିଜକୁ ସୀମିତ ରଖିବା ସହିତ ନିଜକୁ ନେଇ ବ୍ୟକ୍ତି ଅସନ୍ତୁଷ୍ଟ ଲାଭ କରିଥାଏ l

କଣ କରିବା ଜରୁରୀ –
– ନିଜ କାମରୁ ବ୍ରେକ ନିଅନ୍ତୁ
– ଭଲରେ ଶୋଇବାକୁ ଚେଷ୍ଟା କରନ୍ତୁ
– ଠିକ ଭାବରେ ଖାଇବା ପିଇବା କରନ୍ତୁ
– ନିୟମିତ ବ୍ୟାୟାମ କରନ୍ତୁ
– ଗଛ ଲଗାନ୍ତୁ, ସଂଗୀତ ଶୁଣନ୍ତୁ, ଏବଂ ଡାନ୍ସ ମଧ୍ୟ କରନ୍ତୁ
– ଆଉ ନିଜକୁ କୁହନ୍ତୁ ସବୁକିଛି ଠିକ ହୋଇଯିବ

Leave A Reply