Odisha news

ପୁଲିସ ର ପଞ୍ଜା ରେ ସାତ ଆନ୍ତଃ ରାଜ୍ୟ ଲୁଟେରା

0
ଢ଼େଙ୍କିକୋଟ ତା ୧୩. ୨. ୨୪ : କେନ୍ଦୁଝର ଜିଲ୍ଲା ପାଟଣା ପୁଲିସ, ଘଟଗାଁ ପୁଲିସ ଓ ଏସଡ଼ିପିଓ ସୁଦର୍ଶନ ଗାଙ୍ଗୋଇ କଂ ଲଗାତାର ଅପେରେସନ୍ ଯୋଗୁଁ ଆଜି ସାତଜଣ ଆନ୍ତଃ ରାଜ୍ୟ ଲୁଟେରା ଧରାପଡ଼ିଛନ୍ତି l ଆଗକୁ ଆହୁରି ଧରା ପଡିବା ର ସୁଚନା ମିଳିଛି l ସେମାନଙ୍କ ପାଖରୁ ଅନେକ ସୁନା ଗହଣl, ଟଂକା,ଓ ମୋବାଇଲ ଫୋନ ଜବତ୍ କରାଯାଇଛି l ଗିରଫ ଲୁଟେରା ମାନେ ଗଞ୍ଜାମ ଓ ଯାଜପୁର ଜିଲ୍ଲାର ବୋଲି ଜଣାପଡିଛି l ସାତ ଜଣକଂ ମଧ୍ୟରୁ ପାଞ୍ଚ ଜଣ ଏ ଶ୍ରୀନୁ (୩୦), କ୍ରିଷ୍ଣା ଦାସ୍ ( ୨୬),ଆଡେଲ ଏସୁ ( ୨୫), ବିଜୟ ଦାସ‌ (୪୦) ଗଞ୍ଜାମ ଜିଲ୍ଲାର  l  ଅନ୍ୟ ଦୁଇଜଣ ଏ ମାଲିଙ୍ଗା ( ୩୦) ଏ ଶେଖର ( ୩୦) ଯାଜପୁର ଜିଲ୍ଲାର ବୋଲି ଜଣାପଡିଛି l ଏମାନେ ଚମ୍ପୁଆ,ତୁଋମୁଙ୍ଗା, ପାଟନା,ଓ ଘଟଗାଁ ଥାନା ଅନ୍ତର୍ଗତ ଅଂଚଳରେ ଲୁଟପାଟ କରୁଥିଲେ l ତେବେ ପାଟଣା ପୁଲିସ ଓ ଏସଡ଼ିପିଓ ସୁଦର୍ଶନ ଗାଙ୍ଗୋଇ କଂ ପଞ୍ଜା ରେ ଶେଷରେ ପଡିଛନ୍ତି l ସଭିଙ୍କୁ ଅଧିକ ତଥ୍ଯ ସଂଗ୍ରହପାଇଁ ଜେରା ଚାଲିଛି l
Har Ghar Tiranga

Leave A Reply