Odisha news

ଶିକ୍ଷା ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ୭ ଦିନିଆ ସିଙ୍ଗାପୁର ଓ ଅଷ୍ଟ୍ରେଲିଆ ଗସ୍ତରେ ଗଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0
• ଅକ୍ଟୋବର ୨୦ରୁ ୨୬ ପର୍ଯ୍ୟନ୍ତ ସିଙ୍ଗାପୁର ଓ ଅଷ୍ଟ୍ରେଲିଆରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ
• ସିଙ୍ଗାପୁରର ପ୍ରଧାନମନ୍ତ୍ରୀ, ଉପପ୍ରଧାନମନ୍ତ୍ରୀ, ଶିକ୍ଷା ମନ୍ତ୍ରୀ, ବୈଦେଶିକ ମନ୍ତ୍ରୀଙ୍କୁ ଭେଟିବେ ଶିକ୍ଷା ମନ୍ତ୍ରୀ
• ଶିକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସ୍ୱାର୍ଥର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ଏବଂ ସମନ୍ୱୟକୁ ପ୍ରୋତ୍ସାହିତ କରିବା ପାଇଁ ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ
• ଭିକ୍ଟୋରିଆର ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ୍ ଆଲୋଚନା କରିବେ
• ଅଷ୍ଟ୍ରେଲିଆ ଅନ୍ତର୍ଜାତୀୟ ଶିକ୍ଷା ସମ୍ମିଳନୀକୁ ସମ୍ବୋଧିତ କରିବେ
• ବିଭିନ୍ନ ପ୍ରମୁଖ ବିଶ୍ୱବିଦ୍ୟାଳୟ, ଟେକ୍ନୋଲୋଜି ଏବଂ ଶିଳ୍ପ ଅନୁଷ୍ଠାନ ପରିଦର୍ଶନ କରିବେ
•  ପ୍ରବାସୀ ଭାରତୀୟଙ୍କୁ ଭେଟିବା ସହ ଭାରତୀୟ ଶିକ୍ଷାବିତ୍ ଓ ଛାତ୍ରଛାତ୍ରୀଙ୍କ ସହ ଶିକ୍ଷା ଓ ଗବେଷଣା ସମ୍ବନ୍ଧରେ କରିବେ ଆଲୋଚନାନୂଆଦିଲ୍ଲୀ/ଭୁବନେଶ୍ୱର, ଅକ୍ଟୋବର ୧୯ – ଶିକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ପ୍ରତିନିଧି ମଣ୍ଡଳୀ ସହ ଅକ୍ଟୋବର ୨୦ରୁ ୨୬ ପର୍ଯ୍ୟନ୍ତ ୭ ଦିନିଆ ସିଙ୍ଗାପୁର ଓ ଅଷ୍ଟ୍ରେଲିଆ ଗସ୍ତ କରିଛନ୍ତି ।  କେନ୍ଦ୍ରମନ୍ତ୍ରୀଙ୍କ ଏହି ଗସ୍ତ ଶିକ୍ଷା କ୍ଷେତ୍ରରେ ଉଭୟ ଦେଶର ସହଯୋଗ, ଭାଗିଦାରୀ  ଏବଂ ସମନ୍ୱୟକୁ ପ୍ରୋତ୍ସାହିତ କରିବ ।

ସିଙ୍ଗାପୁରର ଗସ୍ତ କାଳରେ ଶ୍ରୀ ପ୍ରଧାନ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବେ । ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗ୍, ଉପପ୍ରଧାନମନ୍ତ୍ରୀ ଗାନ୍ କିମ୍ ୟୋଙ୍ଗ୍, ଶିକ୍ଷା ମନ୍ତ୍ରୀ ଚାନ୍ ଚୁନ୍ ସିଂ ଏବଂ ବୈଦେଶିକ ମନ୍ତ୍ରୀ ଭିଭିଆନ୍ ବାଲକ୍ରିଷ୍ଣନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଶ୍ରୀ ପ୍ରଧାନ ଏସିଆର ଏକ ନମ୍ବର ସ୍ଥାନରେ ଥିବା ସିଙ୍ଗାପୁରର ନ୍ୟାସନାଲ ୟୁନିଭର୍ସିଟି ପରିଦର୍ଶନ କରିବେ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି(ଏଆଇ)କୁ ଦୃଷ୍ଟିରେ ରଖି ସିଲାବସ୍ ଏକତ୍ରିତ ସମ୍ପର୍କରେ ଆଲୋଚନା କରିବା ପାଇଁ ସେ ଏକ ସ୍ଥାନୀୟ ସେକେଣ୍ଡାରୀ ସ୍କୁଲ ପରିଦର୍ଶନ କରିବେ । ଶିକ୍ଷାବିତ୍, ଆଇଆଇଟି ଓ ଆଇଆଇଏମର ପୂର୍ବତନ ଛାତ୍ରଛାତ୍ରୀଙ୍କୁ ଭେଟି ଉଭୟ ଦେଶର ଶିକ୍ଷା ବ୍ୟବସ୍ଥା ସମ୍ବନ୍ଧରେ ଚର୍ଚ୍ଚା କରିବେ ।

ଅଷ୍ଟ୍ରେଲିଆ ଗସ୍ତ ସମୟରେ ଶ୍ରୀ ପ୍ରଧାନ ମେଲବର୍ଣ୍ଣରେ ଅଷ୍ଟ୍ରେଲିଆର ଶିକ୍ଷା ମନ୍ତ୍ରୀ ଜେସନ କ୍ଲେୟାରଙ୍କୁ ଭେଟିବେ । ‘ଅଷ୍ଟ୍ରେଲିଆ ଅନ୍ତର୍ଜାତୀୟ ଶିକ୍ଷା ସମ୍ମିଳନୀ’ରେ ଯୋଗଦେବେ । ଶିକ୍ଷାର ସମନ୍ୱିତ ଆଭିମୁଖ୍ୟ ପାଇଁ ସାଉଥ୍ ମେଲବର୍ଣ୍ଣ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିବେ । ଏହାବ୍ୟତିତ ମେଡଟେକ୍ ପ୍ରୋଟୋଟାଇପିଂ ଏବଂ ବିନିର୍ମାଣ କ୍ଷେତ୍ରରେ ଜଣାଶୁଣା ଆରଏମଆଇଟି ବିଶ୍ୱବିଦ୍ୟାଳୟର ‘ଡିସ୍କଭରୀ ଟୁ ଡିଭାଇସ୍’ ପରିଦର୍ଶନ କରିବେ । ଏହି ଗସ୍ତ ମେଡିକାଲ ଟେକ୍ନୋଲୋଜିର ବାଣିଜ୍ୟିକ ଏବଂ ଡ୍ରାଇଭିଂ ଇନୋଭେସନରେ ଶିଳ୍ପ-ଏକାଡେମୀ ଲିଙ୍କେଜର ଭୂମିକା ପାଇଁ ସହଯୋଗୀ ଆଭିମୁଖ୍ୟକୁ ଅନ୍ୱେଷଣ କରିବ ।

ଶ୍ରୀ ପ୍ରଧାନ ଭିକ୍ଟୋରିଆର ପ୍ରଧାନମନ୍ତ୍ରୀ ଜାକିଣ୍ଟା ଆଲାନଙ୍କୁ ଭେଟିବେ । ମୋନାଶ ବିଶ୍ୱବିଦ୍ୟାଳୟର ଇନୋଭେସନ ଲ୍ୟାବ୍ ଏବଂ ସେଣ୍ଟର ଫର୍ ନାନୋ-ଫେବ୍ରିକେସନ୍ ପରିଦର୍ଶନ କରିବେ । ମେଲବର୍ଣ୍ଣରେ ରହିବା ସମୟରେ ଶ୍ରୀ ପ୍ରଧାନ ବରିଷ୍ଠ ଭାରତୀୟ ବଂଶଭୋବର ବରିଷ୍ଠ ଶିକ୍ଷାବିତଙ୍କ ସହ ଆଲୋଚନା କରିବେ । ପ୍ରାରମ୍ଭିକ ଶିଶୁ ଶିକ୍ଷା କାର୍ଯ୍ୟବଳକୁ ଙ୍କୁ ଶିକ୍ଷିତ କରିବାରେ ଭାଗିଦାରୀର ସୁଯୋଗ ଅନ୍ୱେଷଣ ପାଇଁ ଶ୍ରୀ ପ୍ରଧାନ ସିଡନୀର ‘ଅବର୍ଣ୍ଣ ଲଙ୍ଗ ଡେ ଚାଇଲ୍ଡ କେୟାର ସେଣ୍ଟର’ ପରିଦର୍ଶନ କରିବେ । ଇନୋଭେଟିଭ୍ ରିସର୍ଚ୍ଚ ୟୁନିଭର୍ସିଟି (ଆଇଆରୟୁ)ର ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ ଏବଂ ଦ୍ୱିତୀୟ ଅଷ୍ଟ୍ରେଲିଆ-ଭାରତ ଶିକ୍ଷା ଏବଂ  ଦକ୍ଷତା ପରିଷଦରେ ଯୋଗ ଦେବେ ।

ଗସ୍ତର ଶେଷ ଦିନରେ ଶିକ୍ଷା ମନ୍ତ୍ରୀ ଗ୍ରାନଭିଲ୍ ସାଉଥ୍ କ୍ରିଏଟିଭ୍ ଆଣ୍ଡ ପର୍ଫର୍ମିଂ ଆର୍ଟସ୍ ହାଇସ୍କୁଲ ଓ ମ୍ୟାକ୍ୱାରି ପାର୍କ ଇନୋଭେସନ୍ ଡିଷ୍ଟ୍ରିକ୍ଟ (ଏମପିଆଇଡି) ପରିଦର୍ଶନ କରିବେ ।  ଏହା ପରେ ଶ୍ରୀ ପ୍ରଧାନ ଅଷ୍ଟ୍ରେଲିଆର ସବୁଠାରୁ ଗବେଷଣା ଭିତ୍ତିକ ବିଶ୍ୱବିଦ୍ୟାଳୟଗୁଡ଼ିକର ‘ଗ୍ରୁପ୍ ଅଫ୍ ୮’ ଦ୍ୱାରା ଆୟୋଜିତ ଭାରତୀୟ ଗବେଷକ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି ।

ଶ୍ରୀ ପ୍ରଧାନ କେନସିଙ୍ଗଟନ ସ୍ଥିତ ତିରି ଏନର୍ଜି ଟେକ୍ନୋଲୋଜି ଭବନରେ ୟୁଏନଏସଭି ଏନର୍ଜି ଇନଷ୍ଟିଚ୍ୟୁଟ ଏବଂ ରିସାଇକ୍ଲିଂ ଆଣ୍ଡ କ୍ଲିନ୍ ଏନର୍ଜି (ଟ୍ରେସ୍) ପାଇଁ ଟ୍ରେଲବ୍ଲେଜର ପରିଦର୍ଶନ କରିବେ । ଏଠାରେ ସେ ୟୁଏନ୍ଏସଡବ୍ଲୁ ଏନର୍ଜି ଇନଷ୍ଟିଚ୍ୟୁଟ୍ ଜରିଆରେ ବାଣିଜ୍ୟିକ ପ୍ରଭାବ ସହ ବ୍ୟବହାରିକ ଗବେଷଣା ପ୍ରୟୋଗର ବାସ୍ତବ ଦୁନିଆର ଉଦାହରଣମାନ ଦେଖିବେ । କ୍ରୀଡ଼ା ଶିକ୍ଷା ଓ କ୍ରୀଡ଼ା ଗବେଷଣା କ୍ଷେତ୍ରରେ ସହଯୋଗ ଲୋଡ଼ିବା ପାଇଁ ସେ ୟୁଟିଏସ୍ ମୁର୍ ପାର୍କ ସ୍ପୋର୍ଟସ୍ ଆଣ୍ଡ ଏକ୍ସରସାଇଜ୍ ପ୍ରିସିନିକ୍ଟ ପରିଦର୍ଶନ କରିବେ । ୟୁଟିଏସର ମୁର ପାର୍କ ପରିସର ହେଉଛି ଏକ ଅତ୍ୟାଧୁନିକ ଶିକ୍ଷାଦାନ, ଗବେଷଣା ଏବଂ କ୍ରୀଡ଼ା ସୁବିଧା । ଏହି ସବୁ କାର୍ଯ୍ୟକ୍ରମରେ ଯୋଗଦେବା ପରେ କେନ୍ଦ୍ରମନ୍ତ୍ରୀ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ।

 

Nalco

Leave A Reply