Odisha news

ଭାଇ ଭଉଣୀଙ୍କ ମଧ୍ୟରେ ଅତୁଟ ବିଶ୍ୱାସର ପ୍ରତୀକ ହେଉଛି ରାକ୍ଷୀ : ଧର୍ମେନ୍ଦ୍ର ପ୍ରଧାନ

0
• ରାଷ୍ଟ୍ରପତି ଭବନରେ ଦେଶର କୋଣ ଅନୁକୋଣରୁ ଆସିଥିବା ଛାତ୍ରଛାତ୍ରୀଙ୍କ ସହ ରାକ୍ଷୀ ପୂର୍ଣ୍ଣିମା ପାଳିଲେ
• ସମବିତ୍ ଗୁରୁକୁଳମ ବାଳିକା ସୈନିକ ସ୍କୁଲର ଛାତ୍ରୀଙ୍କ ଠାରୁ ରାକ୍ଷୀ ଭିଡ଼ିଲେ
• ଛୋଟ ଝିଅ ଓ ଭଉଣୀମାନଙ୍କ ସ୍ନେହ ଆଜିର ଆନନ୍ଦ ଓ ଉଲ୍ଲାସକୁ ଅଧିକ ମଧୁର କରିଛି
ନୂଆଦିଲ୍ଲୀ/ଭୁବନେଶ୍ୱର, ଅଗଷ୍ଟ ୧୯ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ଛାତ୍ରୀ, ମହିଳା ଏବଂ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ହାତରୁ ରାକ୍ଷୀ ବାନ୍ଧିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ରାଷ୍ଟ୍ରପତିଙ୍କ ସହ ସାମିଲ ହୋଇଥିଲେ । ଦେଶର କୋଣ ଅନୁକୋଣରୁ ଆସିଥିବା ଛାତ୍ରଛାତ୍ରୀଙ୍କ ସହ ରକ୍ଷାବନ୍ଧନ ପାଳନ କରିଥିଲେ । ସେହିପରି ସମବିତ୍ ଗୁରୁକୁଳମ ବାଳିକା ସୈନିକ ସ୍କୁଲର ଛାତ୍ରୀଙ୍କ ଠାରୁ ମଧ୍ୟ ହାତରେ ରାକ୍ଷୀ ଭିଡିଥିଲେ କେନ୍ଦ୍ରମନ୍ତ୍ରୀ । ଏହି ମୁହୂର୍ତ୍ତକୁ ସ୍ମରଣୀୟ ମୁହୂର୍ତ୍ତ କହିବା ସହ ସେ କହିଛନ୍ତି ଭାଇ ଭଉଣୀ ମାନଙ୍କ ମଧ୍ୟରେ ଅପାର ସ୍ନେହ ଏବଂ ଅତୁଟ ବିଶ୍ୱାସର ପ୍ରତୀକ ହେଉଛି ରାକ୍ଷୀ । ଆଜି ସମବିଦ୍ ଗୁରୁକୁଲମ ବାଳିକା ସୈନିକ ସ୍କୁଲ ପରିବାର ସହିତ ରକ୍ଷାବନ୍ଧନ ପର୍ବ ପାଳନ କରିବାର ସୌଭାଗ୍ୟ  ଲାଭ ହେଲା । ଛୋଟ ଛୋଟ ଝିଅ ଓ ଭଉଣୀମାନଙ୍କ ସ୍ନେହ ଆଜିର ଆନନ୍ଦ ଓ ଉଲ୍ଲାସକୁ ଆହୁରି ମଧୁର କରିଛି । ଏହି ସ୍ମରଣୀୟ ରକ୍ଷାବନ୍ଧନ ପାଇଁ ମୁଁ ଦିଦି ମା’ ସାଧ୍ୱୀ ରିତାମ୍ଭରାଙ୍କ ପାଖରେ କୃତଜ୍ଞ ରହିବି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

 

Leave A Reply