Odisha news

ଫେରିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ୟୁଏଇ ଗସ୍ତରୁ : ଦକ୍ଷତା ତାଲିମ ସହ ବିଦେଶରେ ନିଯୁକ୍ତି

ଶ୍ରୀ ପ୍ରଧାନ ଦୁବାଇସ୍ଥିତ ଲଜିଷ୍ଟିକ୍‌ କମ୍ପାନି ଡିପି ଓ୍ୱାର୍ଲ୍ଡ ପରିଦର୍ଶନ

0

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୩ ଦିନିଆ ୟୁଏଇ ଗସ୍ତ ଶେଷ ହୋଇଛି। ଏହି ଗସ୍ତ କାଳରେ ଭାରତୀୟ ଯୁବକଙ୍କୁ ଦକ୍ଷତା ତାଲିମ ଦେବା ସହ ବିଦେଶରେ ନିଯୁକ୍ତି ସୃଷ୍ଟି କରିବା ପାଇଁ ଏନ୍‌ଏସ୍‌ଡିସି ଓ ଡିପି ଓ୍ୱାର୍ଲଡର ୱି ୱାନ୍ ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହୋଇଛି। କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତର ଅନ୍ତିମ ଦିନରେ ଟେକ୍ନୋଲୋଜି କମ୍ପାନି ଭିଏଫଏସ୍ ଗ୍ଲୋବାଲ ଓ ଲଜିଷ୍ଟିକ୍ କମ୍ପାନି ଟ୍ରାନ୍ସ ଓ୍ୱାର୍ଲ୍ଡର ଟିମ୍‌ଗୁଡିକ ମଧ୍ୟରେ ଅନୁଷ୍ଠିତ ବୈଠକ ଫଳପ୍ରଦ ହୋଇଛି। ବୈଠକରେ ଯୁବକମାନଙ୍କୁ ବିଦେଶରେ ସୁଯୋଗ ସହ ଯୋଡ଼ିବା, ଭାରତରେ ପ୍ରଶିକ୍ଷଣ ଭିତ୍ତିଭୂମିକୁ ସୁଦୃଢ଼ କରିବା ଓ ଦକ୍ଷତା ବିକାଶରେ କ୍ଷମତା ଗଠନ ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ଉପରେ ଆଲୋଚନା ହୋଇଥିଲା। ଭବିଷ୍ୟତକୁ ସୁରକ୍ଷିତ କରିବା, ଯୁବକମାନଙ୍କୁ ସଶକ୍ତ କରିବା ଓ ଦକ୍ଷତା କ୍ଷେତ୍ରକୁ ଅଧିକ ଜୀବନ୍ତ କରିବାରେ ଭାରତର ସହଯୋଗୀ ହେବା ନେଇ ଭିଏଫ୍‌ଏସ୍ ଗ୍ଲୋବାଲ ଓ ଟ୍ରାନ୍ସ ଓ୍ୱାର୍ଲ୍ଡର ଉଭୟ କମ୍ପାନି ମଧ୍ୟରେ ଥିବା ଆଗ୍ରହକୁ ଶ୍ରୀ ପ୍ରଧାନ ପ୍ରଶଂସା କରିଥିଲେ

ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ ଦୁବାଇସ୍ଥିତ ଲଜିଷ୍ଟିକ୍‌ କମ୍ପାନି ଡିପି ଓ୍ୱାର୍ଲ୍ଡ ପରିଦର୍ଶନ କରିଥିଲେ। ଏହା ପୂର୍ବରୁ ସେ ୟୁଏଇରେ କାର୍ଯ୍ୟ କରୁଥିବା ୧୦୫ଟି ସିବିଏସ୍‌ଇ ଅନୁବନ୍ଧିତ ବିଦ୍ୟାଳୟର ଅଧ୍ୟକ୍ଷମାନଙ୍କ ସହ ଆଲୋଚନା କରିଥିଲେ। ଉପସାଗରୀୟ ଦେଶଗୁଡିକରେ ସିବିଏସ୍‌ଇ ଅନୁବନ୍ଧିତ ଭାରତୀୟ ବିଦ୍ୟାଳୟରେ ପଢୁଥିବା ୫ ଲକ୍ଷ ଭାରତୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨.୫୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ୟୁଏଇରେ ଅଛନ୍ତି। ପ୍ରବାସୀ ଭାରତୀୟଙ୍କ ସୁବିଧା ପାଇଁ ଦୁବାଇରେ ସିବିଏସ୍‌ଇର ଏକ ଆଞ୍ଚଳିକ କାର୍ଯ୍ୟାଳୟ ଖୋଲିବା ପାଇଁ ନିଷ୍ପତ୍ତି ନେଇଛି। ଇଏଫଏସ ଫାସିଲିଟି ମ୍ୟାନେଜମେଣ୍ଟ ସର୍ଭିସ ଗ୍ରୁପର ସିଇଓ ତରିଖ୍ ଚୌହ୍ୱାନଙ୍କ ସହ ମଧ୍ୟ କେନ୍ଦ୍ର ମନ୍ତ୍ରୀ ବୈଠକ କରିଥିଲେ। ଜିସିସି ଦେଶଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦେଇ ଭାରତର କର୍ମଚାରୀଙ୍କ ଅନ୍ତର୍ଜାତୀୟ ଗତିଶୀଳତାକୁ ସୁଗମ କରିବା ପାଇଁ ଇଏଫ୍ଏସ୍ ଫାସିଲିଟି ସର୍ଭିସେସ୍ ଗ୍ରୁପ୍ ଓ ଏନଏସଡିସି ମଧ୍ୟରେ ଏକ ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଥିଲା। ଏହି ବୁଝାମଣାପତ୍ର ପାଠ୍ୟକ୍ରମ ବିକାଶ କ୍ଷେତ୍ରରେ ଯୋଗଦାନକୁ ଗଭୀର କରିବା ସହିତ ଯୁଗ୍ମ ଦକ୍ଷତା କାର୍ଯ୍ୟକ୍ରମ ଓ ସହ-ବ୍ରାଣ୍ଡେଡ ଦକ୍ଷତା ଅନୁଷ୍ଠାନଗୁଡ଼ିକର ବିକାଶ ପାଇଁ ବାଟ ଖୋଲିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

Nalco

Leave A Reply