Odisha news

ସୁଲକ୍ଷଣା ଗୀତାଞ୍ଜଳି ଙ୍କୁ ବିପୁଳ ସମ୍ବର୍ଧନା ସହ ବିଶାଳ ବାଇକ ରାଲି 

0
ଧରାକୋଟ,19/4/24 : ଧରାକୋଟ ବ୍ଲକ ବିଜୁ ଜନତା ଦଳ ତରଫରୁ ସାନଖେମୁଣ୍ଡି ଆସନ ର ଦଳୀୟ ବିଧାୟକ ପ୍ରାର୍ଥୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଙ୍କୁ ଧରାକୋଟ ବ୍ଲକର ପ୍ରବେଶ ପଥ ରେଡ୍ଡୀ ଦାମୋଦର ପଲ୍ଲୀ ଠାରେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ପରେ ଏକ ବିଶାଳ ବାଇକ ରାଲି ସହ ରୋଡ ସୋ କରି ଧରାକୋଟ ପର୍ଯ୍ୟନ୍ତ ଅଣାଯାଇଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,5t ଅଧ୍ୟକ୍ଷ ଭି କେ ପଣ୍ଡିଆଁନ,ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ,ସାଂଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଦୀପ ଅମାତ ଙ୍କୁ ସାକ୍ଷାତ କରି ଫେରିବା ପରେ ଧରାକୋଟ ବ୍ଲକ ବି ଜେ ଡି ତରଫରୁ ବ୍ଲକ ସଭାପତି ସଞ୍ଜୟ ପାତ୍ର,ଜିଲ୍ଲା ଉପ ସଭାପତି ରବୀନ୍ଦ୍ର ଘୋଷ,ଜିଲ୍ଲା ମହିଳା ବି ଜେ ଡି ଉପ ସଭାପତି ରୁକ୍ୱିଣୀ ରେଡ୍ଡୀ,ବ୍ଲକ ଉପାଧ୍ୟକ୍ଷ ମନୋଜ ସହୁ ,ପୂର୍ବତନ ସରପଞ୍ଚ ଦିଲୀପ ସ୍ୱାଇଁ ପ୍ରମୁଖ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ। ଏହା ପରେ ଏକ ବିଶାଳ ବାଇକ ରାଲି ରେ ରୋଡ ସୋ କରାଯାଇ ତାଙ୍କୁ ଅଣାଯିବା ବେଳେ ଜାତୀୟ ରାଜପଥ 59 ର ଢ଼ଉଗାଁ, କେ ରାମଚନ୍ଦ୍ର ପୁର, କୁସରାବ, ସରଧା ପୁର,ଭଣ୍ଡାରି ବସା, ହନୁମାନ ଦ୍ଵାର ଠାରେ ରାସ୍ତାରେ ଉପସ୍ଥିତ ଲୋକେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଶେଷରେ ଏହି ବାଇକ ଶୋଭାଯାତ୍ରା ଧରାକୋଟ ଜଗନ୍ନାଥ ମନ୍ଦିର ନିକଟରେ ପହଁଚିବା ପରେ ବିଧାୟକ ପ୍ରାର୍ଥୀ ସୁଲକ୍ଷଣା ଗୀତାଞ୍ଜଳି ଓ ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ପ୍ରମୁଖ ଠାକୁରଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ଏହି ଅବସରରେ ରାଜ୍ୟ ସରକାରଙ୍କ ଜନ ହିତକାରୀ ଯୋଜନା ଏବଂ ସଫଳତାର ବାର୍ତ୍ତା କୁ ଯେପରି ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଘରେ ଘରେ ପହଞ୍ଚିବ ଏବଂ ଆସନ୍ତା ନିର୍ବାଚନ ରେ ଯେପରି ସମସ୍ତେ ମିଳିମିଶି କାର୍ଯ୍ୟକରୀ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ସୁଲକ୍ଷଣା ଗୀତାଞ୍ଜଳି ଦେବୀ ନିବେଦନ କରିଥିଲେ । ଜିଲ୍ଲା ପରିଷଦ ସଦସ୍ୟ ପ୍ରତାପ ସ୍ଵାଇଁ, ଟୁକୁନା ଗୌଡ଼,ସରପଞ୍ଚ ମନୁ ପାତ୍ର,ଦିଲୀପ ଜେନା,ଅଭିମନ୍ୟୁ ସେଠୀ,ପୁନିଆ ଦାସ,ରଞ୍ଜିତ ଭୂୟାଁ,ଯୋଗେନ୍ଦ୍ର ସ୍ୱାଇଁ, ପ୍ରମୋଦ ମହାରଣା,ବାବୁଲା ନାୟକ,ସମୀର ସ୍ୱାଇଁ, ଯୁବ ସମାଜ ସେବା ଶିବ ଶଙ୍କର ପାତ୍ର, ବି ଜେ ଡି ଡିଜିଟାଲ ସେକ୍ରେଟାରୀ ସନାତନ ପଣ୍ଡା ଙ୍କ ସମେତ ଶହ ଶହ ଦଳୀୟ କର୍ମୀ ଏଥିରେ ସାମିଲ ହୋଇଥିଲେ।
Nalco

Leave A Reply