ଆଜି ହେଉଛି ପବିତ୍ର ଧନୁ ସଂକ୍ରାନ୍ତି ଓ ଶନିବାର : ସୂର୍ଯ୍ୟ ଦେବ ଓ ମହାଦେବ ଙ୍କ ନିକଟରେ କରନ୍ତୁ ଏହି ମନ୍ତ୍ର ପାଠ, ମିଳିବ ସମସ୍ତ କ୍ଷେତ୍ରରେ ସଫଳତା
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଙ୍କର ରାଶି ପରିବର୍ତ୍ତନ କରିବାକୁ ସଂକ୍ରାନ୍ତି କୁହାଯାଇ ଥାଏ l ଅନେକ ସ୍ଥାନରେ ସଂକ୍ରାନ୍ତି ର ଆରମ୍ଭ ରେ ପୌସମାସ ର ଆରମ୍ଭ ହୋଇ ଯାଇଥିବା ବେଳେ ଅନେକ ସ୍ଥାନରେ ମାର୍ଗଶିର ପୂର୍ଣ୍ଣିମା ଠାରୁ ପୌସମାସ ଆରମ୍ଭ ହୋଇଥାଏ l ଏପରି ସ୍ଥିତି ରେ ଡିସେମ୍ବର ୧୬ ତାରିଖ ଶନିବାର ଦିନ ଧନୁ ସଂକ୍ରାନ୍ତି ପାଳିତ ହେବ l
ଧନୁ ସଂକ୍ରାନ୍ତି ରେ ଏହିଭଳି କରନ୍ତୁ ମହାଦେବ ଙ୍କୁ ପ୍ରସନ୍ନ -:
ଆଜିର ଦିନରେ ମହାଦେବ ଙ୍କୁ ପୂଜାର୍ଚନା କରି ତାଙ୍କୁ ଗଙ୍ଗା ଜଳ ଅର୍ପଣ କରନ୍ତୁ l ଏହାଦ୍ୱାରା ସମସ୍ତ କଷ୍ଟ ରୁ ମୁକ୍ତି ମିଳିବ ଓ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହେବ l ଆଜିର ଦିନରେ ମହାଦେବ ଙ୍କ ନିକଟରେ ଧନୁ ମୁଆଁ ଅର୍ପଣ କରିବା ଦ୍ୱାରା ସୁଖ ଶାନ୍ତି ଜୀବନ ରେ ଦେଖା ଦେଇଥାଏ l
* ଏବଂ ଆଜିର ଦିନରେ ମହା ଦେବ ଙ୍କ ନିକଟରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରିବା ଦ୍ୱାରା , ଆପଣଙ୍କୁ ବିନା ବାଧା ରେ ସମସ୍ତ କାର୍ଯ୍ୟ ରେ ସଫଳତା ମିଳିବ l
* ଧନୁ ସଂକ୍ରାନ୍ତି ରେ ପିତୃ ପୁରୁଷ ଙ୍କ ଆତ୍ମା କୁ ଶାନ୍ତି ଦେବା ପାଇଁ ଘରେ ଗାୟତ୍ରୀ ମନ୍ତ୍ର ର ପାଠ କରନ୍ତୁ l ଏହାଦ୍ୱାରା ସୂର୍ଯ୍ୟ ଦେବ ସନ୍ତୁଷ୍ଟ ହୋଇ ଆପଣଙ୍କ ର ସମସ୍ତ କଷ୍ଟ ଦୂର କରିବେ l ଏବଂ ଏହିଦିନ ଲୁଣ ବିହୀନ ଖାଦ୍ୟ ସେବନ ଦ୍ୱାରା ଜୀବନ ରେ ସୁଖ ସମୃଦ୍ଧି ର ଆଗମନ ହୋଇଥାଏ l
* ଧନୁ ସଂକ୍ରାନ୍ତି ରେ ଭଗବାନ ବିଷ୍ଣୁ ଙ୍କ ସହିତ ମାତା ଲକ୍ଷ୍ମୀ ଙ୍କୁ ପୂଜାର୍ଚନା କରନ୍ତୁ l ଏହାଦ୍ୱାରା ବ୍ୟକ୍ତିକୁ ସୁଖ ସମୃଦ୍ଧି ଲାଭ ହୋଇଥାଏ l ନର ସେବା ଭଳି ନାରାୟଣ ସେବା ତେଣୁ ଏହିଦିନ ଅନ୍ନ ଦାନ , କମ୍ବଳ ଦାନ ଭଳି ସେବା ଦାନ କରିବା ଆବଶ୍ୟକ l
* ଧନୁ ସଂକ୍ରାନ୍ତି ଦିନ ଗୋଟିଏ ଜଳ ପୂର୍ଣ୍ଣ କଳସ ରେ ଅଗୁର ପକାଇ ରୋଗ ଗ୍ରସ୍ତ ବ୍ୟକ୍ତିର ହାତରେ ସ୍ପର୍ଶ କରାଇ ସୂର୍ଯ୍ୟ ଙ୍କୁ ନାଲି ମନ୍ଦାର ଫୁଲ , ଅକ୍ଷତ , ସିନ୍ଦୁର ଦେଇ ସୂର୍ଯ୍ୟ ଙ୍କୁ ଅର୍ପଣ କରନ୍ତୁ l ଏହାଦ୍ୱାରା ରୋଗରୁ ମୁକ୍ତି ମିଳିଥାଏ l