Odisha news

୩୩ ବର୍ଷ କରିଥିଲେ ରାମ ମନ୍ଦିର ନିର୍ମାଣ ପାଇଁ ଭବିଷ୍ୟବାଣୀ, ଯାହା ସତ୍ୟ ହେବାକୁ ଯାଉଛି : କିଏ ସେହି ମହାନ ସନ୍ଥ

0

ଅଯୋଧ୍ୟା ରେ ପ୍ରାଣପ୍ରତିଷ୍ଠା ପାଇଁ ପ୍ରସ୍ତୁତି କାର୍ଯ୍ୟ ଜୋର ସୋର ଚାଲିଛି l ପ୍ରଭୁ ଶ୍ରୀରାମ ଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ରେ ଶାମିଲ ହେବା ପାଇଁ ବିଶିଷ୍ଟ ବ୍ୟକ୍ତିଙ୍କୁ ଆମନ୍ତ୍ରିତ କରାଯାଉଛି l ଏହି କ୍ରମରେ ୟୁପି ର ଦେବରିୟା ଜିଲ୍ଲା ର ମଇଲ ସ୍ଥିତ ବ୍ରହ୍ମରୁଷି ଦେବରାଜ ବାବା ଙ୍କ ଆଶ୍ରମ ର ମହନ୍ତ ମହାଶୟ ଙ୍କୁ ମଧ୍ୟ ନିମନ୍ତ୍ରଣ ଦିଆଯାଇଛି l ଏହାକୁ ନେଇ ମହନ୍ତ ଶ୍ୟାମ ସୁନ୍ଦର ଦାସ ଖୁବ ଉତ୍ସାହିତ ଅଛନ୍ତି l ଏହି ପରିପ୍ରେକ୍ଷୀରେ ମହନ୍ତ ଶିବ ସୁନ୍ଦର ଦାସ କହିଛନ୍ତି ଯେ ୩୩ ବର୍ଷର ଭବିଷ୍ୟବାଣୀ ବର୍ତମାନ ସତ୍ୟ ହେବାକୁ ଯାଉଛି l ସେହି ସମୟରେ ଦେବ ରାଜ ବାବା ବିଶ୍ୱହିନ୍ଦୁ ପରିଷଦ ର ନେତା ମାନଙ୍କୁ ଭବିଷ୍ୟବାଣୀ କରିଥିଲେ l

ସେହି ସମୟରେ ଅଶୋକ ସିଂହଳ ଜୀ ଦେବରାଜ ବାବାଙ୍କୁ ସାକ୍ଷାତ କରିଥିଲେ l ଦେବରାଜ ବାବା ଆଲ୍ହାବାଦ ଠାରେ ରାମଜନ୍ମଭୂମୀ କୁ ନେଇ ଗୋଟିଏ ସଭା କରିଥିଲେ l ସେହି ସମୟରେ ସେଠାରେ ସମସ୍ତ ଶଙ୍କରାଚାର୍ଯ୍ୟ ସେଠାରେ ଉପସ୍ଥିତ ଥିଲେ l ସେହି ସମୟରେ ଦେବରାଜ ବାବା କହିଥିଲେ ଭବିଷ୍ୟତ ରେ ନିଶ୍ଚିନ୍ତ ଏଠାରେ ପ୍ରଭୁ ଶ୍ରୀରାମ ଙ୍କ ମନ୍ଦିର ପ୍ରତିଷ୍ଠା ହେବ ଓ ଉଭୟ ହିନ୍ଦୁ ମୁସ୍ଲିମ ମିଳିତ ଭାବରେ ଏହି କାର୍ଯ୍ୟ କରିବେ l ଏହାକୁ ନେଇ ଦେବରାଜ ଆଶ୍ରମ ର ମହନ୍ତ ଙ୍କୁ କହିଥିଲେ ଯାହା ହଉ ଶାନ୍ତିପୂର୍ଣ ଭାବରେ ମନ୍ଦିର କାର୍ଯ୍ୟ ସମ୍ପାଦନ ହେବାକୁ ଯାଉଛି l ଏହି ଆଶ୍ରମ ଟି ସରଜୁ ନଦୀ କୂଳରେ ଅବସ୍ଥିତ ଏବଂ ଏଠାରେ ଗୋଟିଏ ପାରିଜାତ ବୃକ୍ଷ ୧୫୦ ବର୍ଷ ହେଲାଣି ରହିଛି l

ଯେ କେହି ଭକ୍ତ ଏହି ଆଶ୍ରମ କୁ ଆସି ଏହି ଚମତ୍କାର ବୃକ୍ଷ ରେ ଜୟ ଶ୍ରୀରାମ ର ଝଣ୍ଡା ବାନ୍ଧି ଥାଆନ୍ତି, ସେମାନଙ୍କର ମନସ୍କାମନା ପୁର୍ଣ ହୋଇଥାଏ l ୨୨ ଜାନୁଆରୀ ୨୦୨୪ ବିଶ୍ୱର ସମସ୍ତ ସନାତନ ଧର୍ମାବଲମ୍ବୀ ଙ୍କ ପାଇଁ ଗୋଟିଏ ବଡ଼ ଦିନ, କିନ୍ତୁ ଏହି ଦିନର ମାତ୍ର ୮୪ ସେକେଣ୍ଡ ରହିବ ସବୁଠୁ ଗୁରୁତ୍ୱପୂର୍ଣ l ଏହି ୮୪ ସେକେଣ୍ଡ ରହିବ ଶୁଭ ମୁହୂର୍ତ୍ତ, ଯେତେବେଳେ ରାମ ଲଲାଙ୍କ ର ହେବ ପ୍ରାଣପ୍ରତିଷ୍ଠା l ଯାହା ଆରମ୍ଭ ହେବ ୨୨ ତାରିଖ ଦିନ ୧୨ ଟା ୨୯ ମିନିଟ ୮ ସେକେଣ୍ଡ ରୁ ୧୨ ଟା ୩୦ ମିନିଟ ୩୨ ସେକେଣ୍ଡ ପର୍ଯ୍ୟନ୍ତ ରହିବ l ଏହି ୭ଦିନ ର ପ୍ରାଣପ୍ରତିଷ୍ଠା ସମାରୋହ ଜାନୁଆରୀ ୧୬ ତାରିଖ ରୁ ଆରମ୍ଭ ହେବ l

Nalco

Leave A Reply