ନୂଆଦିଲ୍ଲୀ : ଭିଏତନାମା ଭାରତର ସବୁଠୁ ଭୟଙ୍କର ମିସାଇଲ କିଣିବା ପାଇଁ ଚାହୁଁଛି ,ଏଥିପାଇଁ ଆଜି ପର୍ଯ୍ୟନ୍ତ ବାଧକ ସାଜିଥିଲା ରୁଷର ସହମତି l କାରଣ ଏହି ମିସାଇଲକୁ ଭାରତ ଓଂ ରୁଷ ମିଳିତ ଭାବରେ ତିଆରି କରିଛନ୍ତି l କିନ୍ତୁ ବର୍ତ୍ତମାନ ରୁଷ ଏହି ମିସାଇଲର ବିକ୍ରିପାଇଁ ଅନୁମତି ଦେଇ ଦେଇଛି l ବର୍ତ୍ତମାନ ଭାରତର ଏହି ସୁପର ମିସାଇଲ ଭିଏତନାମାକୁ ଦିଆଯିବ l ଏହା ଦ୍ୱାରା ଦକ୍ଷିଣ ଚୀନ ସାଗରରେ ଚୀନକୁ ସମ୍ଭଳିକି ରହିବାକୁ ପଡିବ l ଭାରତ ସହିତ ରକ୍ଷା ସହଯୋଗରେ ରୁଷ ଦୁଇଟି ବଡ କାର୍ଯ୍ୟ ଆରମ୍ଭ କରିଛି l ରୁଷ ସରକାର ଭାରତ ସହିତ ମିଶି ତିଆରି କରିଛନ୍ତି ସୁପର ସୋନିକ କୄଯ ବ୍ରହ୍ମୋସ l ତା ସହିତ ୧୦୦ ଟି ରୁଷି ରକ୍ଷା କମ୍ପାନୀ ମାନଙ୍କର ତାଲିକା ଜାରି କରିଛି ଯେଉଁ ମାନେ ଭାରତ ସହିତ ମିଶି ବ୍ରହ୍ମୋସ ଭଳି ଅନ୍ୟ ପ୍ରୋଜେକ୍ଟ ଆରମ୍ଭ କରି ପାରିବେ l
ବ୍ରହ୍ମୋସର ନିର୍ଜାତ ପିନ ଅନୁମତି ଏପରି ସମୟରେ ମିଳିଛି ଯେତେବେଳେ ଚୀନର ପଡୋଶୀ ଦେଶ ଭିଏତନାମା ବାହାରଟା ପାଖରୁ ଏହି ମିସାଇଲ କିଣିବା ପାଇଁ ଆଗ୍ରହ ପ୍ରକାଶ କରିଛି l ଏହା ସହିତ ଭିଏତନାମା ଭାରତ ପାଖରୁ ଆକାଶ ମିସାଇଲ ମଧ୍ୟ କିଣିବା ପାଇଁ ଇଛା ପ୍ରକାଶ କରିଛି l ବ୍ରହ୍ମୋସ ମିସାଇଲ ପ୍ରୋଜେକ୍ଟରେ ରୁଷର ୫୦ ପ୍ରତିଶତ ଭାଗିଦାରୀ ଥିଲା ,ସେଥିପାଇଁ ଏହାକୁ ନିର୍ଜାତ କାରିବl ପାଇଁ ରୁଷର ଅନୁମତି ଆବଶ୍ୟକ ଥିଲା l ଭିଏତନାମାଭାରତରୁ ବ୍ରହ୍ମୋସ ଓ ଆକାଶ ମିସାଇଲ ନେବା ପାଇଁ ଚାହୁଁଛି ,ଯଦି ଏହି ଡୀଲ ଠିକ ରହିଲା ତେବେ ସେ ଦୁଇଟି ଯାକ ମିସାଇଲ ନେଇ ନିଜ ଦେଶର ସୁରକ୍ଷାରେ ମୁତୟନ କରିବା l ତା ସହିତ ଭିଏତନାମା ଓ ଭାରତର ସମ୍ପର୍କ ଆହୁରି ମଝବୁତ ହୋଇଯିବ l
ବ୍ରହ୍ମୋସର ଜଣେ ଅଧିକାରୀ ମସ୍କୋରେ କହିଛନ୍ତି ଯେ ଭାରତ ଓ ରୁଷ ଆଲୋଚନା କରି ଏହାର ନିର୍ଜାତ ପାଇଁ ଅନୁମତି ଦେବେ l ଚୀନକୁ ନେଇ ଚିନ୍ତିତ ଥିବା ଉପସାଗରୀୟ ଦେଶ ଗୁଡିକ ଅନେକ ଦିନ ପୂର୍ବରୁ ଭାରତ ପାଖରୁ ବ୍ରହ୍ମୋସ ମିସାଇଲ ନେବାପାଇଁ ଆଗ୍ରହ ପ୍ରକାଶ କରିଥିଇଲେ l କିନ୍ତୁ ଚୀନ ଭାରତର ପଡୋଶୀ ଦେଶ ପାକିସ୍ତାନ,ବଙ୍ଗଳାଦେଶ,ମିଆଁମାର ଆଦି ଅନେକ ଦେଶଙ୍କୁ ସମ୍ବେଦନଶୀଳ ଅସ୍ତ୍ର ଯୋଗାଇ ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିଲା ,କିନ୍ତୁ ବର୍ତ୍ତମାନ ଏମିତି ଆଉ ହେବନାହିଁ l ବ୍ରହ୍ମୋସ ମିସାଇଲରେ ୨୦୦ କିଲୋ ଗ୍ରାମର ପରମାଣୁ ହତିଆର ଲଗାଯାଇ ପାରିବ l ଆକାଶ ମିସାଇଲରେ ୬୦ କିଲୋଗ୍ରାମ ଓଜନର ହତିଆର ନିଆଯାଇ ପାରିବ l ଏହି ଦୁଇଟି ମିଶଇଳ ଶତ୍ରୁ ପାଇଁ ଖୁବ ଭୟଙ୍କର ଅଟନ୍ତି l