Odisha news

ଆୟୁର୍ବେଦ ଅନୁସାରେ ଡେଙ୍ଗୁ ସମୟରେ ରାମବାଣ ସଦୃଶ ହୋଇଥାଏ ଏହିସବୁ ମସଲା, ଯାହାକି ଦୁରେଇ ରଖିଥାଏ ଡେଙ୍ଗୁ ସଂକ୍ରମଣ ରୁ

0

ବର୍ତମାନ ରାଜ୍ୟରେ ଡେଙ୍ଗୁ ଜ୍ୱର ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି l ଯଦି ୨ଦିନ ମଧ୍ୟରେ ଜ୍ୱର, ଥଣ୍ଡା , ମୁଣ୍ଡବିନ୍ଧା , ଭୋକ ନଲାଗିବା , ଗଳାରେ ଯନ୍ତ୍ରଣା ଇତ୍ୟାଦି ଠିକ ହେଉଛି ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖାଇ ୭ କରିବା ଜରୁରୀ l ଇମ୍ୟୁନ ସିଷ୍ଟମ ଆମ ଶରୀରର ନେଚଉରାଳ ଡିଫେନ୍ସ ସିଷ୍ଟମ ହୋଇଥାଏ, ଯାହାକି ଇନଫେକ୍ସନ ରୁ ରକ୍ଷା କରିଥାଏ l ଆୟୁର୍ବେଦ ଅନୁସାରେ ଆମ ଘରେ ଇମ୍ୟୁନ ସିଷ୍ଟମ ବୃଦ୍ଧି କରୁଥିବା ୫ଟି ଚମତ୍କାର ମସଲା ରହିଛି l ଯାହାକି ଯେକୌଣସି ଇନଫେକ୍ସନ କୁ ଖୁବ ସହଜ ରେ ଠିକ କରିଦେଇ ଥାଏ l

* ଅରେଗନୋ –
ପିଜା କିମ୍ବା ପାସ୍ତା ରେ ଅରେଗାନୋ ପକାଇ ଆମେ ନିହାତି ଖାଇଥାଉ l ଆଜିକାଲି ଲୋକେ ଏହାକୁ ମ୍ୟାଗି ଏବଂ ମୋମଜ ରେ ମଧ୍ୟ ଆମେ ଖାଇଥାଉ l କିନ୍ତୁ ଗୋଟିଏ ଗବେଷଣା ଅନୁସାରେ ଏହି ମସଲାରେ ଡେଙ୍ଗୁ ଭଳି ରୋଗ ସହିତ ଲଢ଼ିବାର ବିଶେଷ ଶକ୍ତି ରହିଛି l

* ଅଦା –
ଅଦା ଗୋଟିଏ ସୁପର ଇମ୍ୟୁନିଟି ବୁଷ୍ଟର ମସଲା ଅଟେ l ଏହାକୁ ତରକାରୀ, ସୁପ, ଜୁସ, ଚା ରେ ପକାର ସେବନ କରାଯାଇ ଥାଏ l ଏଥିରେ ଜିଁଯେରୋଲ ନାମକ ଆଣ୍ଟି ମାଇକ୍ରୋଵିୟୋଲ ଓ ଆଣ୍ଟି ଇମ୍ଫ୍ଲାମେସନ କମ୍ପାଉଣ୍ଡ ରହିଛି l ଏହା ଇମ୍ଫ୍ଲାମେସନ କମ କରିବା ସହିତ ଇମ୍ୟୁନିଟି ବୃଦ୍ଧି କରିଥାଏ l

* ହଳଦୀ –
ଏହି ହଳଦିଆ ମଶାଳାଟି ଅନେକ ସ୍ୱାସ୍ଥ୍ୟ ବର୍ଧକ ଗୁଣରେ ଭରପୁର ଅଟେ l ଗୋଟିଏ ଷ୍ଟଡି ଅନୁସାରେ ହଳଦୀ ରେ ଥିବା କରକ୍ୟୁମିଂ କମ୍ପାଉଣ୍ଡ ଇମ୍ୟୁନ ସିଷ୍ଟମ କୁ ମଜବୁତ କରି ବ୍ଲଡ଼ ପ୍ଲେଟଲେଟସ କୁ ବୃଦ୍ଧି କରିଥାଏ l

* ଡାଲଚିନି –
ଡ଼ାଲିଚୀନୀ ଗୋଟିଏ ପାୱାର ବୁଷ୍ଟର ମସଲା l ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ଓ ଆଣ୍ଟି ଇମ୍ଫ୍ଲାମେଟ୍ରି ଗୁଣ ରହିଛି l ଯାହାକି ଡେଙ୍ଗୁ ସମୟରେ ନେଚୁରାଲ ଉପାୟ ରେ WBC କାଉଣ୍ଟ କୁ ବୃଦ୍ଧି କରେ l

* ରସୁଣ –
ରସୁଣ ଗୋଟିଏ ପାୱାରଫୁଲ ଇମ୍ୟୁନିଟି ବୁଷ୍ଟର ଅଟେ l ଡେଙ୍ଗୁ ସଂକ୍ରମଣ ସମୟରେ ନିହାତି ପ୍ରତିଦିନ ରସୁଣ ଦୁଇପାଖୁଡ଼ା ସେବନ କରିବା ଜରୁରୀ l ରସୁଣ ରେ ଆଣ୍ଟି ଭାଇରଲ ପ୍ରପର୍ଟି ରହିଛି l ଯେଉଁ କାରଣରୁ ଡେଙ୍ଗୁ ସମୟରେ ଆମ ଇମ୍ୟୁନ ସେଲସ ଆକ୍ଟିଭ ହେବାରେ ସାହାଯ୍ୟ ମିଳିଥାଏ l

Har Ghar Tiranga

Leave A Reply