Odisha news

ଦିଲ୍ଲୀ ଅଶାନ୍ତ ହିଂସାକାଣ୍ଡ ମୃତୁ୍ୟ ୩୨ ଛୁଇଁଲା

0

ନୂଆଦିଲ୍ଲୀ, ୨୭।୨ :ନାଗରିକତା ସଂଶୋଧନ ଆଇନ ସମର୍ଥକ ଓ ବିରୋଧୀ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତର-ପୂର୍ବ ଦିଲ୍ଲୀରେ ସୃଷ୍ଟି ହୋଇଥିବା ହିଂସାକାଣ୍ଡରେ ମୃତ୍ୟୁ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି । ଏବେ ବି ପ୍ରାୟ ୨୫୦ ଜଣରୁ ଅଧିକ ଆହତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଉତ୍ତର-ପୂର୍ବ ଦିଲ୍ଲୀରେ ହିଂସାକାଣ୍ଡ ସ୍ଥିତି ଧୀରେ ଧୀରେ ଆୟତ କରାଯିବାକୁ ଚେଷ୍ଟା କରାଯାଉଛି । ପୋଲିସର ଫ୍ଲାଗମାର୍ଚ୍ଚ ପରେ ସାମାନ୍ୟ ନିୟନ୍ତ୍ରଣରେ ଆସିଛି ଦିଲ୍ଲୀର ସ୍ଥିତି । କିଛି ସ୍ଥାନରେ ଏବେବି ଜଳାପୋଡ଼ା ଓ ପଥରମାଡ଼ ଚାଲିଥିବା ବେଳେ ଧିରେ ଧିରେ ସ୍ଥିତି ଶାନ୍ତ ହେଉଛି । କିଛି ସ୍ଥାନରେ ଜଳାପୋଡ଼ା ବସ୍ତୁ ରାସ୍ତାଉପରୁ ବାହାର କରାଯାଇ ରାସ୍ତା ସଫା କରାଯାଉଛି । ଉତ୍ତରପୂର୍ବ ଦିଲ୍ଲୀର ଜାଫରାବାଦ, ଚାନ୍ଦବାଗ, ଭଜନପୁରା, ଯମୁନାବିହାର ଓ ମୌଜପୁରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ହିଂସାକାଣ୍ଡ ଘଟଣାରେ ୧୮ଟି ମାମଲା ରୁଜୁ କରି ୧୦୬ ଜଣ ଅଭିଯୁକ୍ତଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି । ଏହା ମଧ୍ୟରେ ଉତ୍ତର-ପୂର୍ବ ଦିଲ୍ଲୀରେ ଆଜି ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଗତକାଲି ଦିଲ୍ଲୀ ହିଂସାକୁ ନେଇ ଶାନ୍ତି ରଖିବାକୁ ଅପିଲ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅନ୍ୟପଟେ ଦିଲ୍ଲୀ ହାଇକୋର୍ଟ ଏପରି ସ୍ଥିତି ପାଇଁ ଉଭୟ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ଭର୍ତ୍ସନା କରିଛନ୍ତି । ହିଂସାକାଣ୍ଡରେ ଦିଲ୍ଲୀ ପୋଲିସର ଭୂମିକାକୁ ନେଇ ପ୍ରଶ୍ନ କରିଛନ୍ତି ହାଇକୋର୍ଟ

Leave A Reply