Odisha news

ଅଖଣ୍ଡ ଦୀପ ଜଳାଇବା ସମୟରେ ଯଦି ଦୀପ ଲିଭିଯାଏ ତାହା କେଉଁ ସଂକେତ ଦେଇଥାଏ , ଆସନ୍ତୁ ଜାଣିବା

0

ହିନ୍ଦୁ ଧର୍ମରେ ପୂଜାପାଠ ର ଅନେକ ମହତ୍ୱ ରହିଛି, ଯେକୌଣସି ଶୁଭ ଦିନ କିମ୍ବା ଶୁଭ କାର୍ଯ୍ୟ ହୋଇଥାଉ ସର୍ବ ପ୍ରଥମେ ପୂଜାପାଠ କୁ ଗୁରୁତ୍ୱ ଦିଆଯାଇ ଥାଏ ପୂଜା ପାଠ ସମୟ ରେ ଦୀପ ଜଳାଇବା ପ୍ରଥମ ବିଧାନ ଅଟେ l ଦୀପ ଦ୍ୱାରା ଘରକୁ ସକାରାତ୍ମକ ଉର୍ଜା ର ଆଗମନ ହୋଇଥାଏ l ଆମେ କୌଣସି ବିଶେଷ ପୂଜା ପାଠ ରେ ଅଖଣ୍ଡ ଦୀପ ଜଳାଇବାର ବିଧାନ ରହିଛି , ଯାହାଦ୍ୱାରା ମନୋସ୍କାମନା ପୁର୍ଣ ହୋଇଥାଏ l

* ପୂଜା ସମୟରେ ଯଦି ଅଖଣ୍ଡ ଦୀପ  ପ୍ରଜ୍ବଳନ କରୁଛନ୍ତି ତେବେ ଦୀପ ତଳେ ଚାଉଳ ଓ ଫୁଲ ଦିଅନ୍ତୁ l ଏହା ଜୀବନ ରେ ଶୁଭ ସଂକେତ ଆଣିଥାଏ l ଏହାଦ୍ୱାରା ମଧ୍ୟ ଭଗବାନ ଖୁବ ଶୀଘ୍ର ପ୍ରସନ୍ନ ହୋଇ ଥାଆନ୍ତି l

* ମାନ୍ୟତା ଅନୁସାରେ ଆମେ ଯେତେବେଳେ ଅଖଣ୍ଡ ଦୀପ ଭଗବାନ ଙ୍କ ନିକଟରେ ଅର୍ପଣ କରିଥାଉ ଏହା କୁ କିଛି ନିର୍ଦ୍ଧିଷ୍ଟ ଉଦେଶ୍ୟ କୁ ନେଇ ସମର୍ପିତ କରିଥାଉ l ତେଣୁ ଏହା ଯେପରି ଆମ ଉଦେଶ୍ୟ ପୁର୍ଣ ପାଇଁ ଠିକ ଭାବରେ ଜଳିବ ତେହାକୁ ଧ୍ୟାନ ଦେବା ଜରୁରୀ l ଅନେକ ସମୟ ରେ ଅଖଣ୍ଡ ଦୀପ ଅଚାନକ ଭାବରେ ଲିଭି ଯାଇଥାଏ l ଏହା ଆମ ମନରେ ଅନେକ ପ୍ରକାର ଚିନ୍ତାର କାରଣ ହୋଇଥାଏ l ଏପରି ସ୍ଥିତିରେ ଈଶ୍ୱର ଙ୍କୁ କ୍ଷମା ମାଗି ଦ୍ଵିତୀୟ ଥର ଅଖଣ୍ଡ ଦୀପ ଜଳାଇବା ଆବଶ୍ୟକ l

* ଦୀପ ଯେବେବି ଠାକୁରଙ୍କ ନିକଟରେ ଜଳାଉଛନ୍ତି ସେଥିରେ ସଳିତା ସାମାନ୍ୟ ବଡ଼ ରଖନ୍ତୁ, ଏବଂ ଦୀପ ଶିଖା ର ସମୁଖ ଭାଗରେ ଫୁଲ ବାନ୍ଧିବା କ୍ଷଣି ତାହାକୁ ଭାଙ୍ଗି ଦିଅନ୍ତୁ l ଏପରି କଲେ ଦୀପ ଦୀର୍ଘ ସମୟ ପର୍ଯ୍ୟନ୍ତ ଜଳିଥାଏ l

* ମାନ୍ୟତା ଅନୁସାରେ ଯଦିବି ଆପଣ ଦେଖୁଛନ୍ତି ଦୀପ ଟି ଶୀଘ୍ର ଜଳି ଲିଭିଯିବ କିମ୍ବା ତା ଶିଖା ଟି ଖସି ଯିବ ତେବେ ତା ନିକଟରେ ଆଉ ଗୋଟିଏ ଦୀପ ସଜାଡି ଉକ୍ତ ଜଳୁଥିବା ଦୀପ ରୁ ଅଗ୍ନି ସଂଯୋଗ କରି ଜଳାଇ ନିଅନ୍ତୁ ଏବଂ ପରେ ଦୀପ ଟିର ଫୁଲ କୁ ଭାଙ୍ଗନ୍ତୁ କିମ୍ବା ଦୀପ କୁ ତେଜନ୍ତୁ l

* ଅଖଣ୍ଡ ଦୀପ ଯଦି ଲିଭିଯାଇ ଥାଏ ତେବେ ଜୀବନ ରେ ଅନେକ ବାଧାବିଘ୍ନ ଦେଖା ଦେଇଥାଏ ଓ ଶତ୍ରୁ ବୃଦ୍ଧି ହୋଇଥାଏ l

Leave A Reply