ରଣପୁର : ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ ରାଇପଡା କାଜୁ ଜଙ୍ଗକୁ ନିଲାମକୁ ନେଇ ଦୀର୍ଘଦିନ ହେଲା ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା । ଏହି ବିବାଦକୁ ନେଇ ଗତ ଏକମାସ ତଳେ ସବର୍ଣ୍ଣ ଓ ଅସବଣ୍ଣ ମଧ୍ୟରେ ମାରପିଟ୍ ହୋଇ ୩ ଜଣ ଅସବର୍ଣ୍ଣ ଲୋକଙ୍କ ମୃତୁ୍ୟ ହୋଇଥିଲା ବେଳେ ମଙ୍ଗଳବାର ଦିନ ପୁର୍ନବାର ସେହି ଘଟଣାର ନୁଆ ମୋଡ ନେଇ ଜଣେ ସବର୍ଣ୍ଣଙ୍କ ମୃତୁ୍ୟ ହୋଇଥିବା ଜଣା ପଡିଛି । ମୃତକ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ସୋମବାର ଦିନ କାଜୁ ଜଙ୍ଗଲ ପାଇଁ ଲାଗିଥିବା ବିବାଦର ସ୍ଥାୟୀ ସମାଧାନ ପାଇଁ ସବର୍ଣ୍ଣ ମାନଙ୍କ ମଧ୍ୟରେ ଏକ ବୈଠକ ରଣପୁର ଥାନା ଅନ୍ତର୍ଗତ ମହତପଲ୍ଲା ଗ୍ରାମ ପଂଚାୟତର ବିରୁଡା ଗ୍ରାମର ଝାଂଜିଆ ଜଙ୍ଗଲରେ ଏକ ବୈଠକ ବସିଥିଲା ।
ଏହି ବୈଠକରେ ସାମିଲ ହେବା ପାଇଁ ରାଇପଡା ଗ୍ରାମର ଆଦିତ୍ୟ ମହାପାତ୍ର(୩୨), ପିତା–ଗିରିଧାରୀ ମହାପାତ୍ର ଝାଂଜିଆ ଜଙ୍ଗଲକୁ ଆସିଥିଲେ । ଏକ ବୈଠକ ସାରି ଆଦିତ୍ୟ ମହାପାତ୍ର ଓ ତାଙ୍କ ସହିତ ରାଜିବ ସାହୁ ନ୍ଖକ୍ସ ଗ୍ରାମକୁ ଫେରୁଥିଲା ବେଳେ କୌଣସି ସୁତ୍ରରୁ ପୋଲିସ୍ ଖବର ପାଇ ରାଜିବ ସାହୁଙ୍କୁ ଗିରଫ କରି ନେଇଥିବା ବେଳେ ଆଦିତ୍ୟ ମହାପାତ୍ରଙ୍କୁ ଗାଡିରେ ବସାଇ ଅଳ୍ପ ବାଟ ନେଇ ପେଲି ଦେଇଥିବା ତାଙ୍କ ପରିବାର ଲୋକଙ୍କୁ ଫୋନ୍ ଯୋଗେ ଜଣାଇଥିଲେ ।
ତେବେ ମଙ୍ଗଳବାର ଦିନ ସକାଳେ ତାଙ୍କ ମୃତ ଶରୀର ବିରୁଡା ଗ୍ରାମର ଏକ ପରିତ୍ୟକ୍ତ ଖାଲରେ ସ୍ଥାନୀୟ ଗ୍ରାମବାସୀ ଦେଖି ରଣପୁର ପୋଲିସ୍ କୁ ଖବର ଦେଇଥିଲେ । ଖବର ପାଇ ରଣପୁର ପୋଲିସ୍ ଘଟଣା ସ୍ଥଳରେ ପହଁଚି ଶବ ଜବତ କରି ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଶବ ବ୍ୟବଛେଦ କରିବା ପାଇଁ ଆଣିଥିଲା । ମୃତ ରାଜିବ ଜଣେ ସରକାରୀ ଶିକ୍ଷକ ଭାବେ ବନ୍ଧମୁଣ୍ଡା ପଂଚାୟତର ଶଙ୍ଖଯୋଡି ସ୍କୁଲ୍ ରେ କାର୍ଯ୍ୟ କରୁଥିବା ଜଣା ପଡିଛି । ତାଙ୍କର ୨ବର୍ଷର ଝିଅଟିଏ ଥିବାବେଳେ ତାଙ୍କ ମୃତୁ୍ୟରେ ତାଙ୍କ ପରିବାର ସମ୍ପୁର୍ଣ୍ଣ ଭାଙ୍ଗି ପଡିବା ସହ ତାଙ୍କ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ ଷଡଯନ୍ତ୍ର କରି ହତ୍ୟା କରାଯାଇଥିବା ଅଭିଯୋଗ କରିବା ସହ ଏହି ହତ୍ୟାକାଣ୍ଡ ପଛରେ ପୋଲିସ୍ ର ହାତଥିବା କହିଛନ୍ତି ଏବଂ ମୋ ସ୍ୱାମୀର ହତ୍ୟାକାରୀଙ୍କୁ ଗିରଫ କରିବା ପାଇଁ ଦାବି କରି ରଣପୁର ଥାନା ଆଗରେ ରାଜିବଙ୍କ ଶବ ରଖି ହତ୍ୟାକାରୀକୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି । ତେବେ ଖବର ଲେଖାହେଲା ବେଳକୁ ରଣପୁର ଥାନା ଆଗରେ ଶବ ରଖି ଆନେ୍ଦାଳନ ଜାରି ରଖିଛନ୍ତି ।