ଦଶରଥପୁର : ଦଶରଥପୁର ବ୍ଲକର ତହସିଲ ପଡ଼ିଆରେ ଶୁକ୍ରବାର ବ୍ଲକ ପ୍ରଶାସନର ମିଶନଶକ୍ତି ବିଭାଗ ପକ୍ଷରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକର ୩୫ଟି ପଂଚାୟତରେ ୨ବର୍ଷ ହେବ ୨୫୦ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବ୍ୟାଙ୍କରୁ ଋଣ ନନେଇଥିବା ବେଳେ ଏହି ଗୋଷ୍ଠୀ କିପରି ବ୍ୟାଙ୍କରୁ ଋଣ ନେବେ ଏହି ମିଶନଶକ୍ତିର ସଚେତନତା କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ । ଜିଲ୍ଲା ମିଶନଶକ୍ତିର ସଭାପତି ସୁଜାତା ସାହୁଙ୍କ ସଭାପତିତ୍ୱରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଯୋଗଦେଇ ମିଶନଶକ୍ତି ଯୋଜନାରେ ବ୍ୟାଙ୍କ କର୍ତ୍ତୃପକ୍ଷ ଗୋଷ୍ଠୀମାନଙ୍କ ସହ ସହଯୋଗ କରି ଋଣଦେବା ଏବଂ ଏହି ଋଣକୁ ଗୋଷ୍ଠୀର ସଦସ୍ୟମାନେ କାର୍ଯ୍ୟରେ ଲଗାଇବା ପାଇଁ କହିଥିଲେ। ଏଥିରେ ସମ୍ମାନୀତ ଅତିଥି ଭାବେ ସାଂସଦ ଶର୍ମିଷ୍ଠା ସେଠୀ, ଯାଜପୁର ବିଧାୟକଙ୍କ ପ୍ରତିନିଧି କର୍ଣ୍ଣାଟକେଶରୀ ଦାସ,ବିଡିଓ ଆକାଶ ପଟ୍ଟନାୟକ, ତହସିଲଦାର ବିକ୍ରମ କିଶୋର ପରିଡ଼ା,ସିଡିପିଓ ଶାନ୍ତିଲତା ସେଠୀ, ମିଶନଶକ୍ତିର ବିପିସି ସଞ୍ଜୟ ମଲ୍ଲିକ, ଓଡିଶା ଜୀବିକା ମିଶନର ବ୍ଲକ ବିପିଏମ ମିନତୀ ସାମଲ, ବ୍ଲକ ଅଧ୍ୟକ୍ଷ ଦିଗାମ୍ବର ମଲ୍ଲିକ, ଉପାଧ୍ୟକ୍ଷା ଝିଲ୍ଲୀ ମଲ୍ଲିକ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଏସଏସଜିର ସଭାପତି ସବିତା କର,ଜିଲ୍ଲା ପରିଷଦ ସଭ୍ୟ ପାର୍ଥସାରଥୀ ମହାପାତ୍ର, ସଭ୍ୟା ମାମିନା ମଲ୍ଲିକ,ନିନାରାଣୀ ସାମଲ,ମନସ୍ୱିନୀ ଦାସ ପ୍ରମୁଖ ଯୋଗଦେଇଥିଲେ। ମିଶନ ଶକ୍ତିରେ ଗୋଷ୍ଠୀ କିପରି ଋଣନେଇ ବିଭିନ୍ନ ପ୍ରକାର ବ୍ୟବସାୟ କରିବା ସହ ସ୍ୱାବଲମ୍ବୀ ହେବେ ଏହି ବାବଦରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ। ୨୫୦ଟି ଗୋଷ୍ଠୀରୁ ୪୦ଟି ଗୋଷ୍ଠୀକୁ ବ୍ୟାଙ୍କରୁ ଋଣ ନେବା ପାଇଁ ଅନୁମତି ପତ୍ର ପ୍ରଦାନ କରାଯାଇଥିଲା। ଏଥିରେ ସିଆରପି,ଏମବିକେ, ବ୍ୟାଙ୍କମିତ୍ର,ପଞ୍ଚାୟତ ମହାସଂଘର କର୍ମକର୍ତ୍ତା, ମିଶନଶକ୍ତି ଓ ଏଲଏମର କର୍ମକର୍ତ୍ତା, ପଞ୍ଚାୟତର ଜନପ୍ରତିନିଧି ଏବଂ ବିଭିନ୍ନ ଗୋଷ୍ଠୀର ସଦସ୍ୟବୃନ୍ଦ ଯୋଗଦେଇଥିଲେ।