Odisha news

ଓଏଏସ ପରୀକ୍ଷାରେ ରଶ୍ମିତା ଙ୍କ ସଫଳତା

0
ଦଶପଲ୍ଲା : ପ୍ରକାଶ ପାଇଛି ୨୦୨୨ ଓଏଏସ ପରୀକ୍ଷାଫଳ । ଓଡିଶା ଲୋକସେବା ଆୟୋଗ (ଓପିଏସସି) ଦ୍ୱାରା ପରିଚାଳିତ ଓଡିଶା ପ୍ରଶାସନିକ ସେବା ବା ଓଏଏସ -୨୦୨୨ ପରୀକ୍ଷାରେ ରାଜ୍ୟରେ ୬୮୩ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ଦଶପଲ୍ଲା ର ଝିଅ ରଶ୍ମିତା ସାହୁ  ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଏହି ପରୀକ୍ଷାରେ ସେ ୨୯୩ ସ୍ଥାନରେ ରହି ଏହି କୃତିତ୍ୱ ହାସଲ କରିଛନ୍ତି । ପିତା ସ୍ବର୍ଗତ ରଘୁନାଥ ସାହୁ ଓ ମାତା ବାସନ୍ତୀ ସାହୁ ଙ୍କ ସେ ଏକ ମାତ୍ର କନ୍ୟା ଅଟନ୍ତି ।  ସେ ଦଶପଲ୍ଲା ଦୁର୍ଗବାଜ଼ାର କଲୋନୀରେ ତାଙ୍କ ପିତାମାତାଙ୍କ ସହ ରହି ଆସୁଥିଲେ । ଦଶପଲ୍ଲା ଆର ଏମ ଜେ ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ମାଟ୍ରିକ ପାସ କରିବା ପରେ ନୟାଗଡ଼ ୟୁନିଟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ରହି +୩ ପାଠପଢ଼ା ଶେଷ କରିଥିଲେ । ପରେ ଓଏଏସ ପାଇଁ ଭୁବନେଶ୍ୱର ରେ ରହି ଏକ ଘରୋଇ କୋଚିଂ ସେଣ୍ଟର ରେ କୋଚିଂ ନେଇଥିଲେ ।   ଏହି ସଫଳତା ପାଇବା ପରେ ତାଙ୍କ ପରିବାର ରେ ଆନନ୍ଦ ଦେଖାଦେଇଥିବା ବେଳେ ତାଙ୍କୁ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ, ସହପାଠୀ ଓ ଦଶପଲ୍ଲା ର ବିଶିଷ୍ଠ ବ୍ୟକ୍ତି ମାନେ ଶୁଭେତ୍ସା ଜଣାଇଛନ୍ତି । ଏହାସହ ଦଶପଲ୍ଲା ବ୍ଲକ ବାଣୀଗୋଛା ପଶୁ ଚିକିତ୍ସକ ଭାବେ କାର୍ଯ୍ୟରତ ଥିବା ସକିତା ଗୌଡ଼ ଓଏଏସ ପରୀକ୍ଷା ର ୧୦୯ ତମ ସ୍ଥାନରେ ରହି କୃତିତ୍ୱ ଲାଭ କରିଛନ୍ତି ।
Nalco

Leave A Reply