ଦଶପଲ୍ଲା୫/୮ : ଦୀର୍ଘ ବର୍ଷ ପରେ ବି କୁଆଁରିଆ ବିସ୍ଥାପିତ ଙ୍କୁ ମିଳୁନି ନ୍ୟାୟ । ବାରମ୍ବାର ଅଭିଯୋଗ ପରେ ବି ମିକୁନି ନ୍ୟାୟ, ସଦା ସର୍ବଦା ପ୍ରଶାସନ ର ଅବହେଳା ପାଇଁ ଦୁଃଖ ଭୋଗୁଛନ୍ତି ଏହି ବିସ୍ଥାପିତ । ଏବେ ବିସ୍ଥାପିତ ଙ୍କ ମଧ୍ୟରୁ କେତକ ବିସ୍ଥାପିତ ରାଜ୍ୟପାଳ ଙ୍କୁ ଭେଟିବା ପରେ ବିସ୍ଥାପିତ ଙ୍କ ସମଷ୍ୟା ସମ୍ପର୍କ ରେ ବୁଝି ରାଜ୍ୟପାଳ ଙ୍କ କାର୍ଯ୍ୟାଳୟ ପକ୍ଷରୁ ନିୟଗଡ଼ ଜିଲ୍ଲାପାଳ ଙ୍କୁ ଭେଟି ସମଷ୍ୟା ଜଣାଇବାକୁ ବିସ୍ଥାପିତ ଙ୍କ ନିକଟକୁ ପତ୍ର ବିନିମୟ କରାଯାଇଥିଲା । ଏହି ପତ୍ର ପାଇବା ପରେ ବିସ୍ଥାପିତ ମାନେ ସୋମବାର ଦିନ ପୂର୍ବତନ ଜିଲ୍ଲାପରିଷଦ କିଶୋର ଚନ୍ଦ୍ର ଦଳ ବେହେରା ଙ୍କ ନେତୃତ୍ୱରେ ପ୍ରାୟ ୫୦ ଜଣ ବିସ୍ଥାପିତ ଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ସେମାନଙ୍କ ଅଭିଯୋଗ କରିଥିଲେ । ଜିଲ୍ଲାପାଳ ସମସ୍ତ ଅଭିଯୋଗ ଶୁଣି ଏହା ଉପରେ ପଦକ୍ଷେପ ନେବା ପାଇଁ ଜିଲ୍ଲା ମଣ୍ଡଳ ଭୁ- ଅର୍ଜନ ଅଧିକାରୀ ଙ୍କୁ ନିର୍ଦେଶ ଦେଇଥିବା ବେଳେ ଭୁ ଅର୍ଜନ ମଣ୍ଡଳ ଅଧିକାରୀ ବିସ୍ଥାପିତ ଙ୍କ ସମସ୍ତ ଠିକଣା ସହ ସେମାନଙ୍କ ପୂର୍ବଜମାନଙ୍କ ମୃତ୍ୟୁ ପ୍ରମାଣପତ୍ର ମାଗିଥିଲେ । ପରେ ଏହାର ତଦନ୍ତ କରାଯାଇ ଖୁବ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଭୁ ଅର୍ଜନ ଅଧିକାରୀ ବିସ୍ଥାପିତ ଙ୍କୁ ପ୍ରତିଶୃତି ଦେଇଥିଲେ ।