Odisha news

ବିଭିନ୍ନ ଦାବି ନେଇ ଜିଲ୍ଲାପାଳ ଙ୍କୁ ପତ୍ର ଲେଖିଲେ ୧୬ କାଉନସିଲର

0
ଦଶପଲ୍ଲା  : ବିଭିନ୍ନ ଦାବି ନେଇ ଜିଲ୍ଲା ପାଳଙ୍କୁ ପତ୍ର ବିନିମୟ କଲେ ଦଶପଲ୍ଲା ର ସମସ୍ତ ୧୬ କାଉନସିଲର । ଏହାସହ ସେମାନେ ସାଂସଦ,ବିଧାୟକ, ସହରାଞ୍ଚଳ ବିକାଶ ମନ୍ତ୍ରୀ ଙ୍କ ସହ ପ୍ରକଳ୍ପ ନିର୍ଦେଶକ ଙ୍କୁ ପତ୍ର ବିନିମୟ କରିଛନ୍ତି । ଏହି ଦାବି ଗୁଡିକ  ୭ଦିନ ମଧ୍ୟରେ ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି କାଉସିଲର ମାନେ ଧମକ ଦେଇଛନ୍ତି । ସୂଚନା ଯୋଗ୍ୟଯେ ଦଶପଲ୍ଲା ଏନ ଏ ସି ହେବାର ଦୀର୍ଘ ବର୍ଷ ହୋଇଯାଇଥିଲେ ମଧ୍ୟ ଦଶପଲ୍ଲା ଏନ ଏ ସି ମଧ୍ୟରେ ଯେତିକି ବିକାଶ ହେବାକଥା ହୋଇ ନାହିଁ ।  ଯାହାକୁ ନେଇ କାଉନସିଲର ମାନେ ଅଭିଯୋଗ ଆଣି ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି କାଉନସିଲର ମାନେ ଦାବି କରିଥିବା ଦାବି ଗୁଡିକ ମଧ୍ୟରେ ସ୍ଥାୟୀ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିଯୁକ୍ତି, ଦୀର୍ଘଦିନ ଧରି ଏନ ଏ ସି ରେ ଗାଦି ମାଡି ବସିଥିବା କର୍ମଚାରୀ ଙ୍କ ବଦଳି,କନିଷ୍ଠ ଯନ୍ତ୍ରୀ ଙ୍କୁ ନିଯୁକ୍ତି,ମୁକ୍ତା ଯୋଜନା କାର୍ଯ୍ୟକାରୀ କରିବା,   ୨୦ ରୁ ୨୫ କୋଟି ଗଛିତ ଥିଲେ ମଧ୍ୟ କାମ କରିଥିବା ଠିକା ଦାର ମାନଙ୍କୁ ଠିକ ସମୟ ରେ ସେମାନଙ୍କ ପ୍ରାପ୍ୟ ନ ମିଳିବା । ଖାଦ୍ୟ ସୁରକ୍ଷା ଯୋଜନାରେ ବଣ୍ଟନ ରେ ଅବ୍ୟବସ୍ଥା ଯୋଙ୍ଗୁ ଯାଇତ୍ଵ ନେଇଥିବା ଏସଏଚଜି ମହିଳା ଗ୍ରୁପ କୁ ପରିବର୍ତନ କରିବା,ସ୍ୱଚ୍ଛ ଭାରତ ଅଭିଯାନ ରେ ନିଯୁକ୍ତ ସ୍ୱଚ୍ଛସାଥି ମାନଙ୍କୁ ପରିବର୍ତନ କରାଯାଇ ନୂତନ ସ୍ୱଚ୍ଛ ସାଥି ନିଯୁକ୍ତି, ଆହାର କେନ୍ଦ୍ର ପାଇଁ ନୂତନ ଏସ ଏଚ ଜି ଗ୍ରୁପ କୁ ଦାଇତ୍ୱ,ସହ ଏନ ଏ ସି ର ସୌନ୍ଦର୍ଯ୍ୟ କରଣ ପାଇଁ ବିଭିନ୍ନ ସ୍ଥାନରେ ଟ୍ରାଫିକପୋଷ୍ଟ,ସ୍ୱାଗତ ଗେଟ, ସେଲ୍ଫି ପଏଣ୍ଟ,  ପାର୍କ, ନୂତନ ବ୍ୟାୟମଶାଳା,ଭେଣ୍ଡିଙ୍ଗ ଯୋନ,  ଜଳାଶୟ ଗୁଡିକର ସୌନ୍ଦର୍ଯ୍ୟ କରଣ, ପରିଶ୍ରାଗାର , ବସ ସ୍ଟପ, ଆଦି ଦାବି କରାଯାଇଛି ।

Leave A Reply