Odisha news

ଲଙ୍କାପୋଡି ଷଷ୍ଠ ଦିବସ ଶ୍ରୀରାମଙ୍କ ବନବାସ ଓ ଭରତ ମିଳନ

0
ଦଶପଲ୍ଲା୨୨/୪ : ଐତିହାସିକ ଲଙ୍କାପୋଡି ଯାତ୍ରା ପାଇଁ ଚଳ ଚଞ୍ଚଳ ହୋଇପଡିଛି ଦଶପଲ୍ଲା ସହର । ଅଲୋକମାଳାର ସାଜସଜା ସହ ମୁଖ୍ୟ ମଞ୍ଚରେ ଶ୍ରୀ ଶ୍ରୀ ରଘୁନାଥ ଜୀଉ ରାମଲୀଳା ନାଟ୍ୟ ସଂସଦ ର କଳାକାର ଙ୍କ ଦ୍ଵାରା ଶ୍ରୀ ରାମଲୀଳା ନାଟ୍ୟ ଅଭିନୟ ବେଶ ଚିତାକର୍ଷକ ହୋଇଛି   । ଯାତ୍ରା ର ଷଷ୍ଠ ଦିବସ ରେ ମୁଖ୍ୟ ମଞ୍ଚରେ ଶ୍ରୀରାମ ଙ୍କ ବନବାସ ଓ ଭରତ ମିଳନ ନାଟକ ମଞ୍ଚସ୍ତ ହୋଇଯାଇଛି । ଶ୍ରୀରାମ ଙ୍କ ଗଣ୍ଡା ବଦ୍ଧ ପରେ ରାଜା ଦଶରଥ ଆପଣାର ମନ୍ତ୍ରୀ ପାରିଷଦ ଙ୍କ ପରାମର୍ଶ କ୍ରମେ । ଜ୍ୟୋଷ୍ଠ ପୁତ୍ର ଶ୍ରୀ ରାମଚନ୍ଦ୍ର ଙ୍କୁ ରାଜା କରିବାର ନିଷ୍ପତି ଗ୍ରହଣ କରନ୍ତି । ମାତ୍ର ରାମଚନ୍ଦ୍ର ରାଜା ହେଲେ ଅସୁରନିଧନ ହୋଇ ପାରିବ ନାହିଁ ବୋଲି ଦେବଗଣ ବିଚାରକରି ଦାସୀ ମନ୍ଥରା ତୁଣ୍ଡରେ ଦେବୀ ସରସ୍ୱତୀ ଙ୍କୁ ବିଜେ କରାଇ ଦିଅନ୍ତି । ମନ୍ଥରା  ରାଣୀ କୈକେୟୀ ଙ୍କୁ କୁ ମନ୍ତ୍ରଣା ଦିଏ । ଫଳରେ ରାଣୀ କୈକେୟୀ ପୂର୍ବରୁ ଦେବସୁର ସମର କାଳରେ ଦଶରଥ ଙ୍କ ଠାରୁ ପାଇଥିବା ଦୁଇଟି ବର କଥା ମନେ ପକାଇଥିଲେ । ଦୁଇଟି ବର ଅନୁଯାଇ ପ୍ରଥମ ବରରେ ରାମଚନ୍ଦ୍ର ଚଉଦ ବର୍ଷ ବନବାସ ଓ ଦ୍ୱିତୀୟ ବରରେ ଭରତ ଙ୍କୁ ରାଜା କରିବା ଆଦି ଦୁଇଟି ବର କୈକେୟୀ ଦଶରଥ ଙ୍କୁ ମାଗନ୍ତି । ରାଜା ଦଶରଥ ଏ କଥାରେ ଦୁଃଖରେ ଭାଙ୍ଗି ପଡିବା ବେଳେ ନିଜେ ରାମଚନ୍ଦ୍ର ଭାଇ ଲକ୍ଷ୍ମଣ ଓ ସୀତା ଙ୍କ ସହ ପିତୃସତ୍ୟ ରକ୍ଷା ପାଇଁ ବନବାସ ଯାଆନ୍ତି। ଏଥିରେ ମ୍ରିୟମାଣ ହୋଇ ଦଶରଥ ଙ୍କ ମୃତ୍ୟୁ ହୁଏ । ପରେ  ରାମ, ଲକ୍ଷ୍ମଣ ଓ ସୀତା ଙ୍କୁ ଅଯୋଧ୍ୟା ଫେରାଇ ଆଣିବା ପାଇଁ ଭରତ ବନ କୁ ଯାଆନ୍ତି । ମାତ୍ର ରାମଚନ୍ଦ୍ର ଅଯୋଧ୍ୟା ଫେରିବାକୁ ମନାକରନ୍ତି । ଶେଷରେ ଭରତ ରାମଚନ୍ଦ୍ର ଙ୍କ ପାଦୁକା ଧରି ଫେରିଆଶାନ୍ତି ଓ ନିଜେ କାନ୍ଦି ଗ୍ରାମରେ ସନ୍ୟାସୀ ଭଳି ଅବସ୍ଥାନ କରି ପାଦୁକା ସିଂହାସନ ରେ ବସାଇ ରାଜ୍ୟ ପାଳନ୍ତି । ଏହିଭଳି ଦୃଶ୍ୟ ଦର୍ଶକ ମାନଙ୍କ ମଧ୍ୟରେ ଦୁଃଖ ର ଭାବନା ସୃଷ୍ଟି କରିଥିଲା । ଏଥିରେ ପୁତ୍ର ର ପିତୃସତ୍ୟ ଓ ଭାଇ ର ଭାତୃଭାବ ର ନିଚ୍ଛକ ନିଦର୍ଶନ ଦେଖିବାକୁ ମିଳିଥିବା ବେଳେ ମୁଖ୍ୟ ମଞ୍ଚ ନିକଟରେ ବହୁ ଜନସମାଗମ ହୋଇଥିଲା ।

Leave A Reply