Odisha news

ଫାଇଲେରିଆ ନିରାକରଣ ଅଭିଯାନ

0
 ଦଶପଲ୍ଲା  : ଗୁରବାର ଦିନ  ନୟାଗଡ଼ ଜିଲ୍ଲା ସ୍ୱାସ୍ଥ୍ୟ ସମିତି  ପକ୍ଷରୁ ସ୍ଥାନୀୟ କୁଆଁରଆ ଠାରେ ଫାଇଲେରିଆ ନିରାକରଣ ଅଭିଯାନ ସମ୍ପର୍କିତ  ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଜିଲ୍ଲା ସ୍ଵାସ୍ଥ୍ୟ ଅଧିକାରୀ ରମାକାନ୍ତ ପଣ୍ଡା,  ଡିପିଏମଓ ଡ଼ ପୁଷ୍ପା ନୀଳିମା, ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ,  ଦଶପଲ୍ଲା ଚିକିତ୍ସା ଅଧିକାରୀ ସନ୍ଦୀପ କୁମାର ସ୍ୱାଇଁଙ୍କ ସମେତ ଜିଲ୍ଲାର ବହୁ ବିରିଷ୍ଠ ଚିକିତ୍ସା ଅଧିକାରୀ ମାନେ ଉପସ୍ଥିତ ରହି ଦଶପଲ୍ଲାକୁ ଫାଇଲେରିଆ ମୁକ୍ତ୍  ପାଇଁ  ସୂଚନା ଦେଇଥିଲେ ।  ଦଶପଲ୍ଲା ବ୍ଲକ ରେ ଫାଇଲେରିଆ ବା ବାତଜ୍ୱର ନିରାକରଣ ନିମନ୍ତେ ଏକ କାଳୀନ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହା ଦୁଇ ତାରଖ ଠାରୁ ଆରମ୍ଭ ହୋଇଥିବା ବେଳେ ୧୯ ତାରିଖରେ ଏହା ଶେଷ ହେବ ।  ଏହି କାର୍ଯ୍ୟକ୍ରମରେ ଆଶାକର୍ମୀ, ଅଙ୍ଗନୱାର୍ଡ  କର୍ମୀ ଓ ସ୍ବେଛାସେବୀ ମାନେ ସାମିଲ ହୋଇଛନ୍ତି । ସମସ୍ତେ ଘରକୁ ଘର ବୁଲି ଡି ଇ ସି ବଟିକା  ସହ ଆଲବେଣ୍ଡାଜୋଲ ବଟିକା ପ୍ରଦାନ କରିବେ ।  ବୟସ
ଅନୁପାତରେ ଏହି ଔଷଧ ଖାଇବାକୁ ଦିଆଯିବ । ଏହି ଔଷଧ ଏକ ନିରାପଦ ଔଷଧ ଓ ଏହାର କୌଣସି ପାର୍ଶ୍ଵପ୍ରତିକ୍ରିୟା ନାହିଁ ବୋଲି ଉପସ୍ଥିତ ସ୍ୱାସ୍ଥ୍ୟ ଅଧିକାରୀ ମାନେ ପ୍ରକାଶ କରିଥଲେ ।  ଗର୍ଭବତୀ ମହିଳା , ୨ ବର୍ଷରୁ କମ ବୟସର ଶିଶୁ ଓ ଦୀର୍ଘ ଦିନ ଧରି ଶଯ୍ୟାଶାୟୀ ହୋଇ ଥିବା ଅସୁସ୍ଥ ବ୍ୟକ୍ତିଙ୍କୁ ଔଷଧ ସେବନ କରିବା ପାଇଁ ସମ୍ପୂର୍ଣ ବାରଣ କରା  ଜାଇଛି ।  ୨୦୦୪ ମସିହାରୁ ଜାତୀୟ ସ୍ୱାସ୍ଥ୍ୟ ମିଶନ ମାଧ୍ୟମ ରେ ଏହା  ଆରମ୍ଭ ହୋଇଥିବା ବେଳେ ୨୦୨୭ ମସିହା ସୁଦ୍ଧା ଦେଶକୁ ଫାଇଲେରିଆ ମୁକ୍ତ କରିବାକୁ ଏହା ଲକ୍ଷ ଧାର୍ଯ୍ୟ କରାଯାଇଛି । ଏଥି ସହ ଦିଲ୍ଲୀର ଏକ ସ୍ବତନ୍ତ୍ର ଟିମ ମଧ୍ୟ ସାମିଲ ଥିଲେ। ସମସ୍ତେ ଏହି ବଟିକା ସେବନ କରି ଫ୍ୟାଲେରିଆ ଓ ବାତ ଜ୍ବର ରୁ ମୁକ୍ତି ପାଇଁ ଅଧିକାରୀ ମାନେ ଏହି ସାମ୍ବାଦିକ ସମ୍ମିଳନୀ ମାଧ୍ୟମ ରେ ଆହ୍ୱାନ ଦେଇଥିଲେ ।
Nalco

Leave A Reply