Odisha news

ମଦ ବୋଝେଇ ଆଇଚର ଧକ୍କା ରେ କାବାଡ଼ିଆ ର ମୃତ

0
ଦଶପଲ୍ଲା: ଦଶପଲ୍ଲା ଥାନା ଡିହଗାଓଁ ନିକଟରେ ଏକ ମଦ ବୋଝେଇ ଟ୍ରକ ଟିଭିଏସ ଏକସେଲ ରେ ଆସୁଥିବା ଦୁଇଜଣ କାବାଡ଼ିଆ କୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ଜଣେ କାବାଡ଼ିଆ ର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଧାର କରାଯାଇ ପ୍ରଥମେ ଦଶପଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ମୃତକ ଙ୍କ ନାଁ ବସନ୍ତ ଦଳେଇ ଓ ତାଙ୍କଘର ଖଣ୍ଡପଡା ଥାନା ଅନ୍ତର୍ଗତ ବଳଭଦ୍ର ପ୍ରସାଦ ବୋଲି ପୋଲିସ ସୂତ୍ର ରୁ ଜଣା ପଡ଼ିଛି । ଗୁରୁତର ଆହତଙ୍କ ନାଁ ପ୍ରଫୁଲ୍ଲ ଦଳେଈ ଓ ତାଙ୍କ ଘର ବଳରାମ ପ୍ରସାଦ ଗ୍ରାମରେ । ଉଭୟ ସବୁଦିନ ପରି ବୁଧବାର ଦିନ ଭୋର ସମୟ ରେ ଭଙ୍ଗା ଲୁହା,ଖବର କାଗଜ, ଭଙ୍ଗା ପ୍ଲାଷ୍ଟିକ ସାମଗ୍ରୀ ସଂଗ୍ରହ ପାଇଁ ଦଶପଲ୍ଲା ଆସୁଥିବା ବେଳେ ଗଣିଆ ଅଭିମୁଖେ ଯାଉଥିବା ମଦ ବୋଝେଇ ଆଇଚର ଧକ୍କା ଦେଇଥିଲା । ଏହି ଘଟଣା ରେ ପୋଲିସ ଏକ ମାମଲା ରୁଜୁ କରି  ବସନ୍ତ ର ଶବ କୁ ଜବତ କରି ବ୍ୟବଚ୍ଛେଦ କରିଥିବା ବେଳେ ଗାଡିକୁ ଜବତ କରିଛି ।  ପୋଲିସ ଟ୍ରକ ଡ୍ରାଇଭର ଓ ହେଲ୍ପର କୁ ଗିରଫ କରି ଥାନାରେ ଅଟକ ରଖିଛି । ଉଭୟ ମଦ ପିଥିବା ପ୍ରାଥମିକ ତଦନ୍ତ ରୁ ଜଣାପଡିଛି । ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଚାପା ଉତେଜନା ଦେଖା ଦେଇଥିଲା ।
Nalco

Leave A Reply