Odisha news

ନା ବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା : ଅଭିଯୁକ୍ତ ଙ୍କୁ ଆଜୀବନ କାରାଦଣ୍ଡ ।

0
ଦଶପଲ୍ଲା ୧୨/୯ : ଜଣେ ନାବାଳିକା କୁ ଅପହରଣ ଓ ଦୁଷ୍କର୍ମ କରିବା ଅଭିଯୋଗ ର ବିଚାର କରି ନୟାଗଡ ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପୋକ୍ସ କୋର୍ଟ ବିଚାରପତି ଶ୍ରୀଯୁକ୍ତ ନିରଞ୍ଜନ ପଣ୍ଡା ଅଭିଯୁକ୍ତ ଙ୍କୁ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରିଥିବା ବେଳେ ପିଡ଼ିତା ଙ୍କୁ ୭ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଙ୍କୁ ନିର୍ଦେଶ ଦେଇଛନ୍ତି । ସୂଚନା ଯୋଗ୍ୟଯେ, ୨୦୨୨ ମସିହା ମଇ ମାସ ୧୦ ତାରିଖ ଦିନ ବାଣୀଗୋଛା ଥାନା ତାକୁଡ଼ା ଗ୍ରାମର ରଞ୍ଜିତ ପ୍ରଧାନ ସପରିବାର ସହ ସୁନାରୀପଦର ସ୍ଥିତ ତାଙ୍କ ସାଳି ବାହାଘର କୁ ଯାଇଥିଲେ । ରାତି ପ୍ରାୟ ୧୧.୩୦ ମିନିଟ ସମୟ ରେ ବରଯାତ୍ରୀ ର ପ୍ରସେସନ ରେ ସମସ୍ତେ ନିମଗ୍ନ ଥିବା ବେଳେ ରଞ୍ଜନ ଙ୍କ ନା ବାଳିକା ଝିଅ ଟି ପରିଶ୍ରା କରିବା ପାଇଁ ଘର ବାରିପଟକୁ ଯାଇଥିଲେ ଏହି ସମୟରେ ବାହାଘରରେ ଆସିଥିବା ଦୁଇଜଣ ବାଦ୍ୟକାର ବୌଦ୍ଧ ଜିଲ୍ଲା ହାରଭଙ୍ଗା ଥାନା ଅନ୍ତର୍ଗତ ଅରଖପଦର ଗ୍ରାମର ଶ୍ରୀକାନ୍ତ ନାୟକ ଓ ବାଣୀଗୋଛା ଥାନା ଅନ୍ତର୍ଗତ ଜାମୁସାହି ଗ୍ରାମର ଶନ୍ତିପନି ବେହେରା ଓରଫ ଟୁନା ବେହେରା ନା ବାଳିକା ଙ୍କୁ ବାରିପଛପଟୁ ଅପହରଣ କରି ନିକଟସ୍ଥ ଏକ ଖୋଲା ପଡିଆ କୁ ନେଇ ଦୁଷ୍କର୍ମ କରିଥିଲେ । ପରେ ନାବାଳିକା ଜଣକ ସେଠାରୁ ଆସି ଘଟଣା ସମ୍ପର୍କରେ ତାଙ୍କ ମା ଙ୍କୁ କହିବା ପରେ ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ବାଣୀଗୋଛା ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇ ଚିକିଛା କରାଇବା ସହ ୧୧ ତାରିଖ ଦିନ ବାଣୀଗୋଛା ଥାନାରେ ରଞ୍ଜିତ ପ୍ରଧାନ ଅଭିଯୋଗ କରିଥିଲେ । ଅଭିଯୋଗ କୁ ଭିତି କରି ପୋଲିସ ୪୭/୨୦୨୨ ରେ ଏକ  ମୋକଦମ୍ମା ରୁଜୁ କରି ତଦନ୍ତ କରିଥିବା ବେଳେ ବର୍ତମାନର ଦଶପଲ୍ଲା ଥାନା ଆଇ ଆଇ ସି  ଓ ସେ ସମୟ ରେ  ବାଣୀଗୋଛା ଥାନା ଆଇ ଆଇ ସି ଭାବେ କାର୍ଯ୍ୟ କରିଥିବା ମୁକେଶ ବେହେରା ଏହାର ତଦନ୍ତ କରି ଘଟଣାରେ ସଂପୃକ୍ତ ଶ୍ରୀକାନ୍ତ ନାୟକ ଓ ଶାନ୍ତିପାଣି ଓରଫ ଟୁନା ବେହେରା ଙ୍କୁ  ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଏହାର ତଦନ୍ତ କରି ତଦନ୍ତକାରୀ ଅଫିସର  ଶ୍ରୀଯୁକ୍ତ ବେହେରା ୨୦୨୨ ମସିହା ଜୁଲାଇ ୧୫ ତାରିଖ ରେ ଶ୍ରୀକାନ୍ତ ଓ ଟୁନା ବିରୋଧ ରେ କୋର୍ଟ ରେ ଚାର୍ଜସିଟ ଦାଖଲ କରିଥିଲେ । ପରେ ଏହି ଘଟଣାର ବିଚାର କରି ଓ ନାବାଳିକା ଙ୍କ ସହ ୧୮ ଜଣ ସାକ୍ଷୀ ଙ୍କ ବୟାନ କୁ ଭିତ୍ତିକରି ବିଚାରପତି ଶ୍ରୀଯୁକ୍ତ ନିରଞ୍ଜନ ପଣ୍ଡା ଅଭିଯୁକ୍ତ ଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।
Nalco

Leave A Reply