Odisha news

ସରିଗଣ୍ଡା ରେ ଚୋରି ଚୋର ନେଇଗଲା ଟଙ୍କା ଓ ସୁନା ଗହଣା

0

ଦଶପଲ୍ଲା ୩୦/୩  : ଦଶପଲ୍ଲା ଥାନା ସରିଗଣ୍ଡା ଗ୍ରାମର ପଙ୍କଜ ବେହେରା ଙ୍କ ଘରେ କଳା କନା ବୁଲାଇଛନ୍ତି ଚୋର । ବୁଧବାର ରାତିରେ ପଙ୍କଜ ଙ୍କ ପରିବାର ଦଣ୍ଡ ଠାକୁର ଦେଖି ବିଳମ୍ବିତ ରାତିରେ ଘରେ ସୋଇପଡିଥିବା ବେଳେ ଏହାର ସୁଯୋଗ ନେଇ ଚୋରମାନେ ବାରିପଟ ଘର ଲକ୍ ଭାଙ୍ଗି ଘରେ ପ୍ରବେଶ କରିଥିଲେ । ପରେ ଗୋଟିଏ ପରେ ଗୋଟିଏ ଘରେ କଳା କନା ବୁଲାଇ ଚାଲିଥିଲେ । ଘରେ ଥିବା ସିନ୍ଦୁକ,ଆଲମାରୀ ଭାଙ୍ଗି ଚୋରା ମାନେ ଗୋଟିଏ ସୁନାହାର,ଦୁଇଟି ସୁନା ଚେନ୍,ଦୁଇଟି ସୁନା ଝରା, ଧାନ ବିକ୍ରି କରି ଘରେ ରଖିଥିବା ନଗଦ ୩୦ ହଜାର ଟଙ୍କା ଚୋରି କରି ନେଇଛନ୍ତି ଚୋର । ଏପରିକି ଚୋର ମାନେ ପଙ୍କଜ ଓ ତାଙ୍କ ସ୍ତ୍ରୀ ସୋଇଥିବା ଘରୁ ଏହି ଟଙ୍କା ଓ ସୁନା ଗହଣା ଚୋରି କରି ନେଇଥିଲେ । ପଙ୍କଜ ଙ୍କ ସ୍ତ୍ରୀ ଖଡ ଖଡ ଶବ୍ଦ ଶୁଣି ଉଠୀଯିବାରୁ ଚୋର ମାନେ ଦୌଡ଼ି ପଳାଇଥିଲେ । ଏହି ଘଟଣା ରେ ପଙ୍କଜ ଦଶପଲ୍ଲା ଥାନାରେ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ ଏକ ମୋକଦ୍ଦମା କରାଯାଇ ତଦନ୍ତ ଜାରି ରଖିଛି । ଚୋର ମାନେ ନିକଟସ୍ଥ ଗ୍ରାମର ହୋଇଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି ।

Leave A Reply