Odisha news

ହତ୍ୟାକାରୀକୁ ଗିରଫ କରିବା ଓ ମୃତ ପାଲର ପରିବାରକୁ ୧୦ଲକ୍ଷ ଟଙ୍କା କ୍ଷତିପୁରଣ ଦେବା ଦାବିରେ ଶତାଧିକ ଆଦିବାସୀଙ୍କ କଳିଙ୍ଗନଗର ଥାନା ଥାନା ଘେରେଉ

0

ଦାନଗଦୀ- ପାଲ ହତ୍ୟାକରୀକୁ ତୁରନ୍ତ ଗିରଫ କରିବା ଦାବିରେ ଆଜି ଶତାଧିକ ଆଦିବାସୀ ମହିଳା ଓ ପୁରୁଷ ମାନେ କଳିଙ୍ଗନଗର ଥାନା ଘେରାଉ କରିଥିଲେ । ଘଟଣାକୁ ଦିର୍ଘ ୧୫ ଦିନ ବିତି ଯାଇଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ପୋଲିସ ବିଫଳ ହୋଇଛି ବୋଲି ସେମାନେ ଥାନାଧିକାରୀଙ୍କୁ ଦାୟୀ କରି ବିଭିନ୍ନ ଶ୍ଲୋଗାନ ମାନ ଦେଇଥିଲେ । କଳିଙ୍ଗନଗର ଥାନା ଅର୍ନ୍ତଗତ ସଂସାଇଲୋ ପଞ୍ଝାୟତର ପଣସପାଳ ଗ୍ରାମର ଜଣେ ଆଦିବାସୀ ଯୁବତୀ ପାଲ ଜାରିକା ମକରମେଳା ଦେଖି ଘରକୁ ଫେରୁଥିବା ସମୟରେ ତାଙ୍କୁ ୪ଜଣ ଦୁର୍ବୁତ ଦୁଷ୍କର୍ମ କରି ହତ୍ୟା କରିଥିବା କଳିଙ୍ଗନଗର ଥାନାରେ ଅଭିଯୋଗ ହୋଇଥିଲା । ଗତ ତା୧୫/୦୧/୨୦ରିଖ ଦିନ ଝୁମ୍ପାଣ ଠାରେ ଅନୁଷ୍ଟିତ ହେଉଥିବା ମକର ମେଳା କୁ ପଣସପାଳ ଅଂଚଳର ଯୁବତୀ ପାଲ ଜାରିକା ନିଜ ଭାଉଜଙ୍କ ସହିତ ମେଳା ଦେଖି ଯାଇଥିଲେ । ମେଳା ଦେଖି ଘରକୁ ଫେରୁଥିବା ସମୟ ରେ ୪ଜଣ ଦୁର୍ବୁତ ତାଙ୍କୁ ଘରେ ଛାଡିଦେବା କୁ କହି ନିକଟରେ ଥିବା ଏକ ଜଙ୍ଗଲ ଭିତରକୁ ନେଇଥିଲେ । ସେଠାରେ ତାଙ୍କୁ ଗଣ ଦୁଷ୍କର୍ମ କରିବା ସହିତ ଜିବନରୁ ମାରିଦେଇ ଏକ ପଳାସ ଗଛରେ ଟାଙ୍ଗି ଦେଇ ଏହାକୁ ଏକ ଆତ୍ମହତ୍ୟାର ରୁପ ଦେଇଥିଲେ । ପରଦିନ ଜଙ୍ଗଲରେ ଝୁଲନ୍ତା ଶବ ଦେଖି ଗାଇ ଚରାଳି ମାନେ କଳିଙ୍ଗନଗର ଥାନାକୁ ଜଣାଇଥିଲେ । ପୋଲିସ ସେଠାରେ ପହଂଚି ମୃତ ଯୁବତୀର ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ଦାନଗଦୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ ଏହା ସହିତ ୮/୨୦ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତରେ ସୁକିନ୍ଦା ଥାନା ହାତିମୁଣ୍ଡା ଗ୍ରାମର ରମେଶ ବାଲମୁଛକୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୩ ଜଣଙ୍କୁ ଥାନାରେ ଅଟକ ରଖାଯାଇଥିବା ସୁଚନା ମିଳିଛି । କିନ୍ତୁ ରମେଶଙ୍କ ବୟାନ ମୁତାବକ ମୁଖ୍ୟ ଅଭିଯୁକ୍ତ ବୋଲାଉଥିବା ଅଭିଯୁକ୍ତକୁ ଏପର୍ଯ୍ୟନ୍ତ ପୋଲିସ ଧରିପାରି ନଥିବା ବେଳେ ଆଜି (ଶନିବାର) ମହିଳା ଏସ୍ଏସ୍ଜି ଗ୍ରୁଫ, ହୋ ଛାତ୍ର ସଙ୍ଗଠନ,ଓ ସ୍ଥାନୀୟ ବୁଦ୍ଧିଜିବି ମାନେ ଡୁବୁରୀ ଛକରୁ ଏକ ସୋଭା ଯାତ୍ରାରେ ଆସି କଳିଙ୍ଗନଗର ଥାନା ଘେରାଉ କରିଥିଲେ । ଏହି ଘେରାଉରେ ତୁରାମ ପୁର୍ତି, ଚକ୍ରଧର ଜାରିକା , ସୁମିତ୍ରା ଅଙ୍ଗରାଇ , ଲତା ଟିୟୁ, ଲଛମନ ବାଲମୁଛ ସୁକିନ୍ଦା ବିଜେପି ବ୍ଲକ ସଭାପତି ପୁଷ୍ପକ ମହାପାତ୍ର ,ସିନି ସଏ,ଓ ସୁକୁମାରୀ ମୁଣ୍ଡା ସମେତ ପ୍ରାୟ ୨ଶହରୁ ଉର୍ଦ୍ଧ ଆଦିବାସୀ ମହିଳା ଏହି ଘେରେଉରେ ସାମିଲ ହୋଇଥିଲେ । ସେମାନେ ଦାବି କରିଥିଲେ କି ଶିଘ୍ର ଅଭିଯୁକ୍ତଙ୍କୁ ଗିରଫ କରି କଠୋର ଦଣ୍ଡ ଦେବା ସହିତ ମୃତଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା କ୍ଷତି ପୁରଣ ପ୍ରଦାନ କରାଯାଉ । କଳିଙ୍ଗନଗର ଥାନାଧିକାରୀ ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ ଅଭିଯୁକ୍ତଙ୍କୁ ଶିଘ୍ର ଗିରଫ କରାଯିବ ବୋଲି ପ୍ରତିଶୃତି ଦେବାରୁ ଆନେ୍ଦାଳନକାରୀ ମାନେ ଅନେ୍ଦାଳନ ପ୍ରତ୍ୟାହାର କରିଥିଲେ ।

Leave A Reply