Odisha news

କଳିଙ୍ଗନଗର ଶିଳ୍ପାଞ୍ଚଳ ପ୍ରଦୂଷଣ ବିରୋଧୀ ଜନମଞ୍ଚ ର ରଣ ହୁଙ୍କାର,  ନୀଳାଚଳ କାରଖାନାରେ ଦଶ ଗୁଣ ଅଧିକ ଉତ୍ପାଦନ ହେଲେ ଚାରିପାଖରେ ଥିବା ପଂଚାୟତର ଲୋକମାନେ ବଞ୍ଚିବେ ତ ? ଜନ ଶୁଣାଣି ବନ୍ଦ ପାଇଁ ଦେଲେ ଚେତାବନୀ 

0
ଦାନଗଦୀ :  କଳିଙ୍ଗନଗର ଶିଳ୍ପାଞ୍ଚଳରେ ସାଧାରଣ ଲୋକଙ୍କ ସ୍ୱାର୍ଥ ପାଇଁ ଗଢି ଉଠିଥିବା କଳିଙ୍ଗନଗର ଶିଳ୍ପାଞ୍ଚଳ ପ୍ରଦୂଷଣ ବିରୋଧୀ ସଂଗଠନ ନୀଳାଚଳ କାରଖାନା ସମ୍ପ୍ରସାରଣ କୁ ନେଇ ରଣହୁଙ୍କାର ଦେଇଛି,ସୁକିନ୍ଦା ବ୍ଲକ ରେ ହୋଇଥିବା ଜନ ଶୁଣାଣୀ ରେ ଟାଟା ଅଧିଗ୍ରହଣ କରିଥିବା ନୀଳାଚଳ କାରଖାନା ର ସମ୍ପ୍ରସାରଣ ପାଇଁ 29.11.24 ରେ ହେବାକୁ ଥିବା ଜନ ଶୁଣାଣୀ କୁ ବନ୍ଦ କରିବା ପାଇଁ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ଦେଇଥିଲେ, ଯାହା ଦ୍ୱାରା ଜନ ଶୁଣାଣି ଉକ୍ତ ତାରିଖ ରେ ନ ହେବା ପାଇଁ ବାତିଲ ହୋଇଛି.  ସଙ୍ଘ ଜିଲ୍ଲାପାଳଙ୍କୁ ଧନ୍ୟବାଦ ଦେଇଛନ୍ତି,ସଙ୍ଘଠନ ର ଅଭିଯୋଗ ହେଲା ନୀଳାଚଳ କାରଖାନା 1992 ମସିହାରେ 2500 ଏକର  ଜମିରେ 0.981 ଏମ. ଟି. ପି. ଏ. କ୍ଷମତା ବିଶିଷ୍ଟ କାରଖାନା ପ୍ରତିଷ୍ଠା କଲା, ସେତେବେଳେ କାରଖାନା ଚାରିପାଖରେ ଥିବା ଡ଼ୁବୁରୀ, ବାରଗଡିଆ, ସାରଙ୍ଗପୁର, ଓଲ୍ଲଳ, ରଣାଗୁଣ୍ଡି, ନଡ଼ିଆଭଙ୍ଗା ପଂଚାୟତର ଅଧିବାସୀ ମାନେ କ୍ଷତିଗ୍ରସ୍ତ, ବିସ୍ଥାପିତ ହୋଇଥିଲେ, ସେତେବେଳେ ଏହି ଅଞ୍ଚଳବାସୀ ଙ୍କୁ ଯେଉଁ ପ୍ରତିଶୃତି ଦିଆ ଯାଇଥିଲା ତାହା ଏବେସୁଦ୍ଧା ପାଳନ ହୋଇନାହିଁ, ସେତେବେଳେ କୁହାଯାଇଥିଲା କାରଖାନା ଚାରିପାଖରେ ଏକ ଗ୍ରୀନ କରିଡର ତିଆରି ହେବ, ଏହି କାରଖାନା ପାଇଁ ଯେତିକି ଗଛ ନଷ୍ଟ ହେବ ତାର ଚାରି ଗୁଣ ବୃକ୍ଷ ପ୍ରଭାବିତ ଗ୍ରାମ ଗୁଡିକରେ ରୋପଣ ହୋଇ ଜଙ୍ଗଲ ସୃଷ୍ଟି ହେବ, କାରଖାନା ଦ୍ୱାରା ପାର୍ଶ୍ଵବର୍ତ୍ତୀ ଗାଁ ଗୁଡିକରେ ଜମି, ଜଙ୍ଗଲ,ପାନୀୟ ଜଳ ଉତ୍ସ ପ୍ରଭାବିତ ହେବ ନାହଁ ବୋଲି ପ୍ରତିଶୃତି ଦିଆଯାଇଥିଲା, ଶବ୍ଦ ପ୍ରଦୂଷଣ ହେବ ନାହଁ ଓ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ, ଏବଂ ଏହି କାରଖାନା ଏକ ଗ୍ରୀନ ପ୍ରୋଜେକ୍ଟ ହେବ କହି ଥିଲେ, ଆଜି ପ୍ରଯ୍ୟନ୍ତ ନୀଳାଚଳ ଇସ୍ପାତ ଗୋଟେ ମଧ୍ୟ ପ୍ରତିଶୃତି ପାଳନ କରିନାହଁ, ଏତିକି କ୍ଷମତା ବିଶିଷ୍ଟ କାରଖାନା ରୁ ବାହାରୁ ଥିବା ବିଷାକ୍ତ ଧୂଆଁ, ଧୂଳି, ଗ୍ୟାସ, ବର୍ଜ୍ୟଜଳ ଗଣ୍ଡାନାଳ କୁ ସିଧା ଛାଡି ଦେବା ଫଳରେ ଚାଷଜମିରେ ଫସଲ ନଷ୍ଟ ହେଉଛି, ଉପରୋକ୍ତ ପଂଚାୟତର ବାସିନ୍ଦାମାନେ କୀଡୀନି, ଯକ୍ଷମା, ଶ୍ୱାସ, ଭଳି ରୋଗରେ ପୀଡିତ ହୋଇ ମୃତ୍ୟୁ ବରଣ କରୁଛନ୍ତି, କାରଖାନାରେ ସ୍ଥାନୀୟ ଅଞ୍ଚଳରୁ ନିଯୁକ୍ତି ଦେଲେ ନାହଁ, ଖାଲି ମିଥ୍ୟା ପ୍ରତିଶୃତି ଦେଇ କୋଟି କୋଟି ଟଙ୍କାର ଜମି କୁ ଶାଗମୁଗ ମୂଲ୍ୟରେ ନେଇଗଲେ, ପ୍ରତିବଦଳରେ ଅକାଳ ମୃତ୍ୟୁ, ପ୍ରଦୂଷଣ, ବେକାରୀ, ଜୀବନ ଜୀବିକା ହରାଇ ଜୀବନ ଦୁର୍ବିସହ ହୋଇଯାଇଛି, ଏକର ଏକର   ଲୋକଙ୍କ ପୁରୁଣା ଜଙ୍ଗଲ ଥିବା ଜମିକୁ ନୀଳାଚଳ ଜବରଦସ୍ତ ଦଖଲ କରିଛି, ନୀଳାଚଳ ଅଧିଗ୍ରହଣ କରିଥିବା 2500 ଏକର ଜମିରେ ପ୍ରାୟ 80 % ଜମି ଜଙ୍ଗଲରେ ପରିପୂର୍ଣ୍ଣ ସେହି ଜଙ୍ଗଲ ରେ ବନ୍ୟପ୍ରାଣୀ ବାସ କରୁଛନ୍ତି ଯଦି ନିଜର ଉତ୍ପାଦନ କ୍ଷମତା ବୃଦ୍ଧି କରାଯିବ ତାହା ଭିତରେ ଥିବା ଜଙ୍ଗଲ ବନ୍ୟ ପ୍ରାଣୀ ରହିବେ ତ?
ନୀଳାଚଳ କାରଖାନା ପ୍ରତିଶୃତି ଦେବକୀ ଗୋଟେ ହେଲେ ଆଉ ଗଛ କଟାଯିବ ନାହଁ? ଯେତିକି କ୍ଷମତା ବିଶିଷ୍ଟ କାରଖାନା ଉତ୍ପାଦନ ହେଉଛି ଆଉ ଦଶ ଗୁଣ ଉତ୍ପାଦନ କ୍ଷମତା ବଢିଲେ କାରଖାନା ଚାରିପାଖରେ ଥିବା ଲୋକ ମାନେ ଶିଶୁ ମାନେ ବଞ୍ଚିବେ ତ? ଜଙ୍ଗଲ ଜମି ର ପରିବର୍ତନ ପାଇଁ ଭାରତ ସରକାରଙ୍କର ଜଙ୍ଗଲ ମନ୍ତ୍ରାଳୟ ଯେଉଁ ସର୍ତ୍ତ ରଖିଥିଲା ତାହା ନୀଳାଚଳ କାରଖାନା ବିଗତ ଦିନରେ ପାଳନ କରିନାହିଁ, ଶିଳ୍ପ ପ୍ରଭାବିତ ଗାଁ ପାଖରେ ଜନ ଶୁଣାଣୀ ନ ହୋଇ 16 କିଲୋମିଟର ଦୂର ପଙ୍କପାଳ ରେ କାହିଁକି ହେଉଛି?ପ୍ରଥମେ ନୀଳାଚଳ କର୍ତ୍ତୃପକ୍ଷ ଏସବୁର ଉତ୍ତର ରଖନ୍ତୁ ତା ପରେ ସମ୍ପ୍ରସାରଣ ପାଇଁ ଜନ ଶୁଣାଣି କରନ୍ତୁ, ଆମେ ଶିଳ୍ପାୟନକୁ ବିରୋଧ କରୁନାହଁ ଶିଳ୍ପନୀତିକୁ ବିରୋଧ କରୁଛୁ, ତେଣୁ ଏ ସମ୍ପ୍ରସାରଣ ର ଜନ ଶୁଣାଣି କୁ ବିରୋଧ କରି କଳିଙ୍ଗନଗର ଶିଳ୍ପାଞ୍ଚଳ ପ୍ରଦୂଷଣ ବିରୋଧୀ ସଂଗଠନ,  ସଦସ୍ୟ ସଚିବ ରାଜ୍ୟ ପ୍ରଦୂଷଣ ନିୟତ୍ରଣ ବୋର୍ଡ,ରାଜ୍ୟ ସରକାରଙ୍କର ଜଙ୍ଗଲ ଓ ପରିବେଶ ପାଣିପାଗ ମନ୍ତ୍ରୀ ଓ ସଚିବ, ଭାରତ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ନିର୍ଦ୍ଧେଶକ, ଜିଲ୍ଲାପାଳ ଯାଜପୁର, ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗନଗର ଙ୍କୁ ଏ ସବୁ ବିଷୟରେ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି, ଯଦି ଏସବୁ ବିଷୟ ପ୍ରତି ଦୃଷ୍ଟି ଦିଆ ନ ଯାଇ ଆଗାମୀ ଦିନରେ ଜନ ଶୁଣାଣୀ ହୁଏ, ତାହେଲେ ସଙ୍ଘଠନ ଦୁର୍ବାର ଆନ୍ଦୋଳନ କରିବା ସହ ରାଜରାସ୍ତାକୁ ଓଲ୍ଲାଇ ବାକୁ ପଛାଇବ ନାହଁ ବୋଲି ଏକ ପ୍ରେସ ବିବୃତି ରେ ଚେତାବନୀ ଦେଇଛନ୍ତି, ଏହି ପ୍ରେସମିଟ ରେ କଳିଙ୍ଗନଗର ଶିଳ୍ପାଞ୍ଚଳପ୍ରଦୂଷଣ ବିରୋଧୀ ସଙ୍ଘଠନର ମୃତ୍ୟୁଞ୍ଜୟ ଦେଓ, ଜୟ ପ୍ରକାଶ ସାହୁ, ଶରତ ଚନ୍ଦ୍ର ସାହୁ, ଅର୍ଜୁନ ସିଂ ପୂର୍ତ୍ତୀ, ପୂର୍ଣ୍ଣଚନ୍ଦ୍ର ଜେନା, ସିଦ୍ଧେଶ୍ୱର ସଏ, ସୁଦର୍ଶନ ମଲ୍ଲିକ, ତୁଷାର ରଞ୍ଜନ ଜେନା, ପାଣ୍ଡୁ ସିଂ ଖୁଣ୍ଟିଆ, ବିଶ୍ୱଜିତ ଜେନା,ସୁଶାନ୍ତ ମଲ୍ଲିକ ପ୍ରମୁଖଙ୍କ ସହ 50 ରୁ ଉର୍ଦ୍ଧ ସଙ୍ଘଠନ ଭାଇ ମାନେ  ଉପସ୍ଥିତ ଥିଲେ

Leave A Reply