ତିହିଡି, ୨୨/୧୦(ଯଦୁମଣି ପାଣିଗ୍ରାହୀ): ଆସନ୍ନ ବାତ୍ୟା “ଦାନା” ମୁକାବିଲା ନିମନ୍ତେ ତିହିଡି ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ମଙ୍ଗଳବାର ପୂର୍ବାହ୍ନରେ ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଡିଓ ଜ୍ୟୋତିର୍ମୟ କରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ବୈଠକରେ ତହସିଲଦାର ଜୟଦ୍ରଥ ଆ·ର୍ଯ୍ୟ, ଅତିରିକ୍ତ ବିଡିଓ ମାନସ କୁମାର ଜେନା, ଜନପ୍ରତିନିଧି, ନୋଡାଲ ଏନଜିଓ ରଞ୍ଜୁଲତା ଗାହାଣ ଓ ସମସ୍ତ ବିଭାଗୀୟ ପଦାଧିକାରୀ ଉପସ୍ଥିତ ଥିଲେ । ବ୍ଲକରେ ଥିବା ସମସ୍ତ ବାତ୍ୟାଶ୍ରୟ ଏବଂ ବନ୍ୟାଶ୍ରୟ ସ୍ଥଳୀକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ସେଗୁଡ଼ିକରେ ଉପଲବ୍ଧ ଥିବା ପାନୀୟ ଜଳ ଯୋଗାଣ, ଶୌଚାଳୟ, ଜେନେରେଟର, ଲାଇଟ୍, ଯାନ୍ତ୍ରିକ କଟର, ପରିଷ୍କାର ପରିଚ୍ଛନ୍ନତା ଏବଂ ଆନୁସଙ୍ଗିକ ସମସ୍ତ ଉପକରଣ ସଚଳ ଅବସ୍ଥାରେ ରଖିବା ପାଇଁ ନିଦେ୍ର୍ଦଶ ପ୍ରଦାନ କରାଯାଇଛି । ଆବଶ୍ୟକ ହେଲେ ନିରାପଦ ସ୍କୁଲ ଗୁଡ଼ିକୁ ମଧ୍ୟ ଆଶ୍ରୟ ସ୍ଥଳୀ ରୂପେ ଚିହ୍ନଟ କରିବାକୁ କୁହାଯାଇଛି । ବାତ୍ୟା, ବନ୍ୟା ପ୍ରବଣ ତଥା ତଳିଆ ଜଳମଗ୍ନ ହେଉଥିବା ଅଞ୍ଚକୁ ଚିହ୍ନଟ କରି ଆବଶ୍ୟକ ମୁତାବକ ସଂପୃକ୍ତ ଅଞ୍ଚଳରୁ ଲୋକ ମାନଙ୍କୁ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯିବା ନେଇ ସେମାନଙ୍କୁ ସଚେତନ କରାଯିବ । ଆଶ୍ରୟ ସ୍ଥଳୀରେ ଶୁଖୁଲା ଖାଦ୍ୟ, ରନ୍ଧା ଖାଦ୍ୟ ପାଇଁ ଆବଶ୍ୟକ ଉପକରଣ, ଔଷଧ, ଶିଶୁ ଖାଦ୍ୟ ଆଦି ମହଜୁଦ ରଖିବା ପାଇଁ ପରାମର୍ଶ ଦିଆଯାଇଛି । ବ୍ଲକର ମୋଟ୍ ୧୦ଟି ଯନ୍ତ୍ର ·ଳିତ ଡଙ୍ଗା ପ୍ରସ୍ତୁତ ରଖାଯାଇଛି । ୨୨ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟାର ଗତିପଥ ସମ୍ବନ୍ଧରେ ସ୍ପଷ୍ଟ ଚିତ୍ର ମିଳିପାରେ ବୋଲି ଆଶା କରାଯାଉଛି । ତେବେ ୨୩ ଏବଂ ୨୪ ତାରିଖ ବେଳକୁ ବର୍ଷାର ପରିମାଣକୁ ଲକ୍ଷ୍ୟକରି ଏହାର ମୁକାବିଲା କରାଯିବ ବୋଲି କୁହାଯାଇଛି ।