ପ୍ରତ୍ୟେକ କାର୍ଯ୍ୟର ନକାରାତ୍ମକ ଓ ସକାରାତ୍ମକ ପ୍ରଭାବ ଆମ ଶରୀର ଉପରେ ରହିଥାଏ, ପୂର୍ବରୁ ଲୋକେ ଅଧିକ ପରିଶ୍ରମୀ ଥିଲେ , ଯେପରିକି ପାଦରେ ଚାଲିବା ଓ ସାଇକିଲିଂ କରିବା ଇତ୍ୟାଦି l କିନ୍ତୁ ଆଜିକାଲି ସାଇକିଲିଂ କରିବାର ବହୁତ କମ ଲୋକଙ୍କୁ ଦେଖିବାକୁ ମିଳୁଛି, ସମସ୍ତେ ପ୍ରାୟ ଗାଡି ରେ ଯିବାକୁ ଅଧିକ ପସନ୍ଦ କରୁଛନ୍ତି l
ଆଜିର ବ୍ୟସ୍ତ ବହୁଳ ଜୀବନ ରେ ଆମେ ଜିମ ଜଏନ କରି ନିଜକୁ ଫିଟ ରଖିବାକୁ ଚେଷ୍ଟା କରୀ ନିଜକୁ ଫିଟ ରଖୁଛୁ, ଏବଂ ଏଥିପାଇଁ ପଇସା ମଧ୍ୟ ଖର୍ଚ୍ଚ କରୁଚୁ l କିନ୍ତୁ ପୂର୍ବରୁ ଲୋକଙ୍କୁ ସୁସ୍ଥ ରଖିବା ପାଇଁ କୌଣସି ପଇସା ଖର୍ଚ୍ଚ କରିବାକୁ ପଡୁ ନଥିଲା, ସେତେବେଳେ ପ୍ରାୟ ସମସ୍ତେ ସାଇକିଲିଂ କୁ ନିଜ ଦୈନନ୍ଦିନ ରୁଟିନ ରେ ସାମିଲ କରିଥିଲେ l ସାଇକିଲିଂ କେବଳ ବଡି କୁ ଫିଟ ରଖିନଥାଏ ମେଣ୍ଟାଲ ହେଲ୍ଥ କୁ ମଧ୍ୟ ସୁସ୍ଥ ରଖିଥାଏ l
ସାଇକେଲ ଚଳାଇବାର ଲାଭ –
* ଯଦି ଆପଣ ନିଜର ଓଜନ କମ କରିବାକୁ ଚାହୁଁଛନ୍ତି ତେବେ ସାଇକେଲ ଗୋଟିଏ ଭଲ ମାଧ୍ୟମ, ଏହା ଶରୀରର ଏକ୍ସଟ୍ରା କ୍ୟାଲୋରୀ କୁ ବର୍ନ କରିଥାଏ, ଏବଂ ମେଟାବୋଲିଯିମ ବୃଦ୍ଧି କରିଥାଏ, ନିୟମିତ ସାଇକିଲିଂ କରିବା ଦ୍ୱାରା ଶରୀର ରୁ ଚର୍ବି ହ୍ରାସ ହୋଇଥାଏ ଏବଂ ଫିଟନେସ ବୃଦ୍ଧି ହୋଇଥାଏ l
* ସାଇକେଲ ଚଲାଇବା ହାର୍ଟ ପାଇଁ ଖୁବ ହିତକର, ଏହା ଆମ ହାର୍ଟ ରେ ବ୍ଲଡ଼ ଶେର୍କୁଲେସନ ଭଲରେ କରିଥାଏ, କୋଲେଷ୍ଟ୍ରଲ ଲେବୁଲ ନିୟନ୍ତ୍ରିତ ହୋଇଥାଏ, ଉଚ୍ଚ ରକ୍ତଚାପ ସମସ୍ୟା ଦୂର ହୋଇଥାଏ l ହୃଦ ଘାତ ସମସ୍ୟା ହ୍ରାସ ହୋଇଥାଏ l
* ସାଇକେଲ ନିୟମିତ ଚଳାଇବା ଦ୍ୱାରା ପାଦ, ଗୋଡ଼ର ଜଏଣ୍ଟ, ପିଠି ର ମାଂସପେଶୀ ମଜବୁତ ହୋଇଥାଏ l ଏହା ଆଣ୍ଠୁ ଗଣ୍ଠି ପ୍ରଭୃତି ପାଇଁ ଖୁବ ହିତକର l କାହିଁକି ନ ଏହା ଗୋଟିଏ ଲୋ-ଇମ୍ପ୍ୟାକ୍ତ ଏକ୍ସରସାଇଜ ତେଣୁ ଆଣ୍ଠୁ ଉପରେ ଅଧିକ ପ୍ରଭାବ ପଡେ ନାହିଁ l
* ସାଇକେଲ ନିୟମିତ ଚଳାଇବା ଦ୍ୱାରା କେବଳ ଶରୀର କୁ ଲାଭ ମିଳେ ନାହିଁ, ଏହା ମସ୍ତିଷ୍କ କୁ ମଧ୍ୟ ସୁସ୍ଥ ରଖିଥାଏ l ସାଇକିଲିଂ କରିବା ସମୟ ରେ ଶରୀର ରେ ଏଣ୍ଡୋର୍ଫିନ ନାମକ ହର୍ମୋନ ରିଲିଜ ହୋଇଥାଏ, ଯାହା କି ଆମକୁ ଖୁସି ଓ ଏନର୍ଜେଟିକ ରଖିଥାଏ, l
* ସାଇକେଲ ଚଳାଇବା ଗୋଟିଏ ଇକୋ ଫ୍ରେଣ୍ଡଳୀ ସାଧନ ଅଟେ, ଯାହାଦ୍ୱାରା ଏୟାର ପାଲ୍ୟୁସନ ହୋଇନଥାଏ, ଏହା କାର୍ବନ ଊତ୍ସର୍ଜନ କୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ l ଏବଂ ଇନ୍ଧନ ଜନିତ ସମସ୍ୟା କୁ ମଧ୍ୟ ଦୂର କରିଥାଏ l