Odisha news

ଆସିଗଲା ଗ୍ରୀଷ୍ମଋତୁ : ନିୟମିତ ସେବନ କରନ୍ତୁ ମାତ୍ର ଗୋଟିଏ ଗ୍ଲାସ ଘୋଳ ଦହି, ଯାହାକି ଦୂରେଇ ରଖିବ ୬ଟି ଶାରୀରିକ ସମସ୍ୟା ଠାରୁ

0

ଗ୍ରୀଷ୍ମ ଋତୁ ପାଦ ଥାପିଲାଣି , ଚାରିଆଡେ ଗରମ ପବନ ର ପ୍ରବାହ ଧୀରେ ଧୀରେ ଆରମ୍ଭ ହୋଇ ଗଲାଣି l ଏପରିସ୍ଥିତି ରେ ଗରମ ପ୍ରବାହ ରୁ ଶରୀରରେ ଜଳୀୟ ଅଂଶ କମି ଯାଇଥାଏ ଓ ଆମେ ଡିହାଇଡ୍ରେସନ ର ଶିକାର ହୋଇଥାଉ l ଏପରି ସ୍ଥିତିରେ ବିଶେଷଜ୍ଞ ମାନେ ଅଧିକ ରୁ ଅଧିକ ଲିକୁଇଦ ଖାଦ୍ୟ ସେବନ କରିବାକୁ ପରାମର୍ଶ ଦେଇ ଥାଆନ୍ତି l ଏପରି ସ୍ଥିତିରେ ଥଣ୍ଡା ପାନୀୟ ପ୍ରାୟ ସମସ୍ତେ ସେବନ କରି ଥାଆନ୍ତି  l ଯାହାକି ସ୍ୱାସ୍ଥ୍ୟ ପକ୍ଷରେ ଖୁବ କ୍ଷତି କାରକ ହୋଇଥାଏ l

ଆଜି ଆମେ ଗୋଟିଏ ଏଭଳି ହେଲଦି ଡ୍ରିଂକ୍ସ ବିଷୟରେ ଜାଣିବେ ଯାହାକି ଶରୀର କୁ ଡିହାଇଡ୍ରେସନ ରୁ ଦୁରେଇ ରଖିବା ସହିତ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟାକୁ ମଧ୍ୟ ଦୂରେଇଥାଏ l

* ଘୋଳ ଦହି ଆମ ଡାଇଜେଷ୍ଟିଭ ସିଷ୍ଟମ କୁ ସୁସ୍ଥ କରିବା ପାଇଁ ଗୋଟିଏ ବରଦାନ ସଦୃଶ ଅଟେ l  ଘୋଳ ଦହିରେ ସୁସ୍ଥ ବ୍ୟାକ୍ଟେରିଆ ଓ ଲାକଟିକ ଏସିଡ ରହିଥାଏ ଯାହାକି ପାଚନ ସମସ୍ୟାକୁ ଠିକ କରିବାରେ ସାହାଯ୍ୟ କରିଥାଏ ଓ ଶରୀରରେ ମେଟାବୋଲିଯିମ ଲେବୁଲ କୁ ବୃଦ୍ଧି କରିଥାଏ l

* ଘୋଳ ଦହି ଆମ ଶରୀର କୁ ସବୁଠୁ ଅଧିକ ଥଣ୍ଡା ରଖିଥାଏ l ଜୀରା, ପୁଦିନା ଓ ଲୁଣ ସହିତ ଘୋଳ ଦହି ଗୋଟିଏ ଗ୍ଲାସ ସେବନ କରିବା ଦ୍ୱାରା ଆମର ତୃଷା ମେଣ୍ଟି ଯାଇଥାଏ l  ଏବଂ ଶରୀର ଭିତରୁ ଥଣ୍ଡା ରହିଥାଏ l

* ଘୋଳ ଦହି ରେ ଜଳୀୟ ଅଂଶ ୯୦ ପ୍ରତିଶତ ରହିଥାଏ, ଏବଂ ପୋଟାସିୟମ୍ ଭଳି ଇଲେକ୍ଟ୍ରୋ ଲାଇଟ ରହିଥାଏ l ଘୋଳ ଦହି ଶରୀରରେ ଜଳୀୟ ଅଂଶ କୁ ବାଲାନ୍ସ ରଖିଥାଏ l

* ଘୋଳ ଦହି ପିଇବା ଦ୍ୱାରା ଏସିଡ଼ିଟି ସମସ୍ୟା ଦୂର ହୋଇଥାଏ l ଏପରି ସ୍ଥିତିରେ ଆପଣ ଯଦି ଏଥିରେ ଅଦା ଓ ଗୋଲ ମରିଚ ମିଶାଇ ଦେବେ ତେବେ ଏହାର ପୋଷାକ ତତ୍ୱ ଆହୁରି ବୃଦ୍ଧି ହୋଇଯିବ l ଏବଂ ଏସିଡ଼ିଟି ରୁ ଆରାମ ମିଇବ l

* ଷ୍ଟ୍ରଙ୍ଗ ଇମ୍ୟୁନିଟି ପାଇଁ ଅନ୍ତ ସୁସ୍ଥ ରହିବା ଜରୁରୀ l ଘୋଳ ଦହି ଅନ୍ତ କୁ ସୁସ୍ଥ ରଖିବା ସହିତ ଡ଼ାଈଯେସନ ଠିକ ରଖିଥାଏ , ଯେଉଁ କାରଣରୁ ଇମ୍ୟୁନିଟି ଷ୍ଟ୍ରଙ୍ଗ ହୋଇଥାଏ l

* ଘୋଳ ଦହି ଉଚ୍ଚ ରକ୍ତଚାପ ରୋଗୀ ଙ୍କ ପାଇଁ ରାମବାଣ ସଦୃଶ, ଘୋଳ ଦହି ରକ୍ତଚାପ କୁ ସନ୍ତୁଳିତ ରଖିଥାଏ l ଘୋଳ ଦହି ଉଭୟ ଉଚ୍ଚ ରକ୍ତଚାପ ରୋଗୀ ହାର୍ଟ ରୋଗୀ ଙ୍କ ପାଇଁ ଖୁବ ଉପକାରୀ ଅଟେ l

Nalco

Leave A Reply