Odisha news

ଶୁଭ କାର୍ଯ୍ୟ ପୂର୍ବରୁ କାହିଁକି ଦହି-ଚିନି ଖାଇ ଥାଆନ୍ତି କଣ ରହିଛି ଏହା ପଛର ଧାର୍ମିକ କାରଣ  

0

ଆମ ହିନ୍ଦୁ ଧର୍ମରେ କିଛିଟା ବିଶେଷ କାର୍ଯ୍ୟରେ ବାହାରକୁ ଯିବା ସମୟରେ କିମ୍ବା କୌଣସି ଇଣ୍ଟରଭିୟୁ କୁ ଯିବା ସମୟ ରେ ଘରେ ମା କିମ୍ବା ବାପା କେହି ଯଦି ଗୁରୁଜନ ଥାଆନ୍ତି ତେବେ ଦହି-ଚିନି ଖାଇବାକୁ ଦେଇ ଥାଆନ୍ତି l

ଅନେକ ସମୟରେ ଆପଣଙ୍କ ମା କିମ୍ବା ଜେଜେମା ଦହି-ଚିନି ଖାଇବାକୁ ଦେଇ ଥାଆନ୍ତି l ସେହି ସମୟରେ କୁହାଯାଇ ଥାଏ ଦହି-ଚିନି ଖାଇକି ଗଲେ ଶୁଭ ହେବ l ଆଜି ଆସନ୍ତୁ ଜାଣିବା ଦହି-ଚିନି ଖାଇବା ସତରେ କଣ ଶୁଭ ଅଟେ l

– ଦହି କୁ ହିନ୍ଦୁ ଧର୍ମରେ ୫ଟି ଅମୃତ ମଧ୍ୟରୁ ଗୋଟିଏ ବୋଲି କୁହାଯାଇ ଥାଏ l ତେଣୁ ଦହିର ମହତ୍ୱ ଖୁବ ବଢି ଯାଇଥାଏ l ଯେ କୌଣସି ଧାର୍ମିକ ଅନୁଷ୍ଠାନ ରେ ମଧ୍ୟ ଦହି ର ବ୍ୟବହାର କରାଯାଇ ଥାଏ l ଭଗବାନ ଶିବ ଙ୍କୁ ଦହିରେ ଅଭିଷେକ କରାଯାଇ ଥାଏ l ଏବଂ ପଞ୍ଚାମୃତ ପାଇଁ ଦହି ର ବ୍ୟବହାର କରାଯାଇ ଥାଏ l

– ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦହି ଓ ଚିନି ଦୁଇଟି ଧଳା ଜିନିଷ ଅଟେ, ଧଳା ଚନ୍ଦ୍ରମା ର ରଙ୍ଗ ଅଟେ l ଦହି ଓ ଚିନି ଏକ ସାଙ୍ଗରେ ଖାଇବା ଦ୍ୱାରା ଚନ୍ଦ୍ର ଗ୍ରହ ଙ୍କର ଶୁଭ ଫଳ ପ୍ରାପ୍ତି ହୋଇଥାଏ l

– ଚନ୍ଦ୍ର ଙ୍କ ସ୍ଥିତି ମଜବୁତ ହେବା ଦ୍ୱାରା କୁଣ୍ଡଳୀ ରେ ଭାଗ୍ୟ ପକ୍ଷ ମଧ୍ୟ ମଜବୁତ ହୋଇଥାଏ ଓ ମସ୍ତିଷ୍କ ଶାନ୍ତ ହୋଇଥାଏ l ଏହାଦ୍ୱାରା ବ୍ୟକ୍ତିକୁ ସମସ୍ତ କାର୍ଯ୍ୟରେ ସଫଳତା ମିଳିଥାଏ l

– ଦହି-ଚିନି ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଲାଭ ଦାୟକ ହୋଇଥାଏ, କାହିଁକିନା ଦହି ରେ ଅନେକ ପ୍ରକାର ଭିଟାମିନ ଓ ମିନେରାଲସ ମିଳିଥାଏ l ଯାହାକି ଶରୀର କୁ ଥଣ୍ଡା ରଖିଥାଏ, ଚିନି ରେ ଗ୍ଲୁକୋଜ ରହିଥାଏ, ଯାହା ଶରୀର କୁ ଉର୍ଜା ପ୍ରଦାନ କରିଥାଏ l

Nalco

Leave A Reply