Odisha news

ଗରମ ଦିନରେ ପେଟ ଜନିତ ବିଭିନ୍ନ ସମସ୍ୟାକୁ ଦୂର କରିବା ସହିତ ରୋଗ ଠାରୁ ଦୂରେଇ ରଖିଥାଏ ଏହିସବୁ ଖାଦ୍ୟ

0

ବର୍ତମାନ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇଛି l ଗ୍ରୀଷ୍ମ ପ୍ରବାହ କାରଣରୁ ଅନେକ ପ୍ରକାର ରୋଗର ସମସ୍ୟା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି l ବିଶେଷ ଭାବରେ ଗରମ ଦିନରେ ଆମେ ବିଭିନ୍ନ ପ୍ରକାରର ପେଟ ରୋଗରେ ପୀଡିତ ହୋଇଥାଉ l ଯେପରିକି ପେଟ ଗରମ ହେବା ଦ୍ୱାରା ଝାଡା ବାନ୍ତି, ଡାଇରିଆ, ଗ୍ୟାସ ଏସିଡ଼ିଟି ସମସ୍ୟା ଦେଖା ଯାଇଥାଏ l ଏପରି ସ୍ଥିତିରେ ପେଟ କୁ ଥଣ୍ଡା ରଖିବା ପାଇଁ ତୈଳ ଓ ମସଲା ଯୁକ୍ତ ଭୋଜନ ଠାରୁ ନିହାତି ଦୁରେଇ ରହିବା ଆବଶ୍ୟକ l ଏବଂ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟକର ଭୋଜନ କରିବା ଜରୁରୀ l ତେବେ ଆସନ୍ତୁ ଜାଣିବା ସେହି ଖାଦ୍ୟ ଗୁଡିକ କଣ l

* ପଇଡ଼ : ଗରମ ଦିନରେ ଉତ୍ତାପ ରୁ ରକ୍ଷା ପାଇବା ସହିତ ଶରୀରକୁ ହାଇଡ୍ରେଟ ରଖିବା ପାଇଁ ପଇଡ଼ ଗୋଟିଏ ସ୍ୱାସ୍ଥ୍ୟକର ପାନୀୟ l ପଇଡ଼ ଆଣ୍ଟିଅକ୍ସିଡାଣ୍ଟ ଓ ପ୍ରାକୃତିକ ଇଲେକ୍ଟ୍ରୋଲାଇଟ ରେ ଭରପୁର ଅଟେ l ଯାହାକି ଝାଳ ମାଧ୍ୟମରେ ନଷ୍ଟ ହୋଇଥିବା ତରଳ ପଦାର୍ଥ ଓ ଖଣିଜ ପଦାର୍ଥ ଭରିବାରେ ସହାୟକ ହୋଇଥାଏ l ଏହା ଗୋଟିଏ ଡି ହାଇଡ୍ରାଏଟିଂ ପାନୀୟ ଅଟେ l

* ଦହି : ଗ୍ରୀଷ୍ମ ଋତୁରେ ଦହି ରେ ପ୍ରସ୍ତୁତ ଜିନିଷ ଯେପରିକି ଲସି, ଘୋଳ ଦହି ଶରୀର ପକ୍ଷରେ ଖୁବ ହିତକର l ଦହି ରେ ପ୍ରବାୟୋଟିକ ରହିଥାଏ ଯାହାକି ପେଟ କୁ ସୁସ୍ଥ ରଖିବାର ଗୋଟିଏ ଭଲ ମାଧ୍ୟମ ଅଟେ l

* କାକୁଡି : ଗରମ ଦିନରେ ଉଭୟ ଭୋକ ଓ ଶୋଷ ରୁ ଦୁରେଇ ରଖିବାରେ କାକୁଡି ହେଉଛି ଗୋଟିଏ ଭଲ ମାଧ୍ୟମ l କାକୁଡ଼ିକୁ ଆମେ ଖାଇବା ଦ୍ୱାରା ଆମ ଶରୀରର ଜଳୀୟ ଅଂଶ ଠିକ ରହିଥାଏ ଏବଂ  ପେଟ ମଧ୍ୟ ସୁସ୍ଥ ରହିଥାଏ l

* ପୁଦିନା : ପୁଦିନା ପତ୍ର ଶରୀର ଉପରେ ଥଣ୍ଡା ପ୍ରଭାବ ପକାଇଥାଏ l ଏବଂ ପାଚନ ତନ୍ତ୍ର କୁ ସୁସ୍ଥ ରଖିଥାଏ l ଗରମ ଦିନରେ ପୁଦିନା ରେ ପ୍ରସ୍ତୁତ ସର୍ବତ ନିୟମିତ ସେବନ କରିବା ଦ୍ୱାରା ଗ୍ୟାସ , ଏସିଡ଼ିଟି, ବାନ୍ତି ସମସ୍ୟା ରୁ ମୁକ୍ତି ମିଳିଥାଏ l

* ପଖାଳ ତୋରାଣି : ଗରମ ଦିନରେ ପଖାଳ ତୋରାଣି ପେଟ କୁ ଥଣ୍ଡା ରଖିବା ପାଇଁ ଗୋଟିଏ ଭଲ ପାନୀୟ ଅଟେ l ନିୟମିତ ଭାବରେ ପଖାଳ ତୋରାଣି ସେବନ କରିବା ଦ୍ୱାରା ପେଟ ର ଅମ୍ଳ ଦୋଷ ଦୂର ହୋଇଥାଏ ଏବଂ ପାଚନ ସମସ୍ୟା ମଧ୍ୟ ଠିକ ରହିଥାଏ l

Leave A Reply