Odisha news

ଏସିଆ କପ୍ : ଆଫଗାନିସ୍ତାନ ଆଗରେ ୨୯୨ ରନର ବିଜୟ ଲକ୍ଷ୍ୟ ରଖିଲା ଶ୍ରୀଲଙ୍କା

0

ଲାହୋର : ଲାହୋରର ଗଦାଫି ଷ୍ଟାଡିୟମଠାରେ ଖେଳାଯାଉଥିବା ଏସିଆ କପ୍ ଗ୍ରୁପ-ବିର ଏକ ମ୍ୟାଚରେ ଆଫଗାନିସ୍ତାନ ଆଗରେ ୨୯୨ ରନର ବିଜୟ ଲକ୍ଷ୍ୟ ରଖିଛି ଶ୍ରୀଲଙ୍କା ।

ଏହି ମ୍ୟାଚରେ ଶ୍ରୀଲଙ୍କା ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳର ଏହି ନିଷ୍ପତ୍ତିକୁ ଠିକ ବୋଲି ପ୍ରମାଣିତ କରି ଦଳର ସମ୍ମୁଖଭାଗ ବ୍ୟାଟରମାନେ ଆରମ୍ଭରୁ ଲଢୁଆ ବ୍ୟାଟିଂ କରି ଭଲ ମୂଳଦୁଆ ପକାଇଥିଲେ । ଦୁଇ ଓପନର ପ୍ରଥୁମ ନିଶଙ୍କା ଓ ଦିମୁଥ କରୁଣାରତ୍ନେ ପ୍ରଥମ ଓ୍ବିକେଟ ଯୋଡ଼ିରେ ୬୩ରନ କରିଥିଲେ । ନିଶଙ୍କା ୪୧ ଓ କରୁଣାରତ୍ନେ ୩୨ରନ କରିଥିଲେ ।

୩ୟ ସ୍ଥାନରେ ଆସିଥିବା କୁଶଲ ମେଣ୍ଡିସ୍ ଲଢୁଆ ବ୍ୟାଟିଂର ପ୍ରଦର୍ଶନ କରି ସର୍ବାଧିକ ୯୨ ରନ କରିଥିଲେ । ତେବେ ସେ ଦୁର୍ଭାଗ୍ୟଜନକଭାବେ ରନଆଉଟ ହୋଇ ନିଜର ଶତକ ପୂରଣ କରିପାରିନଥିଲେ । ଚରିଥ୍ ଅସଲଙ୍କା ୩୬ରନ କରିଥିଲେ । ଶେଷ ଓଭର ବେଳକୁ ଦୁନିଥ ଓ୍ବାଲାଙ୍ଗେ ଓ ମହିସ୍ ତିକସନା ବିସ୍ଫୋରକ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୨୯୧ରେ ପହଞ୍ଚାଇଥିଲେ । ଆଫଗାନିସ୍ତାନ ପକ୍ଷରୁ ଗୁଲବଦିନ ନାଇବ୍ ୪ଟି ଓ ରସିଦ ଖାଁ ୨ଟି ଓ୍ବିକେଟ ନେଇଥିଲେ । ସେହିପରି ମୁଜିବୁର ରେହମାନ ଗୋଟିଏ ଓ୍ବିକେଟ ନେଇଥିଲେ ।

Nalco

Leave A Reply