Odisha news

“ଆତ୍ମହତ୍ୟା କରିଥିବା ଚାଷୀ ଗୋବିନ୍ଦ ସାହୁଙ୍କ ପରିବାର କୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ରଣପୁର ବ୍ଲକକୁ ତୁରନ୍ତ ମରୁଡି ଘୋଷଣା ଦାବୀ : ସିପି ଆଇ ଏମ

0
   ଚଳିତ ବର୍ଷ ଘୋର ବର୍ଷା ଅଭାବ ଯୋଗୁଁ ରଣପୁର ବ୍ଲକ ରେ ମରୁଡି ଦେଖା ଦେଇଛି। ବର୍ଷା ପାଣିରେ ନିର୍ଭର ଧାନ ଚାଷ ଜମି ଗୁଡିକ ଫାଟି ଆଁ କଲା ବେଳେ ଧାନ ଗଛ ଗୁଡିକ ଜଳି ଠିଆ ହୋଇଛି।ସେହିଭଳି ରଣପୁର ଅଞ୍ଚଳରେ ଥିବା ଭେଟବର,ସାପୁଆଣି ଓ ବାଞ୍ଛା ବନ୍ଧ ଆଦିରେ ଜଳ ଅଭାବ ଯୋଗୁଁ ଜଳ ସେଚନ ନ ହେବାରୁ ଥୋଡ଼ ଧାନ ଗଛ ଗୁଡିକ ଆପେ ଆପେ ଶୁଖିବାକୁ ବସିଲାଣି।ଧାନ ଚାଷ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ।ରଣପୁରର ଚାଷୀକୂଳ ଆଜି ହାଁ କରି ମୁଣ୍ଡରେ ହାତ ଦେଇ ବସିଛି।ଏଥିପାଇଁ ସ୍ଥାନୀୟ ପ୍ରଶାସନର ବ୍ୟଗ୍ରତା ନାହିଁ।ଠିକ ଏହି ସମୟରେ ନିଜ ବିଲକୁ ମରୁଡି ଦାଉରୁ ରକ୍ଷା କରି ପାରି ନଥିବା ରଣପୁର ବ୍ଲକ ଅଧିନସ୍ତ ଜଙ୍କିଆ ଗ୍ରାମ ପଞ୍ଚାୟତ ଓସ୍ତପଡା ଗ୍ରାମର ଗରୀବ ଭାଗ ଚାଷୀ ଗୋବିନ୍ଦ ସାହୁ ,ବୟସ -୬୫ ପି.-ଲକ୍ଷ୍ମଣ ସାହୁ ରାଶି ଲଗାଇ ଗତ ତା-୫-୧୧-୨୦୨୩ ରିଖ ରବିବାର ଦିନ ଅପରାହ୍ନ ରେ ଆତ୍ମ ହତ୍ୟାକରିଛନ୍ତି। ଖବର ପାଇ ଆମ ପାର୍ଟିର ପ୍ରତିନିଧି ମଣ୍ଡଳୀ ସାଥୀ ନିତ୍ୟାନନ୍ଦ ପରିଡା ଓ ସୁଶୀଲ ମହାନ୍ତି ଗତ ୬ ନଭେମ୍ବର ରେ ମୃତକ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆତ୍ମହତ୍ୟା ସମ୍ପର୍କରେ ଜାଣିବାକୁ ଚାହିଁଥିଲେ।ମୃତକଙ୍କ ସ୍ତ୍ରୀ ଗେଲ୍ଲୀ ଦେଇ କହିଥିଲେ ଚଳିତ ବର୍ଷ ଧାନ ଫସଲରେ କରଜ କରି ମୋର ସ୍ୱାମୀ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲା ବେଳେ ନିଜ ଆଖି ଆଗରେ ମରୁଡି ଯୋଗୁଁ ଜଳି ଯାଉଥିବା ଫସଲକୁ  ବଞ୍ଚେଇ ନ ପାରି ବହୁ ଚିନ୍ତାରେ ଥିଲେ।ଏକାର୍ଣ୍ଣ ବର୍ତ୍ତି ପରିବାରର ମୃତକଙ୍କ ପୁଅ ବିକ୍ରମ ସାହୁ ମଧ୍ୟ ଚଳିତ ବର୍ଷ ଫସଲର ଏଭଳି ଅବସ୍ଥାରେ ଋଣ ଭାର ପାଇଁ ବାପା ଚିନ୍ତିତ ଥିଲେ, ନିଜ ଆଖି ଆଗରେ ଜଳି ଯାଉଥିବା ଫସଲକୁ ଦେଖି ସହି ନ ପାରି ସେ ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ସ୍ତ୍ରୀ ଓ ପୁଅ କହିଥିଲେ।ଘରର ଅଭିବାବକ ଙ୍କ ମୃତ୍ୟୁରେ ପରିବାରର ସଦସ୍ୟ ମାନେ ଭାଙ୍ଗି ପଡିଛନ୍ତି।
                 ରଣପୁର ବ୍ଲକରେ ବର୍ଷା ଅଭାବ ଓ ନଦୀ ବନ୍ଧରେ ଜଳ ଅଭାବ ଯୋଗୁଁ ଦେଖାଦେଇଥିବା ଆସନ୍ନ ମରୁଡି ପରିସ୍ଥିତି ରେ ସ୍ଥାନୀୟ ପ୍ରଶାସନ ଓ ସରକାର ଜରୁରୀ ଚିନ୍ତା କରି ଚାଷୀ ଓ ଭାଗ ଚାଷୀ ମାନଙ୍କୁ ଆଶ୍ୱାସନା ଦେବା ସହ ତୁରନ୍ତ ମରୁଡି ଘୋଷଣା କରି ସରକାରୀ ସହାୟତା ମାନ ଯୋଗାଇ ଦେବାକୁ ଆଜିର ସାମ୍ବାଦିକ ସମ୍ମିଳନୀ ଜରିୟାରେ ନିମ୍ନ ଲିଖିତ ଦାବୀ ମାନ କରୁ ଅଛୁ।ନଚେତ ଗୋବିନ୍ଦ ସାହୁଙ୍କ ଭଳି ଅନେକ ଚାଷୀ ଆତ୍ମହତ୍ୟା କରିବାକୁ ପଛେଇବେ ନାହିଁ।ତେଣୁ ସରକାର ତୁରନ୍ତ ନିମ୍ନ ଲିଖିତ ନିଷ୍ପତି ଗୁଡିକୁ କାର୍ଯ୍ୟକାରୀ କରିବାକୁ ସଂଗଠନ ତରଫରୁ ଦାବୀ କରାଯାଇଛି।ସରକାର ଦାବୀ ଗୁଡିକୁ କାର୍ଯ୍ୟକାରୀ କରିବାରେ ବିଳମ୍ବ କଲେ ଚାଷୀଙ୍କ ଆନ୍ଦୋଳନ ତିବ୍ରତ୍ତର ହେବ ,ଏଥିପାଇଁ ସରକାର ଦାୟୀ ରହିବେ ବୋଲି ସଂଗଠନ ତରଫରୁ ଚେତାବନୀ ଦେଇଛନ୍ତି
ଦାବୀ ସମୂହ :–
୧–ଆତ୍ମହତ୍ୟା କରିଥିବା ଗୋବିନ୍ଦ ସାହୁଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଅ ଓ ସମସ୍ତ କୃଷି ଋଣ ଛାଡ କର।
୨–ରଣପୁର ବ୍ଲକକୁ ତୁରନ୍ତ ମରୁଡି ଘୋଷଣା କର।
୩–ରଣପୁର ବ୍ଳକରେ ଚାଷୀର ସମସ୍ତ ଋଣ ଛାଡ କର।
୪–ଚାଷୀମାନଙ୍କୁ ଜଳକର ସମ୍ପୂର୍ଣ୍ଣ ଛାଡ଼କର।
୫–ବିଭିନ୍ନ ଯୋଜନାରେ ଲୋକଙ୍କୁ ବ୍ୟାପକ କାମ ଦିଅ।
୬–ରଣପୁର ବ୍ଳକରେ ଥିବା ଭେଟବର ବନ୍ଧ,ସାପୁଆଣି ବନ୍ଧ,ବାଞ୍ଛା ବନ୍ଧ,ରଣ୍ଡା ଗିରିଣ୍ଡା ସମେତ ସମସ୍ତ ବନ୍ଧ ଗୁଡିକୁ ବ୍ୟାପକ ଅର୍ଥଦେଇ ଖନନ କର ଓ କେନାଲ ଗୁଡିକୁ ମରାମତି କର।
୭– ଟାଟା କମ୍ପାନୀର ସ୍ମାଟ ମିଟର ବସାଇ ଉପଭୋକ୍ତା ଓ ଚାଷୀଙ୍କୁ ଶୋଷଣ କରିବା ବନ୍ଦ କର।
୮–ଅଚଳ ଲିଫ୍ଟ ପମ୍ପ ଗୁଡିକୁ ତୁରନ୍ତ ମରାମତି କର।
୯–ଚାଷୀଙ୍କ ପାଇଁ ନୂତନ ଗଭୀର ବୋର ଓଏଲ ଖନନ କର।।
୧୦–ମରୁଡ଼ିର ସ୍ଥାୟୀ ପ୍ରତିକାର ପାଇଁ ବୃତ୍ତଙ୍ଗ ଯୋଜନାକୁ ତୁରନ୍ତ କାର୍ଯ୍ୟକାରୀ କର।
  ଏହି ସାମ୍ବାଦିକ ସମ୍ମିଳନୀରେ ସିପିଆଇ ଏମ୍ ର ରଣପୁର ଆଞ୍ଚଳିକ କମିଟିର ସମ୍ପାଦକ ନିତ୍ୟା ନନ୍ଦ ପରିଡା ଓ ସୁରେଶ ଚନ୍ଦ୍ର ସ୍ବାଇଁ ,କ୍ଷେତ ମଯଦୁର ୟୁନିୟନ ର ନେତା ସାଥୀ ଦୁଃଶାସନ ଜେନା ଏବଂ ଚାଷୀ ନେତା ସୁଶୀଲ ମହାନ୍ତି ପ୍ରମ୍ମୁଖ ଉପସ୍ଥିତ ଥିଲେ।
Har Ghar Tiranga

Leave A Reply