ଗୋଟିଏ ସୁଖୀ ବୈବାହିକ ଜୀବନ ପାଇଁ ଅନେକ କିଛିର ଆବଶ୍ୟକତା ପଡିଥାଏ, ଯାହା ଉଭୟ ପୁରୁଷ ଓ ନାରୀ ଙ୍କ ନିକଟରେ ରହିବା ନିହାତି ଜରୁରୀ l ଉଭୟ ଉଭୟଙ୍କ ର ରାୟ, ପର୍ଶନଲ ଲାଇଫ ଓ ଭାବନାକୁ ଆଦର କରିବା ଜରୁରୀ ଅଟେ l ସେଥିପାଇଁ ଉଭୟଙ୍କ ମଧ୍ୟରେ ୯ଟି ଗୁଣ ରହିଲେ ଗୋଟିଏ ସୁଖ ମେ ବୈବାହିକ ଜୀବନ ହୋଇପାରିବ l
– ସମ୍ପର୍କ ରେ ଭୁଲ ବୁଝାମଣା ସମ୍ପର୍କ କୁ ଭାଙ୍ଗି ଦେଇଥାଏ, କିନ୍ତୁ ଗୋଟିଏ ହାପି କପଲସ ଉଭୟ ନିଜର ଭାବନା ଓ ସମସ୍ୟା କୁ ନେଇ ମନଖୋଲି କଥା ହୋଇ ଥାଆନ୍ତି l ଯାହାକି ନିହାତି ଆବଶ୍ୟକ l
– ହାପି କପଲସ ସମ୍ପର୍କ ରେ ସକାରାତ୍ମକ ଭାବନା ରଖି ଥାଆନ୍ତି, ଏବଂ ଉଭୟ ଉଭୟଙ୍କୁ ଖୁବ ଭରସା କରି ଥାଆନ୍ତି l କାହିଁକି ନା ସକାରାତ୍ମକ ଭାବନା ଜୀବନ ରେ ଆନନ୍ଦ ଭରିଥାଏ l
– ଛୋଟ ମୋଟ ଭୁଲ ଯେକୌଣସି ସମ୍ପର୍କ ହୋଇଥାଏ , କିନ୍ତୁ ଗୋଟିଏ ହାପି କପଲସ ଉଭୟ କ୍ଷମା ଦେବା ଓ କ୍ଷମା ମାଗିବାରେ ବିଶ୍ୱାସ କରି ଥାଆନ୍ତି l ଯାହା ଗୋଟିଏ ସୁନ୍ଦର ସମ୍ପର୍କ ପାଇଁ ଜରୁରୀ l
– ଦମ୍ପତି ମାନେ ଉଭୟ ଉଭୟ ଙ୍କ ମନକୁ ବୁଝିବା ନିହାତି ଜରୁରୀ ଅଟେ, ଏବଂ କିଛି ନକହିଲେ ମଧ୍ୟ ଅନେକ କିଛି ମନକୁ ପଢି ପାରିବା ଜରୁରୀ, ଯାହାକି ଗୋଟିଏ ହାପି କପଲସ ଙ୍କ ମଧ୍ୟରେ ହୋଇଥାଏ l
– ହାପି କପଲସ ଙ୍କ ମଧ୍ୟରେ ଅନ କଣ୍ଡିସନାଲ ଲଭ ସବୁଠୁ ଗୁରୁତ୍ୱପୂର୍ଣ, ଉଭୟ ଉଭୟଙ୍କୁ ବିନା ଦ୍ଵିଧା, ବିନା ଆଶା ରେ ନିର୍ଭୀଘ୍ନ ରେ ଭଲ ପାଆନ୍ତି l
– ଏହିଭଳି ଦମ୍ପତି ଉଭୟ ଉଭୟ ଙ୍କ ସଫଳତା କୁ ନେଇ ଖୁସି ଅନୁଭବ କରନ୍ତି, ଏବଂ ଛୋଟ ଛୋଟ ଖୁସିକୁ ଗୋଟିଏ ଉତ୍ସବ ଭଳି ପାଳନ କରନ୍ତି l
– ନାରୀହେଁକି ପୁରୁଷ ଉଭୟଙ୍କର ସ୍ୱତନ୍ତ୍ର ସ୍ୱାଧୀନତା ରହିଛି, ତେଣୁ ପୁରୁଷ ର ଜୀବନ ରେ ଯେତିକି ସ୍ୱାଧୀନତା ରହିଛି ଆଗକୁ ବଢିବାର ଗୋଟିଏ ନାରୀ ଜୀବନ ରେ ମଧ୍ୟ ସେତିକି ସ୍ୱାଧୀନତା ରହିଛି ଏହା ଉଭୟ ଜାଣି ରଖିବା ଜରୁରୀ l
– ପାର୍ଟନର ଙ୍କର ସପୋର୍ଟ ନେଚର ଉଭୟଙ୍କୁ ଆଗକୁ ବଢ଼ିବାରେ ଓ ଜୀବନ ରେ ଗ୍ରୋଥ କରିବାରେ ସାହାଯ୍ୟ କରିଥାଏ l